ପ୍ରଶାନ୍ତ କୁମାର ସାହୁ//ସାମ୍ବାଦିକ //ସମୀକ୍ଷା ନିୟୁଜ
ପରଜଙ୍ଗ,୨୮-୦୪-୨୦୨୪: ରାଜ୍ୟରେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଏବଂ ସର୍ବାଧିକ ତାପମାତ୍ରା କୁ ନେଇ ଚିନ୍ତାରେ ଛାତ୍ର ଛାତ୍ରୀ l ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ IGIT(ଇନ୍ଦିରା ଗାନ୍ଧୀ ଇନଷ୍ଟିଚୁଟ ଅଫ ଟେକ୍ନୋଲୋଜି) କଲେଜ ତୃତୀୟ ବର୍ଷ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଘୁଞ୍ଚାଇବା ଦାବିରେ NH 53 ନମ୍ବର କଲେଜ ସମ୍ମୁଖ ରାସ୍ତାରେ ଛାତ୍ର ଛାତ୍ରୀ ମାନେ ଧାରଣାରେ ବସିଛନ୍ତି l ଏପ୍ରିଲ 30 ରୁ ମେଇ ମାସ 18 ତାରିଖ ଯାଏ ହବ 4ର୍ଥ ସେମିଷ୍ଟାର ପରୀକ୍ଷା l ଏ ନେଇ ଅସହ୍ୟ ଖରାରେ ସାରା ରାଜ୍ୟ ଆଉଟ ପାଉଟ ହେଉଥିବା ବେଳେ କିଭଳି ଭାବରେ ପରୀକ୍ଷା ଦେବେ ଛାତ୍ର ଛାତ୍ରୀ ଚିନ୍ତାରେ l ଏ ନେଇ ପରୀକ୍ଷା ଦେବା ସମ୍ଭବ ନୁହଁ ବୋଲି ପ୍ରତିବାଦ କରିଛନ୍ତି ଛାତ୍ର ଛାତ୍ରୀ ମାନେ l ତେଣୁ 4ର୍ଥ ସେମିଷ୍ଟର କିଛି ଦିନ ଘୁଞ୍ଚାଇବା କୁ ଛାତ୍ର ଛାତ୍ରୀ ମାନେ ଦାବୀ କରିଛନ୍ତି l ଏ ନେଇ କୌଣସି କତୃପକ୍ଷ ମତାମତ ଦେଇନାହାନ୍ତି l