ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି// ସମୀକ୍ଷା ନିୟୁଜ/ମାଲକାନଗିରି(୦୩/୦୩/୨୦୨୪): ମାଲକାନଗିରି ଜିଲ୍ଲା ବାସୀଙ୍କ ପାଇଁ ଏକ ଖୁସି ଖବର ଜିଲ୍ଲାରୁ ଖୁବ ଶୀଘ୍ର ଉଡିବକୁ ଯାଉଛି ବିମାନ, ଲୋକଙ୍କୁ ମିଳିବ ଉଡା ଜାହାଜରେ ବିଭିନ୍ନ ସ୍ଥାନ ଯିବାର ସୁବିଧା । ଏନେଇ ପୁଣି ଥରେ ଏୟାର୍ ଅନ୍ ଇଣ୍ଡିଆ ପକ୍ଷରୁ ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ କରାଯାଇଥିଲା । ଏୟାର୍ପୋର୍ଟ ଅଥୋରିଟି ଅଫ ଇଣ୍ଡିଆର ଏଭିସନ ଆଡଭାଜର ସୁରେଶ ଚନ୍ଦ୍ର ହୋତା, କେପଟେନ ସବାରିଷ ଏସ କୁମାର, ଏୟାର୍ପୋର୍ଟ ସୁରକ୍ଷା ମେନେଜର ଗୁରିବିଲ୍ଲି ଓ ଏୟାର୍ ଅନ୍ ଇଣ୍ଡିଆ ବିମାନର ମେନେଜର ସମ୍ବିଦ କୁମାର ନାୟକ ପ୍ରମୁଖ ମାଲକାନଗିରି ବିମାନ ବନ୍ଦରରେ ଅବତରଣ କରି ରନୱେ ଓ ଟର୍ମିନାଲ୍ ତଦାରଖ କରିଥିଲେ । ତେବେ ବିମାନ ବନ୍ଦରରେ ଅସମ୍ପୂର୍ଣ ଥିବା କାର୍ଯ୍ୟ ତାହା ତୁରନ୍ତ ସମ୍ପୂର୍ଣ କରିବା ପାଇଁ ଉପସ୍ଥିତ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଯନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲୋ ପ୍ରଥମ କରି ୯ଜଣ ଯାତ୍ରୀଙ୍କ ନିମନ୍ତେ ବିମାନ ମାଲକାନଗିରିରୁ ଭୁବନେଶ୍ୱର ଚଳା ଚଳ କରିବ, ପରବର୍ତୀ ମୁହୂର୍ତରେ ୨୦ଜଣ ଯାତ୍ରୀଙ୍କ ନିମନ୍ତେ ବୃଦ୍ଧି କରାଯିବ ବୋଲି ବିମାନ କର୍ତୁପକ୍ଷ ପ୍ରକାଶ କରିଥିବା ଜଣା ପଡିଛି। ଏ ସମ୍ବନ୍ଧରେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ପ୍ରକାଶ କରିଛନ୍ତି ଯେ, ଯାହା କିଛି କାର୍ଯ୍ୟ ବାକି ଅଛି ତାହା ତୁରନ୍ତ ସାରିବା ପାଇଁ ପୂର୍ତ ବିଭାଗର ସହକାରୀ ନିର୍ୱାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଜେନାଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଖୁବ ଶୀଘ୍ର ଏଠାରୁ ଯାତ୍ରୀ ବାହି ବିମାନ ଚଳାଚଳ କରିବା ନେଇ ଏହି ଟିମ ସୂଚନା ଦେଇଛନ୍ତି । ମାଲକାନଗିରିବାସୀ ବିମାନରେ ବସି ଉଡ଼ିବା ସ୍ୱପ୍ନ ଅଳ୍ପ ଦିନ ଭିତରେ ପୂରଣ ହେବାକୁ ଯାଉଥିବାରୁ ଜିଲ୍ଲାବାସୀ ବହୁତ ଖୁସି ଅନୁଭବ କରୁଛନ୍ତି।