ପାଟଣା: ପିଇବା ପାଣି ଟୋପାଏ ପାଇଁ ଲୋକେ ଡହଳ ବିକଳ । ପ୍ରତିବାଦରେ ମହିଳାଙ୍କ ରାସ୍ତା ଅବରୋଧ

ଅଞ୍ଜନ କୁମାର ରଣା//ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
ପାଟଣା (୨୭/୦୨/୨୦୨୪): କେନ୍ଦୁଝରର ପାଟଣା ବ୍ଲକର ଗୋବିନ୍ଦପୁର ଗାଁ ଲୋକେ ପିଇବା ପାଣି ଟୋପାଏ ପାଇଁ ଡହଳ ବିକଳ ପ୍ରତିବାଦରେ ଶହ ଶହ ମହିଳା ଙ୍କର ଗରା, ବାଲଟି, ଡେକଚି ଧରି ରାସ୍ତା ଅବରୋଧ । କେନ୍ଦୁଝର ପାଟଣା ମୁଖ୍ୟ ରାସ୍ତା ରେ ଗାଡି ଚଳାଚଳ ଠପ । ଫାଲଗୁନ ମାସରେ ଗ୍ରୀଷ୍ମ ଋତୁର ଜଳ କଷ୍ଟ ଭୋଗୁଛନ୍ତି ଲୋକେ । ଖରାଦିନ ଆରମ୍ଭ ନହଉଣୁ କେନ୍ଦୁଝର ସହର ଗୋବିନ୍ଦପୁର ଗାଁରେ ଉତ୍କଟ ହେଉଛି ପାନୀୟ ଜଳର ସମସ୍ୟା । ଗାଁର ଲୋକସଂଖ୍ୟା ୧୫ଶହ ପାଖାପାଖି ଥିବା ବେଳେ ରହିଛି ଗୋଟିଏ ନଳକୂଅ ଯାହାକି ଲୋକଙ୍କୁ ପ୍ରଜ୍ଯାପ୍ତ ହେଉନାହିଁ । ଅନେକ ସମୟରେ ଏଥିରୁ ପାଣି ବାହାରୁ ନଥିବା ଅଭିଯୋଗ ହେଉଛି । ମେଗା ଜଳ ଯୋଗାଣ ପ୍ରକଳ୍ପ ଅଧିନରେ ପାଣି ପାଇପ୍ ବିଛା ଯାଇଥିବା ବେଳେ ଏହା ଏଯାଏ କାର୍ଯ୍ୟକ୍ଷମ ହୋଇନାହିଁ । ଗା ରେ ନାଳ ଭିତରେ କେବଳ କିଛି ଯାଗାରେ ପାଇପ ଲାଇନ ପକାଇ ଦିଆଯାଇଛି । ସେପଟେ ଷ୍ଟାଣ୍ଡ ପୋଷ୍ଠ ଗୁଡିକ ଭାଙ୍ଗିରୁଜି ନଷ୍ଟ ହୋଇ ଗଲାଣି । ସେପଟେ ଦିନକୁ ଦିନ ଲୋକଙ୍କର ଜଳକଷ୍ଟ ବଢ଼ିବାରେ ଲାଗିଛି । ଏ ବିଷୟରେ ବିଭାଗୀୟ ଅଧିକାରୀ ତଥା ପ୍ରଶାସନର ଦ୍ୱାରସ୍ଥ ହୋଇ କୌଣସି ଫଳ ନ ହବାରୁ ବାଧ୍ୟ ହୋଇ ମହିଳାମାନେ ରାସ୍ତା ଅବରୋଧ କରିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *