ଭକ୍ତିମୟ ପରିବେଶରେ ଶେରଗଡ ଅଞ୍ଚଳରୁ ପୁରୀକୁ ଗଲା ରଥକାଠ

ଅଖିଳ କୁମାର ପଟ୍ଟନାୟକ//ଶେରଗଡ଼ ପ୍ରତିନିଧି //ସମୀକ୍ଷା ନିୟୁଜ
ଗଞ୍ଜାମ / ଶେରଗଡ଼ : ଅଞ୍ଚଳ ବାସୀଙ୍କ ଦୀର୍ଘ ଦିନ ର ଉତ୍ସାହ ପୂରଣ ହେଲା। ଭକ୍ତିମୟ ପରିବେଶ ରେ ପୁରୀ କୁ ଗଲା ରଥକାଠ। ଶେରଗଡ ବ୍ଲକ କରଡାକଣା ପଞ୍ଚାୟତ ରକତପଟା ଗ୍ରାମ ନନ୍ଦିନୀ ନଦୀ ତଟରୁ ସଂଗୃହିତ କାଠକୁ ପୂଜାର୍ଚ୍ଚନା କରି ଟ୍ରକ ସାହାଯ୍ୟ ରେ ଅଣାଯାଇଥିଲା। ରକତପଟା ଗ୍ରାମ ରେ ଲୋକେ ରଥକାଠ କୁ ପୂଜାର୍ଚ୍ଚନା କରିଥିଲେ। ସେଠାରୁ ମଚ୍ଛାକୋଟ, ଷଢଙ୍ଗୀପଲ୍ଲୀ ବନବିଭାଗ କାର୍ଯ୍ୟାଳୟ, ଷଢଙ୍ଗୀପଲ୍ଲୀ, ବନ୍ଧାଗୁଡା ଛକ ଅତିକ୍ରମ କରି ବରମୁଣ୍ଡୁଳି ଛକରେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯାଇଥିଲା। ଏହା ପରେ ଶେରଗଡ ଚାରି ଛକଠାରେ ପହଞ୍ଚି ଥିଲା। ଚାରି ଛକଠାରେ ଭକ୍ତି ମୟ ପରିବେଶ ରେ ରଥକାଠ କୁ ପୂଜାର୍ଚ୍ଚନା କରି ବିଦାୟ ଦିଆଯାଏ। ରାସ୍ତାର ବିଭିନ୍ନ ସ୍ଥାନରେ ଅଞ୍ଚଳର ଜନସାଧାରଣ ଘଣ୍ଟ,ମୃଦଙ୍ଗ, ବାଜଣା,ଝୋଟି, କୁମ୍ଭ ବାଢି ବନ୍ଦାପନା କରିଥିଲେ ମହିଳା। ସୂଚନା ପ୍ରକାରେ,ଶେରଗଡ ଅଞ୍ଚଳରୁ ୧୪ ଟି ମୋଟ କାଠ,୪୮୦.୯୮ ସିଏଫଟି କାଠ ପଠାଯାଈଥିବା ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା ପ୍ରକାଶ କରିଛନ୍ତି। ଏହି ଆଧ୍ୟାତ୍ମିକ ଶୋଭାଯାତ୍ରାରେ ଷଢଙ୍ଗୀପଲ୍ଲୀ ଫରେଷ୍ଟର ପି.ସୁରଜ କୁମାର,  କରଡାକଣା ଫରେଷ୍ଟର ରାଜେନ୍ଦ୍ର ରାଉତ,ବନପାଳ,ବନରକ୍ଷୀ ଙ୍କ ସମେତ ବରିଷ୍ଠ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଅଖିଳ କୁମାର ପଟ୍ଟନାୟକ, ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ,  ବନ ବିଭାଗର କର୍ମଚାରୀ ଙ୍କ ସହିତ ଗ୍ରାମବାସୀ ଉପସ୍ଥିତ ଥିଲେ।
ଗଞ୍ଜାମ ଶେରଗଡ଼ରୁ ଅଖିଳ କୁମାର ପଟ୍ଟନାୟକ

Leave a Reply

Your email address will not be published. Required fields are marked *