ଚିଲିକା (ଦୁର୍ଗା ପ୍ରସାଦ ଦାଶ ) : ବିଦେଶୀ ପକ୍ଷୀମାନଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲାଣି lପାଖା ପାଖି 125 ପ୍ରଜାତିର ବିଦେଶୀ ପକ୍ଷୀମାନେ ଉଡି ଆସିଲେଣି ଚିଲିକାର ନୀଳ ଜଳ ରାଶିକୁ lସେଥି ମଧ୍ୟରୁ ଚିଲିକାର ଟାଙ୍ଗୀ ରେଞ୍ଜର ମଙ୍ଗଳାଯୋଡ଼ିରେ ଭରପୁର ଖାଦ୍ୟ ଓ ସୁରକ୍ଷା ବ୍ୟବସ୍ଥା ଥିବାରୁ 1 ଲକ୍ଷ 25 ହଜାରରୁ ଅଧିକ 120 ପ୍ରଜାତିର ପକ୍ଷୀମାନେ ଆସ୍ଥାନ ଜମାଇଲେଣି lପକ୍ଷୀମାନଙ୍କୁ ଅତି ନିକଟରୁ ଦେଖିବା ପାଇଁ ପର୍ଯ୍ୟଟକମାନେ ବିଭିନ୍ନ ପ୍ରାନ୍ତରରୁ ଛୁଟି ଆସୁଛନ୍ତି ମଙ୍ଗଳା ଯୋଡିକୁ lପକ୍ଷୀ ମାନଙ୍କର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ବନ୍ୟ ପ୍ରାଣୀ ବିଭାଗ ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର ସ୍ଥାପନ କରିବା ସହ 24 ଘଣ୍ଟିଆ ପାଟ୍ରୋଲିଙ୍ଗ ଜାରି ରଖିଛି l ଆଜି ପର୍ଯ୍ୟନ୍ତ
ପ୍ରାୟ 105 ରୁ ଉର୍ଦ୍ଧ୍ବ ପ୍ରଜାତିର ଆସିଲେଣି ବିଦେଶୀ ପକ୍ଷୀ । ସେମାନଙ୍କ ମଧ୍ୟରେ ଅଛନ୍ତି ୟୁରୋସିଆନ ଓଏଜିନ, ଗଡ଼ୱାଲ, ପିଣ୍ଟେଲ, ସୋଭଲର,କମନ କୁଟ, ଗ୍ରେଟର ଫ୍ଲେମିଗୋ, ଓ ରୁଡି ସେଲଡ଼କ ଭଳି ବିଦେଶୀ ପ୍ରଜାତିର ପକ୍ଷୀ l ଟାଙ୍ଗୀ ରେଞ୍ଜରେ ଆଜିସୁଦ୍ଧା ୨ଲକ୍ଷ ୩ହଜାର ୯୨୮ଟି ବିଦେଶୀ ପକ୍ଷୀ ରହିଥିବାବେଳେ ୧୪୬୮୦ଟି ଦେଶୀପକ୍ଷୀ ଥିବା ଜଣାପଡିଛି lଅତିଥି ପକ୍ଷୀଙ୍କ ସୁରକ୍ଷା ପାଇଁ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଟାଙ୍ଗୀ ରେଞ୍ଜରେ ମୋଟ 11 ଟି ପକ୍ଷୀ ସୁରକ୍ଷା କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ସେଥିମଧ୍ୟରୁ ଦେଇପୁର, ଭୂଷଣ୍ଡପୁର, ବାଲିପାଟପୁର, ଅଭିମାନପୁର, ସୁନ୍ଦରପୁର, ମଙ୍ଗଳାଯୋଡି, ବାଲିନାସି, ବରୁଣପଡା, ସୋରଣ ଓ ନଈରୀରେ ଏହି କ୍ୟାମ୍ପମାନ ପ୍ରତିଷ୍ଠା କରାଯାଇଛି lଏହା ସହ ଗୋଟିଏ ଟିମ ଜଳ ଭାଗରେ ଓ ଗୋଟିଏ ଟିମ ସ୍ଥଳ ଭାଗରେ 24 ଘଣ୍ଟିଆ ମୋବାଇଲ ପେଟ୍ରୋଲିଙ୍ଗ କରୁଛନ୍ତି l
ପ୍ରତି କ୍ୟାମ୍ପରେ ୩ଜଣ ଅସ୍ଥାୟୀ ସୁରକ୍ଷା କର୍ମଚାରୀ ଓ ଜଣେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ନିୟୋଜିତ ହୋଇଛନ୍ତି l ଫଳରେ ଟାଙ୍ଗୀ ରେଞ୍ଜରେ ପକ୍ଷୀଶିକାର ଘଟଣା ଦେଖିବାକୁ ମିଳିନାହିଁ l ଏହାସହ ମଙ୍ଗଳାଯୋଡ଼ିରେ ପକ୍ଷୀମାନଙ୍କୁ ଅତିନିକଟରୁ ଦେଖିବାପାଇଁ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି lପର୍ଯ୍ୟଟକମାନଙ୍କ ସଂଖ୍ୟାକୁ ନଜରରେ ରଖି ସ୍ଥାନୀୟ ପକ୍ଷୀ ସୁରକ୍ଷା ସମିତି ଓ ଗାଇଡ଼ମାନଙ୍କ ପକ୍ଷରୁ ସୁବିଧାରେ କାଦମରା ଡ଼ଙ୍ଗା ଯୋଗାଇଦିଆଯାଉଛି ଯାହାଦ୍ୱାରlକି ପର୍ଯ୍ୟଟକମାନେ ପକ୍ଷୀ ମାନଙ୍କ ସହ ବେଶ କିଛି ସମୟ ବିତାଇ ଆନନ୍ଦରେ ଖୁସିରେ ଘରକୁ ଫେରୁଛନ୍ତି l ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି,ଦୁର୍ଗା ପ୍ରସାଦ ଦାଶ l