ବିଜେଡି ଶିବିରରେ ୪ବିଜେପି କର୍ପୋରେଟର!

ଅନନ୍ତ ନାରାୟଣ ମହାନ୍ତି/ଜିଲ୍ଲା ପ୍ରତିନିଧି//ସମୀକ୍ଷା ନିୟୁଜ
ବ୍ରହ୍ମପୁର(୨୬-୦୨-୨୦୨୪):ବ୍ରହ୍ମପୁରମହାନଗର ନିଗମର ୱାର୍ଡ ନଂ ୨୦,୨୧,୨୨,୨୭ରେ ବିଜେପି ଟିକେଟରେ ବିଜୟୀ ହୋଇଥିବା ୪କର୍ପୋର୍ଟର ଆଜି ବିଜେଡିରେ ଯୋଗ ଦେବେ। ଏଥିରୁ ୩ଜଣ ବିଜେପିରେ ୨୦-୨୪ବର୍ଷ ଧରି ଶୃଙ୍ଖଳିତ କାର୍ଯ୍ଯକର୍ତ୍ତା ଥିଲେ। ମହାନଗର ନିଗମ ସମେତ ସମଗ୍ର ଗଞ୍ଜାମ ସାଂଗଠନିକ ଜିଲ୍ଲାରେ ଏହି ୩ଜଣ ବରିଷ୍ଠ କାର୍ଯ୍ଯକର୍ତ୍ତାଙ୍କ ପ୍ରଭାବ ରହିଛି। ଏହି ମାନଙ୍କର ଦଳ ତ୍ଯାଗ କରିବା ବ୍ରହ୍ମପୁର, ଗୋପାଳପୁର ଏବଂ ଦିଗପହଣ୍ଡିର ୭ଟି ପଞ୍ଚାୟତରେ ପ୍ରଭାବ ପଡିବ, ଦୀର୍ଘଦିନ ଧରି ଭାରତୀୟ ଜନତା ପାର୍ଟିର ଜିଲ୍ଲା ସ୍ତରୀୟ ପଦାଅଧିକାରୀ ସମେତ ରାଜ୍ଯରୁ ପ୍ରଭାରୀ/ପର୍ଯ୍ଯବେକ୍ଷକ ଭାବରେ ଦାୟିତ୍ୱରେ ରହିଥିବା ପଦାଧିକାରୀଙ୍କ ଅବହେଳା ପ୍ରଦର୍ଶନ, ଲାଞ୍ଚିତ, ଅପମାନ ସୂଚକ କାର୍ଯ୍ୟ ସହ ନଗର ନିର୍ବାଚନ ସମୟରେ ଏହି ବିଜୟୀ ବିଜେପି କର୍ପୋରେଟର ମାନଙ୍କୁ ହରାଇବା ପାଇଁ ସରୋଜ ସାବତ, ଅଶୋକ ମିଶ୍ର, ପୂର୍ବତନ ଜିଲ୍ଲା ସଭାପତି କାହ୍ନପତି, ପୂର୍ବତନ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ସମସ୍ତ କଳବଳ କୌଶଳ ଲଗାଇଥିବା ତଥ୍ଯଭିତ୍ତିକ ଅଭିଯୋଗ ଆଣି ରାଜ୍ଯ ପଦାଧିକାରୀଙ୍କୁ ଜଣାଇଥିଲେ ମଧ୍ଯ କୌଣସି କାର୍ଯ୍ଯାନୁଷ୍ଠାନ ନନେଇ ବରଂ ସେହି ବ୍ଯକ୍ତିମାନଙ୍କ ଗୁରୁଦାୟିତ୍ୱ ଦେଇ ୨୦୨୪ ନିର୍ବାଚନ ଲଢ଼େଇ ପାଇଁ ଦଳ ପ୍ରସ୍ତୁତ ହେବା ଦୁର୍ଭାଗ୍ଯ ବୋଲି କର୍ପୋରେଟର କହିଛନ୍ତି। ସେମାନଙ୍କ ନେତୃତ୍ୱରେ ବିଜେପିରେ ରହି ଭିତିରିଆ ଆତ୍ମଘାତି କରିବା ଅପେକ୍ଷା ଖୋଲମଖୋଲା ବିଜେଡିକୁ ସମର୍ଥନ କରିବାରେ ଅସୁବିଧା ନାହିଁ। ଏପରି ଚିନ୍ତାରେ ଦଳ ତ୍ଯାଗକରି ୱାର୍ଡରେ ଅଧିକ ବିକାଶ ମୂଳକ କାର୍ଯ୍ଯ ପାଇଁ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ମତାମତ ଦେଇଛନ୍ତି। ବାସ୍ତବରେ ୨୦୨୨ ନଗର ନିର୍ବାଚନ ବେଳେ ଭାରତୀୟ ଜନତା ପାର୍ଟିର ଲୋକସଭା ସଂଯୋଜକ ସରୋଜ ସାବତ, ଅଶୋକ ମିଶ୍ର, ପୂର୍ବତନ ଜିଲ୍ଲା ସଭାପତି କାହ୍ନପତି, ପୂର୍ବତନ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଏହି ଦାୟିତ୍ୱବାନ ବ୍ଯକ୍ତିମାନେ ୫ଟି ୱାର୍ଡରେ ପ୍ରାର୍ଥୀ ନଦେବା ଯୋଗୁଁ ବିଜେପି ମେୟର ୨୦ହଜାର ଭୋଟରେ ହାରିଥିବା ସହ ପାଖାପାଖି ୯ଟି ୱାର୍ଡ ଅଳ୍ପ ସଂଖ୍ଯକ ଭୋଟରେ ବିଜେପି ହାତରୁ ଯାଇଥିବା ରାଜନୈତିକ ସମୀକ୍ଷକ ମାନେ କହିଛନ୍ତି।
ଅନ୍ଯପଟେ ବିଜେପିର ଯେଉଁ ବ୍ଯକ୍ତିମାନେ ବର୍ତ୍ତମାନ ଦାୟିତ୍ୱରେ ଅଛନ୍ତି ସେମାନେ ବିଗତ ଦିନରେ ପ୍ରଦୀପଙ୍କ ବିରୋଧରେ ବହୁ ଅଭିଯୋଗ ଓ ବିରୋଧ କରୁଥୁଲେ, ଏବେ ସେହି ସବୁ ବ୍ଯକ୍ତି ଦାୟିତ୍ୱରେ ରହି ପ୍ରଦୀପ ବିଜେପି ପାଇଁ କାର୍ଯ୍ଯ କରିବା କିପରି ସହଜ ହେବ। ଦଳରେ ରହି ଦଳକୁ ଆତ୍ମଘାତୀ କରିବା ଅପେକ୍ଷା ସ୍ପଷ୍ଟ ଭାବେର ଦଳରୁ ଓହରିଯିବା ନିତିନିଷ୍ଠ ରାଜନୈତିକ ବ୍ଯକ୍ତିଙ୍କ ନୈତିକତା ବୋଲି ୪କର୍ପୋରେଟର ସ୍ପଷ୍ଚ କରିଛନ୍ତି।

Leave a Reply

Your email address will not be published. Required fields are marked *