ମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ମୋରଡା ଛକ ରାସ୍ତା ପ୍ରଶସ୍ତିକରଣ

ମୋରଡା//ଵିଭୁ ଦତ୍ତ ବେହେରା// ସମୀକ୍ଷା ନିୟୁଜ : ମଯୂରଭଞ୍ଜ ଜିଲ୍ଲାର ମୋରଡା ଏକ ସାଧାରଣ ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀର ସଦର ମହକୁମ ମୋରଡା । ମୋରଡା ବ୍ଲକ ର ମୋରଡା ପଞ୍ଚାୟତ ଅଧିନରେ ଥିବା ମୋରଡା ବଜାର ଏକ ପ୍ରମୁଖ ବଜାର ର ପେଣ୍ଠସ୍ଥଳୀ । କିନ୍ତୁ ଦୁର୍ଭାଗ୍ୟ ବସତଃ ଦୀର୍ଘ ଏକ ଦଶନ୍ଧି ଧରି ମୋରଡା ଛକର ରାସ୍ତା ପ୍ରଶସ୍ତି କରଣ ବିବାଦ ଲାଗିରହିଥିବାରୁ ପୂର୍ବରୁ ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରି ନ ଥିଲା । ଯାହାଫଳରେ ସାଧାରଣ ଜନତା ସହିତ ପାଖାପାଖି ପଞ୍ଚାୟତ ର ଲୋକଙ୍କ ସହିତ ଯାତାୟାତ କରୁଥିବା ଲୋକେ ନାହଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିଲେ । ଫଳରେ ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ରାସ୍ତାର ଗୋଲେଇ ସହିତ ରାସ୍ତା ପ୍ରଶସ୍ତିକରଣ ବାବଦରେ ଖବର ପ୍ରକାଶ ପାଇଥିଲା । ଯାହାକୁ ନେଇ ଅଞ୍ଚଳ ପକ୍ଷ ରୁ ସରକାରଙ୍କୁ ପୂର୍ବରୁ ଅନେକ ଦାବିପତ୍ର ଦିଆଯାଇଥିଲେ ସୁଦ୍ଧା କୋୖଣସି ସୁଫଳ ମିଳିନଥିଲା । ପୂର୍ବରୁ ପ୍ରଶାସନିକ ବା ରାଜନୈତିକ ସ୍ତରରେ କୌଣସି ତତ୍ପରତା ଦେଖାଉ ନଥିବାରୁ ରାସ୍ତା ପ୍ରଶସ୍ତି କରଣ ର ସପକ୍ଷବାଦୀ ଓ ବିପକ୍ଷବାଦୀ ମଧ୍ୟରେ ମଧ୍ୟ ତିକ୍ତତା ଧୀରେ ଧୀରେ ବଢୁଥିବା ର ସାଧାରଣ ରେ ଚର୍ଚ୍ଚା ଜୋର ଧରି ଆଲୋଚନା ର ବିଷୟବସ୍ତୁ ପାଲଟିଥିଲା । କିନ୍ତୁ ବର୍ତ୍ତମାନ ର ନୂଆ ବିଜେପି ସରକାର କ୍ଷମତାକୁ ଆସିବା ପରେ ମୋରଡା ର ବିଧାୟକ ତଥା କ୍ଯାବିନେଟ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ସହର ର ବିକାଶ କରୁଥିବା ବେଳେ ନିଜ ନିର୍ବାଚନ ମଣ୍ଡଳୀ ର ବିକାଶ କୁ କେମିତି ଭୁଲି ଯିବେ , ତେଣୁ ମୋରଡା ଛକ ର ବିକାଶ ପାଇ ଅନେକ ପ୍ରଚେଷ୍ଟା କରିଚାଲିଥିବା ଜଣାପଡିଛି । ତେବେ ମୋରଡା ଅଞ୍ଚଳ ତରଫରୁ ସାଧାରଣ ଜନତା ସହିତ ଅନେକ ବୁଦ୍ଧିଜୀବୀ ରାସ୍ତା ପ୍ରଶସ୍ତି କରଣ କୁ ସରକାର ଙ୍କ ନିୟମ ଅନୁଯାୟୀ ପ୍ରଶସ୍ତି କରଣ ପାଇ ଲିଖିତ ଆକାରରେ ବାରମ୍ବାର ନିବେଦନ କରିଥିଲେ । ରାସ୍ତା ପ୍ରଶସ୍ତି କରଣ ହେଲେ କିଛି ଦୋକାନୀ କ୍ଷତିଗ୍ରସ୍ତ ହୋଇଥିବା ର ଆଶଙ୍କା କରି କିଛି ବଣିକ ମଧ୍ୟ ରାସ୍ତା ପ୍ରଶସ୍ତି କରଣ କୁ କୋହଳ କରିବା ପାଇଁ ମାନ୍ୟବର ମନ୍ତ୍ରୀଙ୍କ ପାଖରେ ନିବେଦନ କରିଥିଲେ । ଯାହା ଫଳରେ ବିବାଦ ଉପୁଜିଥିଲା । ତେଣୁ ମାନ୍ଯବର ମନ୍ତ୍ରୀ ଉଭୟ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଲୋକଙ୍କୁ ବାରିପଦା ସର୍କିଟ ହାଉସ୍ କୁ ଡାକି ଥିଲେ । ମାନ୍ୟବର ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତରେ ସେ ଉଭୟ ପକ୍ଷର ଅଭିଯୋଗକୁ ଗ୍ରହଣ କରି ସମାଧାନ କରିବା ପାଇଁ ଉଭୟ ପକ୍ଷକୁ ଉପଦେଶ ମଧ୍ୟ ଦେଇଥିଲେ । ଉଭୟ ପକ୍ଷ ଉପଯୁକ୍ତ ଆଲୋଚନା ପରେ ଏବଂ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହିତ ରାସ୍ତା ଦଶ ମିଟର ସହିତ ଉଭୟ ପାର୍ଶ୍ବରେ ଜଳ ନିଷ୍କାସନ ପାଇଁ ଏକ ମିଟର ଲେଖାଏଁ ଡ୍ରେନ କରାଯିବା ସହିତ ଦୁଇଟି ରାସ୍ତା ମିଶ୍ରଣ ଫଳରେ ତାରିଣୀ ମନ୍ଦିର ପାଖରେ ଛକ ସୃଷ୍ଟି ହେବାରୁ ଦୀର୍ଘ ଦିନରୁ ଅଚଂଳବାସୀଙ୍କ ତରଫରୁ ଗୋଲେଇ ହେବାର ଦାବି ହେଉଥିବା କୁ ନେଇ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ମନ୍ତ୍ରୀ ହୃଦବୋଧ କରି ସାଧାରଣ ଲୋକଙ୍କ ସ୍ବାର୍ଥରକ୍ଷା ପାଇଁ ଛକରେ ଏକ ଗୋଲେଇ ହେବାର ନିଷ୍ପତି ନିଆଯାଇଥିଲା । ଉଭୟପକ୍ଷରୁ ଏହି ନିଷ୍ପତ୍ତିକୁ ସମର୍ଥନ କରାଯାଇଥିଲା । ଏବଂ ମାନ୍ୟବର ମନ୍ତ୍ରୀ ବିକାଶ ପାଇଁ ସମସ୍ତଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ମାନ୍ଯବର ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇପାରିଥିବାରୁ ଅଞ୍ଚଳବାସୀଙ୍କ ତରଫରୁ ମାନ୍ୟବର ମନ୍ତ୍ରୀଙ୍କୁ ପ୍ରସଂଶା କରିଛନ୍ତି ଅଞ୍ଚଳବାସୀ । ତେବେ ବଣିକ ସଂଘ ଙ୍କ ପକ୍ଷରୁ ସଭାପତି ସୈାରଭ ରଞ୍ଜନ ମହାନ୍ତି, ସମ୍ପାଦକ ସୁଧୀର କୁମାର ରାଜ , ସୁଶାନ୍ତ ପାତ୍ର, ଟିଟୁ କଲିଆ, ନିଶାକର ବିନ୍ଧାଣି, ରଞ୍ଜନ ପାତ୍ର, କାଳିଆ ସାହୁ , ଜୟକୃଷ୍ଣ ଧଳ ପ୍ରମୁଖ ଉପସ୍ଥିତ ଥିବାବେଳେ ମୋରଡା ଅଞ୍ଚଳବାସୀ ତରଫରୁ ମୋରଡା ଗ୍ରାମର ସଭାପତି ଅଜିତ ଧଳ, ସମ୍ପାଦକ ଭାସ୍କର ବାରିକ, ୱାର୍ଡ ମେମ୍ବର କୁମୁଦିନୀ ମହାକୁଡ଼, ରଞ୍ଜନ ବାରିକ, ସିଲୁ ଧଳ , ବାବୁ ସେନାପତି, ଟିକୁଲ ଧଳ , ପ୍ରକାଶ ପ୍ରଧାନ ସହିତ ତାରିଣୀ କମିଟିର କାର୍ତ୍ତିକ ଧଳ, ବିନୁ ମହାନ୍ତି, ବାପି ତରେଇ, ଚନ୍ଦ୍ରକାନ୍ତ ଜେନାଙ୍କ ସହିତ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

ଶ୍ରୀ ମୋହନ ଚରଣ ମାଝୀ ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ l ଗୁରୁଜୀରୁ ସରପଞ୍ଚ, ସରପଞ୍ଚରୁ ବିଧାୟକ ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହେବାର ତାଙ୍କ ରାଜନୈତିକ ଜୀବନକୁ ନେଇ ସମୀକ୍ଷା ନିୟୁଜର ସ୍ୱତନ୍ତ୍ର ଉପସ୍ଥାପନା କରିଛନ୍ତି ସମୀକ୍ଷା ସମ୍ପାଦକ ଡ଼ଃ ମହେଶ୍ୱର l ଧନ୍ୟବାଦ 🙏🏼 @samikshanewslive 9040077035

Leave a Reply

Your email address will not be published. Required fields are marked *