ମାଲକାନଗିରି : ୧୦ମ ଟପ୍ପରଙ୍କୁ ଜିଲ୍ଲାପାଳ କଲେ ସମ୍ବର୍ଦ୍ଧନା

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୩୦/୦୫/୨୪
ଚଳିତ ୧୦ମ ବୋର୍ଡ ପରୀକ୍ଷାରେ ମାଲକାନଗିରି ଜିଲ୍ଲାର ୪ ଜଣ ଛାତ୍ରଛାତ୍ରୀ ଟପ୍ପର ହୋଇଥିବା ବେଳେ ଜିଲ୍ଲାପାଳ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
ଏହି ସମ୍ବର୍ଦ୍ଧନା ସଭା ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ରେ ଆୟୋଜିତ କରାଯାଇଥିଲା ବେଳେ ଜିଲ୍ଲାପାଳ ପାବାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଓ ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଶେଷ କରି ମାଲକାନଗିରି ଜିଲ୍ଲା ବାଲିିମେଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦୁଇଜଣ ଛାତ୍ର ଚିନ୍ମୟ ପ୍ରସାଦ ପଣ୍ଡା ଓ ରଞ୍ଜନ ବେହେରା ଉଭୟ ୫୫୨ ମାର୍କ ରଖି ପ୍ରଥମ ଯୁଗ୍ମ ଟପ୍ପର ହୋଇଥିବା ବେଳେ ଏମ.ଭି-୭ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟ ର ବିନିତ ବିଶ୍ୱାସ ୫୫୧ ନମ୍ବର ରଖି ଦ୍ୱିତୀୟ ଟପ୍ପର ଏବଂ ୫୪୮ ମାର୍କ ରଖି ତୃତୀୟ ସ୍ଥାନରେ ଥିବା ଶ୍ରଦ୍ଧାଞ୍ଜଳୀକୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ଆଗକୁ ଭଲ ପାଠ ପଢି ମାଲକାନଗିରି ଜିଲ୍ଲାର ଗୈାରବକୁ ଓଡ଼ିଶାରେ ସୁନାମ ଆଣିବା ପାଇଁ ଉପଦେଶ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *