ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ସାହିତ୍ୟିକ ସାତକଡି ହୋତା

ପୁରୀ ୧୨/୦୨: ପୁରୀ ସ୍ଵର୍ଗଦ୍ଵାରରେ ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ସାହିତ୍ୟିକ ସାତକଡି ହୋତାଙ୍କ ଅନ୍ତିମ ସଂସ୍କାର । ଷ୍ଟେଟ ଅନର୍ ସହିତ ସାତକଡି ହୋତାଙ୍କୁ ସ୍ଵର୍ଗଦ୍ଵାର ଠାରେ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ସହ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀମାନଙ୍କ ଉପସ୍ଥିତିରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ପୋଲିସ ପକ୍ଷରୁ ଷ୍ଟେଟ୍ ଅନର୍ ଦିଆଯିବା ପରେ ବଡ଼ପୁଅ ସଂଜୀବ ହୋତା ମୁଖାଗ୍ନି ଦେଇଥିଲେ । ରବିବାର ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ପରଲୋକ ହୋଇଥିଲା । ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ତାଙ୍କ ବଡ଼ ଝିଅଙ୍କ ବାସଭବନରେ ସେ ୯୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରଥିଲେ । ଦୁଇ ଦିନ ତଳେ ହଠାତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାସହ ଖାଦ୍ୟ ଖାଇବା ମଧ୍ୟ ସମସ୍ୟା ହୋଇଥିଲା । ସୋମବାର ସ୍ଵର୍ଗଦ୍ଵାରରେ ବିଶିଷ୍ଟ ବ୍ୟକ୍ତି, ସଂଗଠକ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ସ୍ଵର୍ଗଦ୍ଵାରରେ ସାତକଡି ହୋତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସାତକଡି ହୋତାଙ୍କ ଦେହାନ୍ତ ଆମ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି ଏବଂ ତାଙ୍କ ସ୍ଥାନ ଆଉ କେହି ପୂରଣ କରିପାରିବେ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି। ବାପାଙ୍କ ଅଧୁରା କାମ ସହ ମାସିକ ପତ୍ରିକା ଅମୃତାୟନକୁ ଆଗେଇ ନେବା ପାଇଁ ସମସ୍ତ ପ୍ରଚେଷ୍ଟା ଜାରି ରହିବ ବୋଲି ତାଙ୍କ ପରିବାର ସଦସ୍ୟ କହିଛନ୍ତି।

Leave a Reply

Your email address will not be published. Required fields are marked *