ସନ୍ତୋଷ କୁମାର ପଟ୍ଟନାୟକ/ସାମ୍ବାଦିକ/ସମୀକ୍ଷା ନ୍ୟୁଜ୍
ବଲାଙ୍ଗୀର, 31/05/2024: ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆହ୍ୱାନ କ୍ରମେ ପ୍ରତି ବର୍ଷ ମେ ୩୧ ତାରିଖ ଦିନ ବିଶ୍ବ ତମାଖୁ ମୁକ୍ତ ଦିବସ ପାଳନ କରାଯାଇ ଥାଏ I ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ରାଜୀବ ନଗର ରେ ରହୁଥିବା ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ପ୍ରାୟ ପାଞ୍ଚ ଟନ ବାଲିରେ ଛଅ ଫୁଟ ଉଚ୍ଚତା ବିଶିଷ୍ଟ ଏକ ମଡେଲ ତିଆରି କରି ତମାଖୁ ବର୍ଜନ କରିବା ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି I ତମାଖୁ ସେବନ ଦ୍ବାରା ଫୁସଫୁସ ଆକ୍ରାନ୍ତ ହୋଇ ଭୟାବହ କର୍କଟ ରୋଗ ରେ ମଣିଷ କିଭଳି ପଡିଥାଏ ତାହାର ଏକ ଚିତ୍ର ବାଲୁକା ଭାସ୍କର୍ଯ୍ୟ କଳାରେ ଅଙ୍କନ କରିଛନ୍ତି I ଶ୍ରୀ ସାହୁ ଏହି ଚିତ୍ରରେ ଫୁସଫୁସକୁ କଙ୍କାଳର ରୂପ ଦେଇ ଧୁମ୍ରପାନର ଭୟା ବହତାକୁ ନିଖୁଣ ଭାବରେ ଉପସ୍ଥାପନା କରିଛନ୍ତି I ଏହି ପରିପ୍ରେକ୍ଷୀରେ ତାଙ୍କରି ଶିଶୁପୁତ୍ର ଧର୍ମପଦ ସାହୁ ଇଂରାଜୀରେ ଲୋକ ଙ୍କୁ ସଚେତନତା ପ୍ରଦାନ କରିଛନ୍ତି