ଭରତ ବିଶି//ଜିଲ୍ଲା ପ୍ରତିନିଧି //ସମୀକ୍ଷା ନିୟୁଜ
ଭବାନୀପାଟଣା: କଳାହାଣ୍ଡି ଲୋକସଭା ରେ ଭବାନୀପାଟଣା ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ।ଏହି ନିର୍ବାଚନ ମଣ୍ଡଳୀରେ ପ୍ରଦିପ୍ତ ଙ୍କ ଛକା ଚଉକା ,୧୯୯୫ ରୁ ଆରମ୍ଭ କରି ଚାରିଥର ବିଧାୟକ ହୋଇ ୧୯ ନିର୍ବାଚନ ପରେ ବିରୋଧୀ ଦଳ ନେତା ମଧ୍ୟ ରହିଛନ୍ତି।ଦେହ ଅସୁସ୍ଥତା ପରେ ମଧ୍ୟ ବିଜେପି ପ୍ରଦିପ୍ତ ଙ୍କୁ ହିଁ ଭରଷା କରିଛି। ବିଜେଡି ରେ ଲଲିତା ନାଏକଙ୍କୁ ଟିକେଟ ଦେଇଛନ୍ତି,ଯିଏ କି ଦୁଷ୍ମନ୍ତ ନାଏକ ଙ୍କ ଧର୍ମପତ୍ନୀ, ଦୁଷ୍ମନ୍ତ ଚାରିଥର ନିର୍ବାଚନ ଲଢ଼ି ତିନି ତିନି ଥର ହାରିଛନ୍ତି।ତେଣୁ ତାଙ୍କୁ ଦଳ ଭରଷା କରିପାରିଲା ନାହିଁ। ତେଣୁ ତାଙ୍କ ପତ୍ନୀ ଲଲିତା ଙ୍କୁ ପ୍ରାର୍ଥୀ କରିଛି ଦଳ। ସେହିଭଳି କଂଗ୍ରେସ ରୁ ଗତଥର ଲଢିଥିବା ଭକ୍ତ ଦାସ ଙ୍କ ପୁଅ ସାଗର ଚରଣ ଦାସ ପୁଣିଥରେ ପ୍ରାର୍ଥୀ କରିଛି ଦଳ।ଗତ ନିର୍ବାଚନ ରେ ୩୫୪୯୪ ଭୋଟ ପାଇଁ ତୃତୀୟ ସ୍ଥାନ ରେ ଥିଲେ।କିନ୍ତୁ ପ୍ରଦିପ୍ତ ଙ୍କ ପ୍ରତି ଳୋକଙ୍କ ଭାବପ୍ରବଣତା ଜଲ ଜଲ ଦିଶୁଛି, ଯେତେବେଳେ ଗତ ୧୦ତାରିଖ ଦିନ ପ୍ରଦିପ୍ତ ନାଏକ ଭବାନୀପାଟଣା ଫେରିବା ଖବର ଆସିଲା।୧୨୦୦ ରୁ ଉର୍ଦ୍ଧ ବାଇକ ଓ କେସିଙ୍ଗା ରୁ ପାଷ୍ଟିକୁଡି ଛକ,ରେ ହଜାର ହଜାର ଳୋକ ସଂଖ୍ୟକ ଳୋକେ ଅପେକ୍ଷା କରିଥିଲେ ସ୍ବାଗତ ପାଇଁ।୨୦୧୯ ପରଠାରୁ କୋଭିଡ ରେ ଗୁରୁତର ପିଡିତ ଥିଲେ ।ହେଲେ ଭୁବନେଶ୍ଵର ରେ ଲମ୍ବା ସମୟ ଯାଏଁ ଚିକିତ୍ସିତ ହେଉଥିଲେ।କରୋନା ସମୟରେ ମଧ୍ୟ ଳୋକଙ୍କ ପାଖରେ ଯାଇ ଦୁଃଖ ସୁଖଃ ରେ ଠିଆ ହେଉଥିଲେ, ନିଜେ କରୋନା ଭାଇରସ ର ଶିକାର ହେଲେ। ଜୀବନ ଯୁଦ୍ଧରେ ଲମ୍ବା ସଂଘର୍ଷ ପରେ ଏବେ ସୁସ୍ଥତା ପରିଲକ୍ଷିତ ହେବାପରେ ପୁଣିଥରେ ବିଜେପି ପ୍ରଦିପ୍ତ ଙ୍କୁ ବିଶ୍ଵାସଭାଜନ କରିଛି। ହେଲେ ଳୋକଙ୍କ ଭାବପ୍ରବଣତା କେମିତି ରହିଛି ବିରୋଧୀ ସମ୍ପୁର୍ଣ୍ଣ ଆବାକ୍ ରହିଛନ୍ତି।ଦୁଇ ବିରୋଧୀ ଦଳ ବିଜେଡି, କଂଗ୍ରେସ ଚିନ୍ତା ରେ ରହିଛନ୍ତି। ହେଲେ ଏଥର କାହା କୁ ଭରଷା କରିବେ ଜନତା ତାହା ନିର୍ବାଚନ ଫଳାଫଳ କହିବ।