ନିଶାଶକ୍ତ ହୋଇ ପୁଅ ମାରିଦେଲା ଜନ୍ମକଲା ମା’କୁ

ବିଜୟ ରତ୍ନ ପତି //ପାଟଣା ପ୍ରତିନିଧି /ସମୀକ୍ଷା ନିୟୁଜ
କେନ୍ଦୁଝର, 4/5/2024: ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇଟାଙ୍ଗିରି ପଂଚାୟତ ର ଭାଲୁ ପାହାଡି ଗ୍ରାମ ରେ ଘଟି ଯାଇଛି ଏମିତି ଏକ ଅଭାବ ନିୟ ଘଟଣା,, ସୂଚନା ଅନୁସାରେ ଆଜି ପୁଅ ସୁରେନ୍ଦ୍ର ନାୟକ ନିଶା ଶକ୍ତ ଅବସ୍ଥା ରେ ଆସି ମା ସହିତ ଯୁକ୍ତି ତର୍କ କରୁ ଥିଲେ,, ଯୁକ୍ତି ତର୍କ ସମୟରେ ପୁଅ ସୁରେନ୍ଦ୍ର ଉତକ୍ଷିପ୍ତ ହୋଇ ମା ଗୋରୀ ଙ୍କୁ ଆକ୍ରମଣ କରି ଥିଲେ ଏହି ଆକ୍ରମଣ ରେ ମା ଗୌରୀ ଘଟଣା ସ୍ଥଳରେ ଟଳି ପଡି ଥିଲେ,, ଗ୍ରାମ ବାସୀ ଏହି ଖବର ପାଇ ଯାଇ ଦେଖିଲା ବେଳେ ମା ଗୌରୀ ଚେତା ଶୂନ୍ୟ ହୋଇ ପଡି ଥିଲେ,,ସୁରେନ୍ଦ୍ର ସବୁବେଳେ ନିଶା ଶକ୍ତ ଅବସ୍ଥା ରେ ନିଜ ପରିବାର ସହିତ ସାହି ପଡିଶା ସହିତ ଅଯଥା ଯୁକ୍ତି ସହିତ ଅଭଦ୍ରାମି ର ସୀମା ପାର କରୁ ଥିବା ଗ୍ରାମ ବାସୀ ଅଭିଯୋଗ ସହିତ ଲୋକେ ଏହା ଦେଖି ତୁରୁମୁଙ୍ଗା ପୋଲିସ କୁ ଖବର ଦେବା ପରେ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ରୁ ଜଣା ପଡି ଥିଲା ପୁଅ ମାଡ଼ରେ ମା ମୃତ୍ୟୁ ବରଣ କରି ଥିବା,,ତା ପରେ ତୁରୁମୁଙ୍ଗା ପୋଲିସ ଚମ୍ପୁଆ sdpo ଙ୍କୁ ଖବର ଦେବା ପରେ ଚମ୍ପୁଆ sdpo ଘଟଣା ସ୍ଥଳରେ ପହଂଚି ତଦନ୍ତ କଲା ପରେ ଜଣା ପଡି ଥିଲା କୌଣସି ଏକ ବାଡ଼ି ଏହୁ କିମ୍ବା ଠେଙ୍ଗା ରେ ମୁଣ୍ଡରେ ଶକ୍ତ ଆଘାତ ଯୋଗୁ ମା ର ମୃତ୍ୟୁ ବରଣ ହୋଇଛି ତାପରେ ବି ଶବ କୁ ଶବବ୍ୟବଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସା ଳୟ କୁ ପଠାଇ ତୁରୁମୁଙ୍ଗା ଥାନାରେ କେଶ ନମ୍ବର 171ରେ କେଶ ରୁଜୁ କରି ଧାରା 302ଏବଂ 506ରେ ପୁଅ ସୁରେନ୍ଦ୍ର କୁ ଗିରଫ କରି କେନ୍ଦୁଝର କୋୖର୍ଟ ଚାଲାଣ କରି ଛନ୍ତି,,,

Leave a Reply

Your email address will not be published. Required fields are marked *