ପୁରୀ-ଆନନ୍ଦବିହାର ଭାୟା କେନ୍ଦୁଝର ଟ୍ରେନର ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ଅଞ୍ଜନ କୁମାର ରଣା//ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
କେନ୍ଦୁଝର (୭/୩/୨୦୨୪) : କେନ୍ଦୁଝରବାସୀଙ୍କର ବହୁ ଦିନର ସ୍ଵପ୍ନ ସାକାର ହେଲା । ଆଜି କେନ୍ଦୁଝର ରୁ ନୂଆଦିଲ୍ଲୀ ଟ୍ରେନ୍ ର ଶୁଭାରମ୍ଭ ହେଲା । ଏହି ଟ୍ରେନ୍ କୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେଳ ଯୋଗେ କେନ୍ଦୁଝର ରୁ ସିଧାସଳଖ ନୂଆଦିଲ୍ଲୀ ଯିବା ପାଇଁ ଜିଲ୍ଲାବାସୀ ଦେଖିଥିବା ସ୍ଵପ୍ନ ଆଜି ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯେଉଁଥିପାଇଁ ଅନେକ ଥର ଜିଲ୍ଲାବାସୀ ତଥା ବିଭିନ୍ନ ସଂଗଠନ ରେଳ ମନ୍ତ୍ରଣାଳୟ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହି ସ୍ଵପ୍ନ ଆଜି ପୂରଣ ହୋଇଛି । ଆଭାସି ମାଧ୍ୟମରେ ପୁରୀ – ଆନନ୍ଦ ବିହାର ଭାୟା କେନ୍ଦୁଝରଗଡ଼ ଟ୍ରେନ୍ କୁ ଚଣ୍ଡିଖୋଲ ରୁ ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଟ୍ରେନ୍ ପୁରୀ ରୁ ବାହାରି କେନ୍ଦୁଝରଗଡ଼ ଦେଇ ଦିଲ୍ଲୀ ଆନନ୍ଦବିହାର ରେ ପହଂଚିବ। ଏହି ଅବସରରେ ଆଜି କେନ୍ଦୁଝରଗଡ଼ ରେଳ ଷ୍ଟେସନ ଠାରୁ ଏହି ଟ୍ରେନ୍ ଟି ବାହାରି ବାଂଶପାଣି ପର୍ଯ୍ୟନ୍ତ ଯିବା ସହିତ ଆଗାମୀ ନିର୍ଧାରିତ ସୂଚୀ ଅନୁସାରେ ପୁରୀ ରୁ ଦିଲ୍ଲୀ ର ଆନନ୍ଦବିହାର ଟର୍ମିନାଲ ଯାଏ ଚାଲିବ। କେନ୍ଦୁଝର ଠାରେ ଅନୁଷ୍ଠିତ ଏହି ଅଭାସି ଉଦଘାଟନ କାର୍ଯ୍ୟକ୍ରମ ରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଙ୍କ ସମେତ କେନ୍ଦୁଝର ଜିଲ୍ଲାବାସୀ ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ଆଭାସି ମାଧ୍ୟମରେ ଲୋକାର୍ପଣ ଉତ୍ସବ ରେ ଉପସ୍ଥିତ ରହି ଏହି ଟ୍ରେନ୍ କୁ ସ୍ଵାଗତ କରିଥିଲେ । ଆଜି ଲୋକାର୍ପିତ ହୋଇଥିବା ପାରାଦୀପ ରୁ କେନ୍ଦୁଝରଗଡ଼ ମେମୁ ଟ୍ରେନ୍ ମଧ୍ୟ ପ୍ରଧାନମନ୍ତ୍ରୀ ଙ୍କ ଉପହାର ବୋଲି ବିଧାୟକ ମାଝୀ ତାଙ୍କ ଅଭିଭାଷଣ ରେ କହିଛନ୍ତି।

Leave a Reply

Your email address will not be published. Required fields are marked *