ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୧/୦୨/୨୦୨୪:
ଆଜି ମାଥିଲି ବ୍ଲକ ଟେମୃରୁ ପାଲି ଗ୍ରାମ ପଞ୍ଚାୟତ (ତୁଳସୀ ଅଞ୍ଚଳ )ଠାରେ ଜଙ୍ଗଲ ଜୀବ ଜନ୍ତୁ ପକ୍ଷୀ ସୁରକ୍ଷା ଓ ଜଙ୍ଗଲ ନିଆଁ କୁ ନିୟନ୍ତ୍ରଣ ପାଇଁ ମାଥିଲି ବନାଞ୍ଚଳ ସାଲିମି ସେକ୍ସନ ତରଫରୁ ସଚେତନ ଶିବିର ଆୟୋଜନ କରାଯାଇଥିଲା।ଏହି ସଭାରେ ଶ୍ରୀ ବାସୁଦେବ ନାୟକ ମାଥିଲି ବନାଞ୍ଚଳ ଅଧିକାରୀ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ରୂପେ ଶ୍ରୀ ତୁମେଶ୍ୱର ସମରଥ ସରପଞ୍ଚ ଟେମୂରପାଲି ଗ୍ରାମ ପଞ୍ଚାୟତ ଓ ଶ୍ରୀ ଡମ୍ବୁରୁଧର ନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ନିଜ ଆଞ୍ଚଳିକ ହାଲଭି ଭାଷା ରେ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା, ଜଙ୍ଗଲ ରେ ନିଆଁ ନ ଲଗେଇବା ସହ ବେଣ୍ଟ ଶିକାର ନ କରିବା ପାଇଁ ବୁଝେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଆମ ଜଙ୍ଗଲ ଯୋଜନା କର୍ମଚାରୀ ମାନେ ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା ଓ ସଚେତନତାର ବାର୍ତ୍ତା ବାଣ୍ଟି ଥିଲେ । ସେହିପରି ଶ୍ରୀ ଦିବାକର ଜେନା ,ସାଲିମି ବନପାଳ ମଞ୍ଚ ପରିଚାଳନା କରି ଥିଲେ । ଟେମୁରୁପାଲି ଗ୍ରାମ ପଞ୍ଚାୟତ ର ପୁଜାରିଗୁଡ଼ା, ତୁଳସୀ କେରମେଟି, ସର୍ଗିଗୁଡ଼ା, କଟେପାଲି , ଜନ୍ଦ୍ରଗୁଡ଼ା, କାଇକିଗୁଡ଼ା କଦମଗୁଡ଼ା କଇଁସରି ପୁଟ ଆଦି ଗ୍ରାମରୁ ପ୍ରାୟ ୫୦୦ ଗ୍ରାମବାସୀ ଉପସ୍ଥିତ ହୋଇଥିଲେ ବନ ବିଭାଗ ତରଫରୁ ଫରେଷ୍ଟ ଗାର୍ଡ ପାରା ଫରେଷ୍ଟ ଷ୍ଟାଫ , ୱାଇଲ୍ଡ ଲାଇଫ , ଫାୟର ସ୍କ୍ୱାଡ, ୱାଚର ଆଦି ଉପସ୍ଥିତ ଥିଲେ । ବନାଞ୍ଚଳ ଅଧିକାରି ଶ୍ରୀ ନାୟକ ଆଗାମୀ ଦିନରେ ପ୍ରତି ପଞ୍ଚାୟତ ରେ ବେଣ୍ଟ ଶିକାର ବନ୍ଦ ଓ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ସଚେତନତା ଅଭିଯାନ କରାଯିବ ବୋଲି ମତ ଦେଇଥିଲେ ।