ଅନନ୍ତ ନାରାୟଣ ମହାନ୍ତି/ଜିଲ୍ଲା ପ୍ରତିନିଧି//ସମୀକ୍ଷା ନିୟୁଜ
ବ୍ରହ୍ମପୁର(୨୧-୦୨-୨୦୨୪): ବହୁ ଦିନର ବାଦବିବାଦ ଓ ରାଜନୈତିକ ପ୍ରତିକ୍ଷାର ଅନ୍ତ ଘଟିଲା। ଦିନେ ମୁଖ୍ଯମନ୍ତ୍ରୀଙ୍କ ଏକନ୍ତ ଅନୁଗତ ରହି ଗଞ୍ଜାମ ରାଜନୀତି ସମେତ ତୃତୀୟ ମହାଲର ସମସ୍ତ ନଷ୍ପତ୍ତିର ପୁରୋଧା ସାଜିଥିବା ପ୍ରଦୀପ ଶେଷରେ ବିଜୁ ଜନତା ଦଳରୁ ୨୦୨୦ ମସୀହାରେ ବିତାଡିତ ହେଲେ। ଛାତ୍ର ରାଜନୀତିରୁ ମୁଖ୍ଯ ରାଜନୀତିରେ ପ୍ରବେଶ କରିଥିବା ପ୍ରଦୀପ ଗଞ୍ଜାମରେ ବିଜୁ ଜନତା ଦଳର ରାଜନୈତିକ କାଣ୍ଡ ଓ ମୂଳକୁ ସଶକ୍ତ କରିଥିଲେ। ଶେଷରେ ଅନେକ ବଦନାମର ଶିରୋପା ବାନ୍ଧି ବିଜୁ ଜନତା ଦଳ ବହିଃଷ୍କାର କରିଥିଲା। ୨୦୧୧ ମିଡନାଇଟ ଅପରେସନ ପରେ ନବୀନଙ୍କୁ ପ୍ଯାରୀଙ୍କ ଚାଲରୁ ବଞ୍ଚାଇଥିଲେ ପ୍ରଦୀପ। ସଂଗେସଂଗେ ତୃତୀୟ ମହାଲର ବ୍ଯବସ୍ଥାକୁ ପ୍ଯାରୀଙ୍କ ଚକ୍ରାନ୍ତରୁ ବଞ୍ଚାଇବା ପାଇଁ ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ତଥା ପ୍ରଦୀପଙ୍କ ବିଶ୍ୱସ୍ତ ଭି.କାର୍ତ୍ତିକେୟନ ପାଣ୍ଡିୟାନଙ୍କୁ ପ୍ରଦୀପ ହିଁ ନେଇଥିଲେ। ପରବର୍ତ୍ତୀ କ୍ଷେତ୍ରରେ ଗଞ୍ଜାମର ପୁରା ରାଜନୈତିକ ଚାବିକାଠି ପ୍ରଦୀପଙ୍କ ହାତରେ ରହିଲା। ପ୍ଯାରୀଙ୍କ ଅମଳରୁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ନାମକୁ ମାତ୍ର ନବୀନ ନିର୍ବାଚନ ଲଢ଼ୁଥୁଲେ ମଧ୍ଯ ସେଠାକାର ଚଳନ୍ତି ବିଧାୟକ ଥିଲେ ପ୍ରଦୀପ। ଯେଉଁ କାର୍ତ୍ତିକଙ୍କୁ ସେ ତୃତୀୟ ମହଲା ନେଇ କ୍ଷମତା ମୁକୁଟ ପିନ୍ଧାଇଲେ ସେହି କାର୍ତ୍ତିକ ହିଁ ପରବର୍ତ୍ତୀ କ୍ଷେତ୍ରରେ ପ୍ରଦୀପଙ୍କୁ ପୁରା ପିକଚରରୁ ଆଉଟ କରାଇଦେଲେ। ତିକ୍ତତା ଏତେ ଚରମସୀମାରେ ଥିଲା ଯାହକି ଜେଲ୍ ଓ ବେଲ୍ ଯାଏଁ ନେଇଗଲା। ପ୍ରଦୀପଙ୍କ ପାରିବାରିକ ପରିବେଶକୁ ମଧ୍ଯ ଅସହିଷ୍ଣୁ ରାଜନୀତି ବାଦ୍ ଦେଇନଥିଲା। ଏତେ ସବୁ ପରେ ମଧ୍ଯ ୨୦୨୨ ଯାଏଁ ପ୍ରଦୀପ ନବୀନଙ୍କ ଉପରେ ଭରଷା ରଖିବା ସହ ପ୍ରଶଂସାରେ ପୋତୁଥୁଲେ କେବଳ କାର୍ତ୍ତିକଙ୍କୁ ଦୋଷ ଦେଉଥୁଲେ। ଇତି ମଧ୍ୟରେ ତାରାତାରୀଣ ମନ୍ଦିରର ନୂତନ ବିନ୍ଯାସର ଲୋକାର୍ପଣ ବେଳେ ନବୀନ ହେଲିକେପଟରରୁ ଓହ୍ଲାଇଲା ପରେ “ହ୍ୱେରାଇଜ୍ ପ୍ରଦୀପ” ବୋଲି କାର୍ତ୍ତିକଙ୍କୁ ପଚାରିଥିବାର ଚର୍ଚ୍ଚା ଯୋର ଧରିଥିଲା। ଯେଉଁଦିନ ନବୀନ ବାବୁ ଗଣମାଧ୍ଯମ ଆଗରେ ପ୍ରଦପଙ୍କ ନିଲମ୍ବନ/ବହିଃଷ୍କାର ସମ୍ପର୍କରେ କହିଲେ ସେହଦିନଠାରୁ ପ୍ରଦୀପ ନବୀନଙ୍କ ପ୍ରଶାଂସା ଛାଡି ନବୀନଙ୍କ ବିରୋଧରେ ଏବଂ ବିଜୁ ଜନତା ଦଳର କଳା କାହାଣୀର ଗୁମର ଖୋଲିବା ଆରମ୍ଭ କରିଥିଲେ।
ତା’ପରେ ପ୍ରଦୀପଙ୍କ ରାଜନୈତକ ଭବିଷ୍ଯତ ସମ୍ପର୍କରେ ଚର୍ଚ୍ଚା ଆଲୋଚନା, ବାଦବିବାଦ ମନ୍ତବ୍ଯ ଜାରି ରହିଥିଲା। ପ୍ରଦୀପ ଓ ପ୍ରଦୀପଙ୍କ ସମର୍ଥକ ମାନେ ଚର୍ଚ୍ଚା ଆରମ୍ଭ କରିଥିଲେ ପ୍ରଦୀପ ଫୁଲ ଧରିବେ। ପାଞ୍ଚ ପାଞ୍ଚ ଥର ପ୍ରଦୀପଙ୍କ ମିଶ୍ରଣ ପର୍ବର ତାରିଖ ସମ୍ପର୍କରେ ଯୋରଦାର ଆଲୋଚନା ହୋଇଥିଲେ ମଧ୍ଯ ଫୁଲ ଧରିପାରିନଥିଲେ ପ୍ରଦୀପ। ପରବର୍ତ୍ତୀ କ୍ଷେତ୍ରରେ ମାଘ ମାସରେ ଲେଖା ଛିଡିବ ବୋଲି ପ୍ରଦୀପ ପରୋକ୍ଷ ଇଂଗିତ ଦେଇଥିଲେ।
୨୨-୦୨- ୨୪ ରେ ମିଶ୍ରଣ ହେବ ବୋଲି ଆଲୋଚନା କିନ୍ତୁ ଗୁପ୍ତରେ ୨୧-୦୨-୨୪ ରେ କାହିଁକି ହେଲା?
ଆସନ୍ତା କାଲି ଭାରତୀୟ ଜନତା ପାର୍ଟିର ହେବିୱେଟ କେନ୍ଦ୍ରୀୟ ନେତା ରାଜନାଥ ସିଂ ଙ୍କ ଗସ୍ତ ଥିଲାବେଳେ ୨୨-୦୨-୨୪ ଅପରାହ୍ନରେ ପ୍ରଦୀପ ରାଜ୍ଯ କାର୍ଯ୍ଯାଳୟରେ ବିଜେପିରେ ମିଶିବା ଏକପ୍ରକାର ଚୂଡାନ୍ତ ହୋଇଥିବା ସୂଚନା ମିଳିଥିଲେ ମଧ୍ଯ ୨୧ ରେ ପ୍ରଦୀପ ଭୁବନେଶ୍ୱର ପାର୍ଟି କାର୍ଯ୍ଯାଳୟରେ ବିଜେପିରେ ସାମିଲ ହୋଇଥିଲେ। ନିର୍ଭରଯୋଗ୍ଯ ସୂତ୍ରରୁ ହସ୍ତଗତ ତଥ୍ଯ ଆଧାରରେ ପ୍ରଦୀପ ଆଜି ଯୋଗ ଦେବାକୁ ବାଧ୍ଯହେଲେ ଏବଂ ବରାଦ କରିଥିବା ବିରାଟ ପଟୁଆରର ଗାଡିଘୋଡା ବାତିଲ କରିଲେ। ରାଜନୈତିକ ପ୍ରତିହିଂସାର ପ୍ରତିପକ୍ଷ ପ୍ରଦୀପଙ୍କ ସାମିଲ ଓ ପଟୁଆରକୁ ଭଣ୍ଡୁର କରିବା ପାଇଁ ଯୋଜନା କରିଥିଲେ। ପ୍ରଦୀପଙ୍କ ଗୋଇନ୍ଦା ରାଜ୍ଯ ସରକାରଙ୍କ ଗୋଇନ୍ଦା ଠାରୁ ତୀକ୍ଷ୍ଣ ଓ ତୀବ୍ର ଥିବା ଆକଳିତ ତଥ୍ଯ। କାଲି ସାମିଲ ପୂର୍ବରୁ ପ୍ରଦୀପ ପୁଣି ବନ୍ଧା ହେବା କିମ୍ବା ପୋଲିସ ଦ୍ୱାରା ଅଟକ ହେବାର ବହୁ ସମ୍ଭାବନା ଥିଲା। ଦ୍ୱିତୀୟତଃ ଆସନ୍ତା କାଲି ଗୋପାଳପୁରରୁ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ସମେତ ବିଜୟୀ ୩-୪ ବିଜେପି ସରପଞ୍ଚ ସେଠାକାର ସ୍ଥାନୀୟ ବିଜେପି ନେତାଙ୍କ ଦଳବିରୋଧୀ ଆଭିମୂଖ୍ଯ ସହ ବ୍ଯକ୍ତିଗତ ସ୍ୱାର୍ଥ କୈନ୍ଦ୍ରିକ ମନମୁଖୀ କାର୍ଯ୍ଯରେ ଅତିଷ୍ଠ ହୋଇ ବିଜେପି ଛାଡି ଶଙ୍ଖ ଧରିବାର ଆପାତତଃ ନିଷ୍ପତ୍ତି ହୋଇଛି। ଏକ ସମୟରେ ଏପରି ମିଶ୍ରଣ ଯଦି ୨୨ ତାରିଖରେ ହୁଏ ପ୍ରଦୀପଙ୍କ ମିଶ୍ରଣର ଗଣମାଧ୍ଯମ ଚର୍ଚ୍ଚାଆଲୋଚନା ଫିକା ପଡିଯିବାର ସମ୍ଭାବନା। ଅନ୍ଯପଟେ ପ୍ରଦୀପଙ୍କ ମିଶ୍ରଣର ଆଲୋଚନା ବଦଳରେ ରାଜନାଥ ସିଂହ ଙ୍କ ମିଡିଆ ଆଲୋଚନା ପ୍ରଦୀପଙ୍କ ସବୁ ରାଜନୈତିକ ରଂଗକୁ ଫିକା କରିଦେବାର ସମ୍ଭାବନା ଚତୁର ପ୍ରଦୀପ ଜାଣିପାରିଥିଲେ, ଏଣୁ ଗୋପନୀୟ ରଖି ତୁରନ୍ତ ଆଜି ମିଶ୍ରଣ ପର୍ବ ଭୁବନେଶ୍ୱରର ଠାରେ ତରବରିଆ ଭାବରେ ହୋଇଥିବା ଜଣାପଡିଛି। (୨ୟ ଓ ୩ୟ ଭାଗ କ୍ରମଶଃ)