ସଭାରେ କହିଲେ କେନ୍ଦୁଝରକୁ ଲୁଟ କରିଛି ଅଣଓଡ଼ିଆ ଲୋକେ ପୂର୍ବ ସରକାର ଏବଂ ସ୍ଥାନୀୟ ପ୍ରଶାସନକୁ ହାତ କରି
ଅଞ୍ଜନ କୁମାର ରଣା //କେନ୍ଦୁଝର //ସମୀକ୍ଷା ନିୟୁଜ
କେନ୍ଦୁଝର (23/06/24): ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଆଜି ପ୍ରଥମ ଥର ପାଇଁ ନିଜ ଜିଲା ଗସ୍ତ କରିଛନ୍ତି ।
ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବର
ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ସକାଳ ୧୦ ଟା ମିନିଟ୍ରେ ବାହାରି ଘଟଗାଁ ହାଇସ୍କୁଲ ଖେଳ ପଡ଼ିଆର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ । ସେଠାରୁ ସେ ମା’ ତାରିଣୀଙ୍କ ଦର୍ଶନ ସକାଶେ ଏକ ରୋଡ ଶୋ କରି ଘଟଗାଁ ମନ୍ଦିର ଯାଇଥିଲେ। ସେଠାରେ ମା ଙ୍କ ଦର୍ଶନ କରିବା ପରେ ସ୍ଥାନୀୟ ଆଈବି ରେ ସାଧାରଣ ଲୋକଙ୍କ ସହ ମିଶିଥିଲେ। ମା ଙ୍କ ମନ୍ଦିର ପାଇଁ ରାଜ୍ୟ ସରକାର ୫୦ କୋଟି ଟଙ୍କା ଅନୁଦାନ ଅର୍ଥ ପ୍ରଦାନ କରିଥିବା ବେଳେ ଆଉ ଅତିରିକ୍ତ ଏକ ସହ କୋଟି ଟଙ୍କା ଅନୁଦାନ ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ସହ ଜିଲ୍ଲାର ସାମଗ୍ରିକ ବିକାଶ କରିବା ସହ ସୁନାର କେନ୍ଦୁଝର କରିବାର ଲକ୍ଷ୍ୟ ରଖିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ପ୍ରତ୍ୟାବର୍ତ୍ତନ କରିବା ପରେ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ରିଜର୍ଭ ପୁଲିସ ପଡ଼ିଆରେ ଅପରାହ୍ନ ୧ଟା ୫ମିନିଟ୍ରେ ପହଞ୍ଚିଛନ୍ତି ।
କେନ୍ଦୁଝରରେ ମା’ ତାରିଣୀଙ୍କୁ ଦର୍ଶନ କରିବା ପରେ ପ୍ରାୟ ୪ କି.ମି. ବିଶାଳ ରୋଡ଼ ଶୋ’ କରିଛନ୍ତି। ଏହି ସମୟରେ କେନ୍ଦୁଝରରେ ଏକ ସଭାରେ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କ ସହ ବିଜେଡିକୁ ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି, ଓଡ଼ିଶା ଓ କେନ୍ଦୁଝର ଜିଲାକୁ ୨୪ ବର୍ଷ ହେଲା ଲୁଟ କରାଯାଇଛି। ଏହି ଜିଲାରେ ହୋଇଥିବା ଖଣି ଲୁଟରେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ର ସଂପୃକ୍ତି ରହିଛି। ସବୁ ଲୁଟେରା ମୋ ଆଖି ଆଗରେ ରହିଛନ୍ତି। ସେମାନେ ସମସ୍ତେ ପ୍ରସ୍ତୁତ ରୁହନ୍ତୁ କେନ୍ଦୁଝର ଜେଲରୁ ଝାରପଡ଼ା ଜେଲରେ ପଶିବାକୁ ବୋଲି ମୁଖ୍ୟମନ୍ତ୍ରୀ କଡ଼ା ଭାଷାରେ କହିଛନ୍ତି।
ସେଠାରୁ କାରରେ ସର୍କିଟ ହାଉସ ଆସି ମଧ୍ୟାହ୍ନଭୋଜନ କରିବା । ପରେ ସେଠାରୁ କାର ଯୋଗେ ଅପରାହ୍ନ ୩ଟା ୧୦ ମିନିଟ୍ରେ ଶ୍ରୀ ମାଝୀ ବଳଦେବଜୀଉ ମନ୍ଦିରରେ ପହଞ୍ଚି ରାଷ୍ଟ୍ରଦେବତା ଶ୍ରୀଶ୍ରୀ
ବଳଦେବଜୀଉଙ୍କୁ ଦର୍ଶନ କରିଛନ୍ତି । ଏହାପରେ ଶ୍ରୀ ମାଝୀ ଏକ ରୋଡ ଶୋ’ରେ ବଳଦେବଜୀଉ ମନ୍ଦିର ଆଟୋପୁର, ଚର୍ଚ୍ଚ ଛକ, ଜେଲ ରୋଡ, ଗାନ୍ଧୀ ଛକ, ଜିଲାପାଳଙ୍କ କାର୍ଯ୍ୟାଳୟ
ଲାବଣ୍ୟ ଛକ, ନୂଆ କୋର୍ଟ, ଟେଲିଫୋନ ଏକ୍ସଚେଞ୍ଜ ଦେଇ ଅପରାହ୍ନ ୫ଟା ୧୦ ମିନିଟ୍ ସମୟରେ କେନ୍ଦୁଝର ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇପହଂଚି ଛନ୍ତି,,ସେଠାରେ ନାଗରିକ ସମ୍ବଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ । ପରେକେନ୍ଦୁଝର ସର୍କିଟ ହାଉସଠାରେ ମୁଖ୍ୟମନ୍ତ୍ରୀ ରାତ୍ରୀଯାପନ କରିବାର। କାର୍ଯ୍ୟକ୍ରମ ରହିଛି।
୨୪ ତାରିଖ ସକାଳେ କେନ୍ଦୁଝର ରିଜର୍ଭ ପୁଲିସ ପଡ଼ିଆରୁ ପୂର୍ବାହ୍ନ ୧୦ଟା ୩୫ ମିନିଟ୍ରେ ହେଲିକପ୍ଟର ଯୋଗେ
ବାହାରି ନିଜ ଗାଁ ରାଇକଳା ଅସ୍ଥାୟୀ ହେଲିପ୍ୟାଡରେ ପୂର୍ବାହ୍ନ ୧୦ଟା ୫୫ ମିନିଟ୍ରେ ପହଞ୍ଚିବେ । ସେଠାରୁ ଏକ ରୋଡ ଶୋ’ରେ ମୁଖ୍ୟମନ୍ତ୍ରୀ ଝୁମ୍ପୁରା ଦୁର୍ଗାପଡ଼ିଆକୁ ଯିବେ। ସେଠାରେ ଉପସ୍ଥିତ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ
ସମ୍ବଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି। ଉକ୍ତ ସଭାରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିବେ । ଅପରାହ୍ନ
ସାଢ଼େ ୨ଟା ସମୟରେ ଶ୍ରୀ ମାଝୀ ଝୁମ୍ପୁରାରୁ ରାଇକଳାସ୍ଥିତ ତାଙ୍କ ବାସଭବନକୁ ଯାଇ ସେଠାରେ
ମଧ୍ୟାହ୍ନଭୋଜନ କରିବେ । ସେଠାରୁ ଅପରାହ୍ନ ୩ଟାରେ ବାହାରି ରାଇକଳାସ୍ଥିତ ଅସ୍ଥାୟୀ କାର୍ଯ୍ୟାଳୟକୁ ଯିବେ । ସେଠାରୁ ସେ ଅପରାହ୍ନ ୪ଟା ୨୫ ମିନିଟ୍ରେ ରାଇକଳାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍କୁ ଫେରି ସେଠାରୁ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ମୁଖ୍ୟମନ୍ତ୍ରୀ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସନ୍ଧ୍ୟା ୬ଟା ୫ ମିନିଟ୍ରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଜିଲା ଗସ୍ତ
ପରିପ୍ରେକ୍ଷୀରେ ଜିଲା ପ୍ରଶାସନ ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ଜିଲ୍ଲା ଓ ରାଇକଳା ଗ୍ରାମବାସୀ ବେଶ ଉତ୍ସାହିତ ଅଛନ୍ତି। ରାଇକଳାର ତାଙ୍କ ଘର ଲୋକେ ତାଙ୍କ ମନ ପସନ୍ଦର ଖାଦ୍ୟ ପରଷିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗ୍ରାମବାସୀ ମାନେ ମଧ୍ୟ ନିଜ ଗାଁ ପୁଅକୁ ମୁଖ୍ୟମନ୍ତ୍ରୀ ଭାବେ ପାଖରେ ଦେଖିବାକୁ ବେଶ ଉତ୍ସାହିତ ଅଛନ୍ତି।