*ବିଜୟରତ୍ନ ପତି / ସମୀକ୍ଷା ନିୟୁଜ*
ସମପାଟଣା:୧୭/୨: ଆଜି ରାଜ୍ୟ ସରକାର ଙ୍କ ପକ୍ଷରୁ ୧୫ ଟି ଜିଲ୍ଲା ରେ ୭୩ ଟି ଆମ ହସ୍ପିଟାଲ ମୁଖ୍ୟମନ୍ତ୍ରୀ ଭରଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି।ଏ ଅବସରରେ କେନ୍ଦୁଝର ଜିଲ୍ଲା ପାଟଣା ଠାରେ ଆମ ହସ୍ପିଟାଲ ଲୋକାର୍ପଣ ଉତ୍ସାଵ ପାଟଣା ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ମହା ସମାରୋହ ରେ ଅନୁଷ୍ଠିତ ହୋଇଛି।ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଯୋଗ ଦେଇଥିଲେ।ସଂମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ,ବ୍ଲକ ଉପାଧ୍ୟକ୍ଷା ,ବୀଣାପାଣି ନାଏକ,୨୩ ନଂ ଯୋନ ଜିଲ୍ଲା ପରିଷଦ ସଦସ୍ୟା ରୁନୁ ମହାନ୍ତ,୨୨ ନଂ ଯୋନ ଜିଲ୍ଲା ପରିଷଦ ସଦସ୍ୟା ଶୋଭାଗ୍ୟ ମଞ୍ଜରୀ ନାଏକ ପାଟଣା ସରପଞ୍ଚ ବିନତି ବାନରା ମୂଷାଖୋରୀ ସରପଞ୍ଚ ଭାମାମଣି ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ପ୍ରଶାସନ ତରଫରୁ ପାଟଣା ବିଡ଼ିଓ ଶିବଶଙ୍କର ମୁର୍ମୁ,ତହସିଲଦାର ଲୀଳାବତୀ ନାୟକ,ବ୍ଲକ ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାନ୍ତ,ଅତିରିକ୍ତ ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ସେଠୀ, ସି ଡି ପି ଓ କଳ୍ପନା ଡୋରା,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଭାରପ୍ରାପ୍ତ ଅଧିକାରୀ ଡ଼ଃ ଶୁଭେନ୍ଦୁ ସାଗର ନାୟକ ,ଜିଲ୍ଲା ସ୍ତର ରୁ ଡ଼ଃ ସୂତା କୀର୍ତ୍ତି ମହାନ୍ତି ,ବି ପି ଏମ ଦୀପକ କୁମାର ନାୟକ,ପ୍ରମୁଖ ସାମିଲ ହୋଇଥିଲେ ।ପୋଲିସ ପ୍ରଶାସନ ପକ୍ଷରୁ ପାଟଣା ଥାନାଧିକାରୀ ବିଭତ୍ସ କୁମାର ପ୍ରଧାନ ଓ ଅନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଆଇନ ଶୃଙ୍ଖଳା ଉପରେ ନଜର ରଖିଥିଲେ ।
