ଯଶୋବନ୍ତ ରଣଜିତ୍ ରାୟ//ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି//ସମୀକ୍ଷା ନିୟୁଜ
ଢେଙ୍କାନାଳ,୦୫/୦୮/୨୦୨୪ : ରାଜ୍ୟ ରେ ସମସ୍ତ ୬୭୯୮ଟି ଗ୍ରାମ ପଞ୍ଚାୟତ ରେ କାର୍ଯ୍ୟରତ ପିଅନ ମାନଙ୍କୁ ରାଜ୍ୟ ସରକାର ସରକାରୀ ମାନ୍ୟତା ମିଳି ନଥିବା କାରଣରୁ ଦୀର୍ଘଦିନ ହେଲା ମାନ୍ୟତା ଓ ମଞ୍ଜୁରୀ କୁ ଅପେକ୍ଷା କରି ବହୁତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ପଞ୍ଚାୟତ ପିଅନ ମାନଙ୍କ ପ୍ରତି ବଞ୍ଚିବା ପାଇଁ ସର୍ବନିମ୍ନ ମଜୁରୀ ବ୍ୟବସ୍ଥା ପ୍ରତି ସରକାର ଦୃଷ୍ଟି ଦେଲେ ରାଜ୍ୟର ସମସ୍ତ ପଞ୍ଚାୟତ ପିଅନ ମାନଙ୍କ ପରିବାର ବଞ୍ଚି ପାରିବେ ବୋଲି କୁହନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗାଲପଡା ଗ୍ରାମ ପଞ୍ଚାୟତର ପିଅନ ଶ୍ରୀ ରାଜ କିଶୋର ବେହେରା। ସରକାରୀ ମାନ୍ୟତା ପାଇଁ ଦୀର୍ଘ ବର୍ଷ ଧରି ଓଡ଼ିଶା ପଞ୍ଚାୟତ ପିଅନ ସଂଘ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ପଞ୍ଚାୟତିରାଜ ବ୍ୟବସ୍ଥା ର ଏହି ଅତି ଆବଶ୍ୟକତା ପଦବୀ ପାଇଁ କେବଳ ପଞ୍ଚାୟତ ତରଫରୁ ମାସିକ ଦୁଇ ରୁ ଅଢେଇ ହଜାର ଟଙ୍କା ମଜୁରୀ ହାତ ଟେକା ଭାବରେ ଦିଆଯାଏ ଯାହା କି ଦରଦାମ୍ ଦୁନିଆରେ ଜଣେ ବଞ୍ଚିବା କଷ୍ଟକର ହେବ।
ତେଣୁ ସରକାର ପଞ୍ଚାୟତ ପିଅନ ମାନଙ୍କ ପରିବାର ବଞ୍ଚିବା ପାଇଁ ହୃଦୟ ର ସହିତ ବିଚାର କରି ବ୍ୟବସ୍ଥା କଲେ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇ ପାରନ୍ତୁ ବୋଲି ଶ୍ରୀ ବେହେରା ଙ୍କ ମତ। ଦେଖାଯାଉ ଆଗକୁ ସରକାର ପଞ୍ଚାୟତ ପିଅନ ମାନଙ୍କ ପ୍ରତି ବଞ୍ଚିବା ପାଇଁ କି ବିଚାର କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।।
*ଶ୍ରୀ ମୋହନ ଚରଣ ମାଝୀ ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ l ଗୁରୁଜୀରୁ ସରପଞ୍ଚ, ସରପଞ୍ଚରୁ ବିଧାୟକ ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହେବାର ତାଙ୍କ ରାଜନୈତିକ ଜୀବନକୁ ନେଇ ସମୀକ୍ଷା ନିୟୁଜର ସ୍ୱତନ୍ତ୍ର ଉପସ୍ଥାପନା କରିଛନ୍ତି ସମୀକ୍ଷା ସମ୍ପାଦକ ଡ଼ଃ ମହେଶ୍ୱର l* ଧନ୍ୟବାଦ 🙏🏼 @samikshanewslive 9040077035