ବ୍ରହ୍ମପୁର ସହର ତଳି ଜଗଦଲପୁର କେନାଲ ରାସ୍ତାକୁ ଉନ୍ନତ କରାଯିବ କେବେ?

ଅନନ୍ତ ନାରାୟଣ ମହାନ୍ତି/ ଜିଲ୍ଲା ପ୍ରତିନିଧି // ସମୀକ୍ଷା ନିୟୁଜ
ବ୍ରହ୍ମପୁର (୧୮/୦୨/୨୦୨୪):ସହରତଳି ଗ୍ରାମାଞ୍ଚଳ ମଧ୍ଯରେ କୁକୁଡାଖଣ୍ଡି ବ୍ଲକର ଜଗଦଲପୁର ଗ୍ରାମ। ଏହି ଗ୍ରାମରୁ ଦୈନିକ ହଜାର ହଜାର ଯୁବକ ନିଜ ପେଟପାଟଣା ପାଇଁ ସହରର ବିଭିନ୍ନ କାର୍ଯ୍ଯରେ ନିଜକୁ ନିୟୋଜିତ ରଖିଥାଆନ୍ତି। ଉକ୍ତ ଗ୍ରାମକୁ ୨ଟି ରାସ୍ତାରେ ଯୋଗଯୋଗ ରହିଛି। ଗୋଟିଏ ଜନଗହଳି ପୂର୍ଣ୍ଣ ନିମଖଣ୍ଡି ଗ୍ରାମ ମଧ୍ଯ ଦେଇ ଏବଂ ଅନ୍ଯଟି ଅଳ୍ପ ନିରୋଳା ରାସ୍ତା ଲୁଚାପଡା- ନିମଖଣ୍ଡି ଠାରୁ ଜଗଦଲ ପୁର କେନାଳ ରାସ୍ତା। ଦୈନିକ ଯାତାୟତର ୯୮ % ଲୋକ ଏହି କେନାଲ ରାସ୍ତା ଦେଇ ଯାତାୟତ କରନ୍ତି। କେନାଲ ରାସ୍ତାର ଅବସ୍ଥା ଅତ୍ଯନ୍ତ ଶୋଚନୀୟ। କିଛି ଦିନ ତଳେ ସେଚ ବିଭାଗ ତରଫରୁ ହୋଇଥିବା ଅତି ନିମ୍ନମାନର କାର୍ଯ୍ଯଯୋଗୁଁ ଅଳ୍ପଦିନରେ ପୁରା ନଷ୍ଟ ହୋଇଗଲା। ଜଗଦଲପୁରର ହଜାର ହଜାର ଦିନ ମଜୁରିଆ ଏହି ଦୟନୀୟ ରାସ୍ତା ଦେଇ ସୁରକ୍ଷିତ ଭାବରେ ଯିବାଆସିବା କରିବାରେ ଅସୁବିଧା ସୃଷ୍ଟି କରିଛି।

କେନ୍ଦ୍ର ଓ ରାଜ୍ଯ ସରକାର ଉଭୟ ଯୋଗାଯୋଗ ଓ ପରିବହନକୁ ଗତିଶୀଳ କରାଇବା ପାଇଁ ସଂକ୍ଷିପ୍ତ ପଥ ଯୋଗଯୋଗରେ ଅଗ୍ରାଧିକାର ଦେଉଥୁବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ସେଚ ବିଭାଗ ଏହାକୁ ଅଣଦେଖା କରିବା ଅତ୍ଯନ୍ତ ଦୁର୍ଭାଗ୍ଯ ବୋଲି ମତ ପ୍ରକାଶ ପାଇଛି। ସୁରକ୍ଷିତ ରୋଜଗାରକୁ ଗତିଶୀଳ କରାଇବା ସହ କ୍ଷୀପ୍ର ଗମନାଗମନ ଓ ପରିବହନ ପାଇଁ ଜିଲ୍ଲା ପ୍ରଶାସନ ଓ ସେଚ ବିଭାଗ ମିଳିତ ଭାବରେ କେନାଲ ରାସ୍ତାକୁ ସୁଦୃଢ଼ ପିଚୁ ରାସ୍ତାରେ ପରିଣତ କରିଲେ ଦୈନିକ ୩୦ହଜାରରୁ ଅଧିକ ଲୋକ ଉପକୃତ ହୁଅନ୍ତେ। ଅନ୍ଯପଟେ ଯେଉଁ ଜଗଦଲପୁର ଗ୍ରାମ ଯୋଗୁଁ ବ୍ରହ୍ମପୁର ସହର ଜଳାକ୍ଲିଷ୍ଟରୁ ଉଦ୍ଧାର ହେଉଛି ସେହି ଗ୍ରାମକୁ ପ୍ରଶାସନ ଅଣଦେଖା କରୁଛି ବୋଲି ଜଗଦଲପୁର ଗ୍ରାମର ବହୁ ବୁଦ୍ଧିଜୀବି ମତ ରଖିଛନ୍ତି।

Leave a Reply

Your email address will not be published. Required fields are marked *