ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୨୪/୦୪/୨୪ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ରାଜସ୍ବ ଗ୍ରାମର ଗ୍ରାମସଭାର ସଦସ୍ୟ ଗୋଷ୍ଟି ଜଙ୍ଗଲ ପଟ୍ଟା ପାଇଁ ଦାବି ନେଇ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି । ମାଲକାନଗିରି ଜିଲ୍ଲାରେ ଅନେକ ବର୍ଷ ଧରି ବିଭିନ୍ନ ବ୍ଲକରେ ରହୁଥିବା ଅନେକ ଜନଜାତି ଗୋଷ୍ଟି ନିଜ ଅଞ୍ଚଳରେ ଜଙ୍ଗଲ ସୁରକ୍ଷା ଦିଗରେ ପଦକ୍ଷେପ ନେଇ ଆସୁଥିବା ବେଳେ ଜଙ୍ଗଲ ବୃଦ୍ଧି ପାଇଁ ମଧ୍ୟ ପଦକ୍ଷେପ ନେଇ ଆସୁଛନ୍ତି । ଏହି ଜଙ୍ଗଲ ଅନେକ ଲୋକଙ୍କୁ ରୋଜଗାର ମଧ୍ୟ ଯୋଗଉଥିବା ବେଳେ ଏହାକୁ ଦ୍ରୁଷ୍ଟିରେ ରଖି ଜଂଗଲ ଅଧିକାର ସ୍ବୀକୃତି ଆଇନ-୨୦୦୬ ଏବଂ ଜଂଗଲ ଅଧିକର ସ୍ବୀକୃତ ସଂଶୋଧିତ ଆଇନ ୨୦୧୨ ଅନୁଯାୟୀ ଗୋଷ୍ଠୀ ଜଙ୍ଗଲ ଜମିର ପଟ୍ଟା ପାଇଁ ଆବେଦନ କରିଥିଲେ । ତେବେ ଏହି ପଟ୍ଟା ମିଳି ନଥିବା ବେଳେ ବାରମ୍ବାର ଏନେଇ ଏହି ଗୋଷ୍ଟି ମାନେ ଦାବି କରି ଆସୁଥିଲା ବେଳେ ଏନେଇ ଜିଲ୍ଲାର ମାଟାପାକା, କାଲିମେଳା, ମାନ୍ୟମକୋଣ୍ଡା, ଖଇରପୁଟ, ଗୋବିନ୍ଦପାଲି ଆଦି ପଞ୍ଚାୟତର ଶତାଧିକ ସଦସ୍ୟ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇ ଜିଲ୍ଲାପାଳ ସଚିନ ପାୱାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଏହି କମିଟିର ଅଧ୍ୟକ୍ଷ ଡିଡବ୍ଲୁଓଙ୍କୁ ଏହି ମାମଲାର ସମାଧାନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ପାୱାର ନିର୍ଦେଶ ଦେଇଛନ୍ତି । ଏଥିସହ ସ୍ଥାନୀୟ ତହସିଲଦାରଙ୍କୁ ପଟ୍ଟା ପ୍ରଦାନ କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଥିବା ସୂଚନା ମିଳିଛି ।