ବଣ୍ଡା ପାହାଡରେ ଷ୍ଟ୍ରବେରୀ ଚାଷ, ବଣ୍ଡା ଲୋକଙ୍କୁ କରିବ ରୋଜଗାର କ୍ଷମ

ଅପୂର୍ବ ଥଣ୍ଡର
ସ୍ୱତନ୍ତ୍ର ପ୍ରତିନିଧି / ମାଲକାନଗିରି

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ବଣ୍ଡା ଘାଟିରେ ରୁହନ୍ତି ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟର ଲୋକେ । ସମୁଦ୍ର ପତନରୁ ପ୍ରାୟ ୫୦୦୦ ଫୁଟ ଉପରେ ଏହି ସ୍ଥାନ ରହିଥିବା ବେଳେ ଅଞ୍ଚଳକୁ ବର୍ଷ ବର୍ଷ ଧରି ବିକାଶ ଚଢି ପାରୁନଥିଲା । । ସମୁଦ୍ର ପତନ ଠାରୁ ପାଞ୍ଚହଜାର ଫୁଟ ଉଚ୍ଚତାରେ ବଣ୍ଡାଘାଟି ଅବସ୍ଥିତ ଥିବାରୁ ସର୍ବଦା ଏଠାରେ ଥଣ୍ଡା ତାପମାତ୍ରା ଅଧିକ ରହିଥାଏ । ଅଞ୍ଚଳରେ ରୋଜଗାରର ବିଶେଷ ପନ୍ଥା ନଥିବାରୁ ଲୋକଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ବଣ୍ଡାଉନ୍ନୟନ ସଂସ୍ଥା ଦ୍ଵାରା ଅନେକ ପଦକ୍ଷେପ ନେଇଥିବା ବେଳେ ବର୍ତ୍ତମାନ ଏହି ଅଞ୍ଚଳରେ ଲୋକଙ୍କ ପାଇଁ ଆସିଛି ଏକ ଖୁସିଖବର । କାରଣ ବଣ୍ଡା ଘାଟିରେ ବର୍ତ୍ତମାନ ଆରମ୍ଭ ହୋଇଛି ଷ୍ଟ୍ରବେରୀ ଚାଷ । ଏଠିକାର ଜଳବାୟୁ ଏହି ଚାଷ ପାଇଁ ଉପଯୁକ୍ତ ଥିବାରୁ ଫଳିଛି ଷ୍ଟ୍ରବେରି । ସରକାରୀ ସହୟତାରେ ଓପିଲିପି ଏନେଜିଓ ମାଧ୍ୟମରେ ହିମାଚଳ ପ୍ରଦେଶର ମହାବଲିପୁରମ୍ ରୁ ୱଣ୍ଟରଡନ କିସମର ଷ୍ଟ୍ରବେରୀ ଚାରା ଅଣାଯାଇ ବଣ୍ଡାପଡ଼ା ଗାଁର ଦୁଇଜଣ ଚାଷୀ ଲଛିମ୍ ମୁଦୁଲି ଓ ମଙ୍ଗଳା ମୁଦୁଲିଙ୍କୁ ପ୍ରଥମ ପର୍ଯ୍ୟାୟରେ ଚାରା ପ୍ରଦାନ କରାଯାଇଥିଲା। ଏହା ସହିତ ଚାଷ ଉପୋଜୋଗି ନିମନ୍ତେ ଏକ କିଲୋମିଟର ଦୂରରୁ ପାଇପ୍ ଯୋଗେ ପାଣି ଆଣି ବୁନ୍ଦା ଜଳସେଚନ ସହ, ଜମି ମରାମତିର ବେବାସ୍ତା କରାଯାଇଥିଲା। ଏଥି ନିମନ୍ତେ ତିନିଲକ୍ଷ କୋଡ଼ିଏ ହଜାର ଟଙ୍କା ଓପିଲିପି ପକ୍ଷରୁ ସହଯୋଗ କରାଯାଇଛି। ଏହା ଗୋଟିଏ ଏକର ଜମିରୁ କୁଇଣ୍ଟାଲ୍ ପିଛାସାତ ହଜାର କେଜି ଅମଳ ହେବାର ଆକଳନ କରାଯାଇଛି। ଫଳରେ ଏହାର ଆନୁମାନିକ ବଜାର ମୂଲ୍ୟ କେଜି ୩ସହ ଟଙ୍କା ହିସାବରେ ୨୧ ଲକ୍ଷ୍ୟ ଟଙ୍କା ହେବାର ସମ୍ଭାବନା ରହିଛି। ଏହି ଫଳ ବିଭିନ୍ନ ସରକାରୀ ସଂସ୍ଥାକୁ ବିକ୍ରୟ ପାଇଁ ଚୁକ୍ତି କରାଯାଇଛି। ବିଡିଏ ସଂସ୍ଥାର କୃଷି ଅଧିକାରୀ ଅମିତ୍ କୁମାର ପ୍ରଧାନ ଚାଷୀଙ୍କୁ ସହଯୋଗ କରୁଥିବା ବେଳେ ପ୍ରକଳ୍ପ ସଂଯୋଜକ ଅଜିତ କୁମାର ସାହୁ ଚାରା ଯୋଗାଇବା ଠାରୁ ଚାଷୀଙ୍କୁ ଉତ୍ସାହିତ ଓ ବଜାରି କାରଣ ନିମନ୍ତେ ସମ୍ପୂର୍ଣ ସହଯୋଗ କରିଥିଲେ। ଆଗାମୀ ଦିନରେ ସେହି ଅଞ୍ଚଳରେ କିପରି ଅଧିକରୁ ଅଧିକ ଚାଷୀ ଷ୍ଟ୍ରବେରୀ ଚାଷ କରି ଲାଭବାନ ହେବା ସହ ବଜାରିକରଣ ପାଇଁ ରାସ୍ତା ଖୋଲିବ ବୋଲି ବିଡିଏ ସଂସ୍ଥା ଅଧିକାରୀ ସଲମନ ରାଇକା ମତ ଦେଇଛନ୍ତି। ତେବେ ଏହି ଚାଷ ବର୍ତ୍ତମାନ ଅଞ୍ଚଳରେ ଖୁସି ଲହରୀ ସହ ରୋଜଗାର ପାଇଁ ନୂଆ ଆଶା ସଂଚାର କରିଛି ।

Leave a Reply

Your email address will not be published. Required fields are marked *