ପିଛା ଛାଡ଼ୁନି ବିବାଦ,ଚର୍ଚ୍ଚାରେ ଭୀମଭୋଇ ମେଡିକାଲ କଲେଜ : ରୋଗୀ ହନ୍ତସନ୍ତ

ଦୀପଙ୍କର ଶ୍ୟାମଲ, ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ , ପାଟଣାଗଡ଼

କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଥିବା ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ କୋଣସି ବିବାଦରେ ବାଦ ପଡୁନି ଏବଂ ଦିନକୁ ଦିନ ବଢ଼ିବାରେ ଲାଗିଛି ଅଭିଯୋଗ , ଗତ କାଲି ଫେବୃଆରୀ ୧୬ ତାରିଖ ଦିନ ସମୟରେ ଏକ ନବଜାତ ଶିଶୁ ନିଖୋଜ ଘଟଣା ସମଗ୍ର ବଲାଙ୍ଗୀର ଅଂଚଳରେ ଚାଂଚଲ୍ୟତା ସୃଷ୍ଟି କରି ଦେଇଛି । ବଲାଙ୍ଗୀର ଜିଲ୍ଲା ବରଦି ଗ୍ରାମର ଜଣେ ରୋଗୀ  ନିଜର ପ୍ରସୂତି କରିବାପାଇଁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ ଓ ତାଙ୍କର ଶିଶୁପୁତ୍ର ଜନ୍ମହେଇଥିଲା, ଶିଶୁଟି ସାମାନ୍ୟ ଦୁର୍ବଳ ଏବଂ ଓଜନ କମ ଥିବାରୁ ତାକୁ ଏସ.ଏନ .ଏସ.ୟୁ  ରେ ଭର୍ତ୍ତି କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ କିନ୍ତୁ କିଛିସମୟ ପରେ ଶିଶୁଟି ସେଇଠି ନଥିବା ଓ ସେହି ନାମରେ କୋଣସି ତଥ୍ୟ ନମିଳିବାର ସୂଚନା ବିଭାଗୀୟ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଦେବା ସହିତ ପ୍ରତିକ୍ରିୟା ପ୍ରକାଶ ନ କରିଥିବାରୁ  ଡାକ୍ତରଖାନାରେ ଲୋକେ ଉତ୍ୟକ୍ତ ହୋଇଉଠିଥିଲେ । କାର୍ଯ୍ୟରତ ଅଧିକାରୀ ଭୁଲ ବଶତଃ ଶିଶୁପୁତ୍ରଟିକୁ ଅନ୍ୟ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଦେଇଥିଲେ ବୋଲି ପରିବାରଲୋକଙ୍କୁ କହିଥିଲେ। ଏ ନେଇ ପରିବାର ଲୋକେ ଶିଶୁପୁତ୍ରର ଉଦ୍ଧାର ପାଇଁ ଥାନାରେ ଏତଲା(କେ:ନ ୧୧୫/୨୦୧୪)  ଦେଇଥିଲେ ଫଳରେ ପୋଲିସ ଦ୍ୱାରା  ତୁରନ୍ତ ତଦନ୍ତକାର୍ଯ୍ୟ  ଆରମ୍ଭ ହୋଇ ନିଖୋଜ ଶିଶୁକୁ ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲାର କଣ୍ଟାମାଲ ଅଂଚଳରୁ ଉଦ୍ଧାର କରାଯାଇଥିଲା । ଅନ୍ୟପଟେ ଗତ ୧୫ ଫେବୃଆରୀ ରାତିରେ ଜଣେ ସ୍ଥାନୀୟ ବ୍ୟକ୍ତି ଦୁର୍ଘଟଣା ଗ୍ରସ୍ତ ହୋଇ ଭର୍ତ୍ତି ହୋଇଥିଲେ କିନ୍ତୁ ପୀଡିତଙ୍କୁ ଉପଯୁକ୍ତ ଚିକିତ୍ସା ନଦେଇଥିବାରୁ ଓ ଅବହେଳା ଯୋଗୁଁ  ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଅଭିଯୋଗ କରିଥିଲେ ମୃତଙ୍କ ପରିବାର । ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥାର ଅବହେଳା ଯୋଗୁଁ ଏହିପରି ଅନୈତିକର ପରିସ୍ଥିତି ସୃଷ୍ଟି ହେଉଛି ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *