ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/
ମାଲକାନଗିରି, ୨୩/୦୨/୨୪
ମାଲକାନଗିରି ଜିଲ୍ଲାପାଳ ସଚିନ ପାୱାର ଜିଲ୍ଲାର ପଡିଆ ବ୍ଲକ ଅଞ୍ଚଳକୁ ଗ୍ରସ୍ତ କରିବା ସହ ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରିଥିଲେ । ପଡିଆ ବ୍ଲକ ଗ୍ରସ୍ତରେ ଯାଇ ସେଠାରେ ଥିବା ମିଶନ ଶକ୍ତି କାଫେ ପରିଦର୍ଶନ କରିଥିଲେ ଜିଲ୍ଲାପାଳ । କାଫେ ବୁଲି ଦେଖିବା ସହ ଏହାର ପରିଚାଳନା ଦାଇତ୍ଵରେ ଥିବା ଏସଏଚଜି ମହିଳା ମାନଙ୍କ ସହ ବିଭିନ୍ନ ବିଷୟରେ ଉପରେ ଆଲୋଚନା କରିଥିଲେ । ଏହା ସହ ସ୍ଥାନୀୟ ପଡିଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗସ୍ତ କରି ସେଠାରେ କିପରି ରୋଗୀ ସେବା ଯୋଗାଇ ଦିଆଯାଉଛି ସେନେଇ ମଧ୍ୟ ତଦାରଖ କରିବା ସହ ଅଧିକାରୀ ଡାକ୍ତରଙ୍କ ସହ ବିଭିନ୍ନ ବିଷୟରେ ସମୀକ୍ଷା ଓ ଆଲୋଚନା କରିଥିଲେ । ପରେ ପରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓ ଅଭିମନ୍ୟୁ କବି ଶତପଥୀଙ୍କ ସହ ବ୍ଲକ ସଭାଗୃହ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ତାଙ୍କର ଏହି ଗ୍ରସ୍ତ ସମୟରେ ପଡିଆ ବିଡିଓ ଶ୍ରୀ ଶତପଥୀ ଏବଂ ବ୍ଲକର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଜିଲ୍ଲାପାଳଙ୍କ ସହ ଉପସ୍ଥିତ ରହିଥିଲେ ।