ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି// ସମୀକ୍ଷା ନିୟୁଜ/ମାଲକାନଗିରି(୦୪/୦୩/୨୦୨୪): ମାଲକାନଗିରି ଜିଲ୍ଲା ସହୀଦ୍ ନରସିଂ ଡମ୍ ସମାଜ ତରଫରୁ ଆଦିବାସୀ ମାନ୍ୟତା ନିମନ୍ତେ ବିଶାଳ ଜନ ସମାବେଶ କାର୍ଯ୍ୟକ୍ରମ ଜିଲ୍ଲା ଡମ୍ ସମାଜ ସଭାପତି ବଳରାମ ଅନୁଗୁଳିଆଙ୍କ ସଭାପତିତ୍ୱରେ ଆଜି ମାଥିଲି ବ୍ଲକର କିଆଙ୍ଗରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଡମ୍ ସମାଜର ବିଶାଳ ସମାବେଶରେ ମାଥିଲି ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ସହୀଦ୍ ନରସିଂ ଡମ୍ ସମାଜର କାର୍ଯ୍ୟକର୍ତ୍ତା ଏବଂ ମାଲକାନଗିରି ସହର, ବାଲିମେଳା, ଚିତ୍ରକୋଣ୍ଡାର ସହୀଦ୍ ନରସିଂ ଡମ୍ ସମାଜର ଜିଲ୍ଲା ପରିଚାଳନା କମ୍ମିଟି ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଆଜିର ଉକ୍ତ ସମାବେଶରେ ସହୀଦ୍ ନରସିଂ ଡମ୍ ସମାବେଶର ମଞ୍ଚାସିନ ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର କୂଳଦୀପ, ସନ୍ତୋଷ ନାଗ ପ୍ରମୁଖ ଯୋଗ ଦେଇ ଡମ୍ ମାନଙ୍କ ଇତିହାସ ଉପରେ ଆଲୋକପାତ କରିବା ସହ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାର ବସବାସ କରୁଥିବା ଡମ୍ ସମ୍ପ୍ରଦାୟ ର ସମସ୍ତ ଜନ ସାଧାରଣ ଆଦିବାସୀ ମାନ୍ୟତା ପାଇଁ କିଭଳି ରାଜ୍ୟ ସରକାର ଓ ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମାଲକାନଗିରି ଜିଲ୍ଲାର ତୃଣ ମୂଳ ସ୍ତରରେ ସହୀଦ୍ ନରସିଂ ଡମ୍ ସମାଜ ର କାର୍ଯ୍ୟକର୍ତ୍ତା ପହଞ୍ଚି ଡମ୍ ଜାତିର ବିକାଶ୍ ପାଇଁ ସଂକଳ୍ପ ନେଇଛନ୍ତି । ଆଜିର ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ସହୀଦ୍ ନରସିଂ ଡମ୍ ସମାଜର ବରିଷ୍ଠ କାର୍ଯ୍ୟକର୍ତ୍ତା ମଦନ ଖୋସଲା, ସର୍ବ ବିଶୋଇ, ମଙ୍ଗଳା ପାଙ୍ଗି, କଣ୍ଟେସ ପୋଟଲା, ବସନ୍ତ ନାୟକ, ଶମ୍ଭୁ ପ୍ରସାଦ ଅନୁଗୁଳିଆ, ତୁଳସୀ ରାମ ଦଳେଇ, ଦୟାମଣି ଗୋଲାରୀ, ଦଶରଥ ସଗରିଆ, ଶିବ ପାଟନିଆ, ବଳରାମ ପାଡନାୟକ ପ୍ରମୁଖଙ୍କ ସହ ୩ ହଜାରରୁ ଉର୍ଦ୍ଧ୍ବ ଡମ୍ ସମାଜର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।