ଦୁର୍ଗା ପ୍ରସାଦ ଦାଶ //ଜିଲ୍ଲା ପ୍ରତିନିଧି //ସମୀକ୍ଷା ନିୟୁଜ
ଖୋର୍ଦ୍ଧା, ୧/୭/୨୪: ଯୁଗେ ଯୁଗେ ରହିଛି ଜଗତର ନାଥ ଜଗନ୍ନାଥ ଙ୍କର ଅପୂର୍ବ ଗାଥା l କେତେବେଳେ ସୈନିକ ସାଜି କଳା ଧଳା ଘୋଡା ରେ ଚଢି ଯୁଦ୍ଧ ଭୂମିରେ ଯୁଦ୍ଧ କରିବାର କିମ୍ବଦନ୍ତି ରହିଛି ତ କେତେବେଳେ ଭକ୍ତ ଦାସିଆ ବାଉରୀ ହାତରୁ ନଡ଼ିଆକୁ ପ୍ରଭୂ ହାତ ବଢ଼ାଇ ନେଇ ଯାଆନ୍ତି l ସେହିପରି ଏକ କିମ୍ବଦନ୍ତି ରହିଛି ଯାହା କାଙ୍କଣ ଶିଖରୀ କ୍ଷେତ୍ର ଭାବରେ ନାମିତ l ଦିନ ଥିଲା କଣ୍ଟା ଯୁକ୍ତ ଫଳ କାଙ୍କଣ ଶ୍ରୀ ମନ୍ଦିର ଭୋଗରେ ସାମିଲ ହେବା ନିଷେଧ ଥିଲା l ହେଲେ ପ୍ରଭୁଙ୍କ ଆଦେଶ ପରେ ସାମିଲ ହୋଇଥିଲା ଏହି କଣ୍ଟକ ଯୁକ୍ତ ଫଳ l
ଆସନ୍ତୁ ଜାଣିବା କଣ ରହିଛି ଏହି ପୀଠ ର ମହିମା l
ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ନଈରୀ ଗ୍ରାମ ନିକଟରେ ରହିଛି କାଙ୍କଣ ଶିଖରୀ l ଚିଲିକାର କୁଳରୁ ଜଳ ପଠରେ ୩ କିଲୋମିଟର ଯାତ୍ରା କରିବା ପରେ ଆସିଥାଏ କାଙ୍କଣ ଶିଖରୀ କୁଦ l ୧ କିଲୋମିଟର ପରିବ୍ୟାପ୍ତ ଜଙ୍ଗଲ ପାହାଡ଼ ଘେରା ପରିବେଶରେ ରହିଛି ପ୍ରଭୁଙ୍କର କ୍ଷେତ୍ର l ୩ ଶହ ବର୍ଷ ପୂର୍ବେ ଏହି କୁଦକୁ ଯିବା ଆସିବା ସମ୍ଭବ ନଥିଲା l କେବଳ ଜଙ୍ଗଲୀ ଜୀବ ଜନ୍ତୁଙ୍କ ପରିବେଷ୍ଟନୀ ଥିଲା ଏହି କୁଦ lଯେତେ ବେଳେ ଶ୍ରୀ ମନ୍ଦିର ଉପରେ ଆକ୍ରମଣ କରିଥିଲା କଳା ପାହାଡ଼ ମହା ପ୍ରଭୂଙ୍କୁ ସୁରକ୍ଷିତ ରଖିବା ପାଇଁ ସେବାୟତ ମାନଙ୍କୁ ହୋଇଥିଲା ସ୍ୱପ୍ନlଦେଶ l ସ୍ବପ୍ନଦେଶ ପରେ ସେବାୟତ ମାନେ ଭେଳା ସହାର୍ଯ୍ୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଆଣି ଲୁଚାଇ ରଖିଥିଲେ ଏହି କlଙ୍କଣ ଶିଖରୀ କୁଦରେ l
ଘଞ୍ଚ ଜଙ୍ଗଲ ହେତୁ ଏଠାରେ କୌଣସି ଭୋଗ ଲାଗି ସୁବିଧା ନଥିଲା l ତେଣୁ ସେବାୟତ ମାନେ ବାଧ୍ୟ ହୋଇ ପ୍ରଚୁର ମାତ୍ରାରେ ଏହି ଦୀପରେ ଫଲୁଥିବା କଣ୍ଟକ ଯୁକ୍ତ ଫଳ କାଙ୍କଣ ଫଳକୁ ଏହି ଜଙ୍ଗଲରୁ ସଂଗ୍ରହ କରି ଠାକୁରଙ୍କ ନିକଟରେ କରୁଥିଲେ ଭୋଗ ଲାଗି lସେହି ଦିନ ଠାରୁ ଏହି କୁଦର ନାମ ରହିଆସିଛି କାଙ୍କଣ କୁଦ lପରେ ଏହାର ନାମ ହୋଇଛି ଲୀଳା କ୍ଷେତ୍ର କାଙ୍କଣ ଶିଖରୀ l
ଲୀଳା କ୍ଷେତ୍ର କାଙ୍କଣ ଶିଖରୀରେ ପ୍ରଭୂ ଜଗନ୍ନାଥ ଙ୍କର ବାର ମାସରେ ତେର ପରବ ହୋଇଥାଏ ପାଳନ l ତା ମଧ୍ୟରୁ ରଥ ଯାତ୍ରାର ରହିଛି ଢେର ଆକର୍ଷଣ l ସବୁଠାରେ ରଥ ଯାତ୍ରା ସ୍ଥଳ ପଥରେ ପାଳନ ହେଉଥିବା ବେଳେ ଏଠାରେ ହୋଇଥାଏ ନିଆରା ରଥ ଯାତ୍ରା l ନନ୍ଦିଘୋଷ. ତାଳଧ୍ଵଜ ଓ ଦର୍ପ ଦଳନ ନାମକ ତିନୋଟି ଡ଼ଙ୍ଗାକୁ ଏକତ୍ରିତ ଭାବେ ବନ୍ଧା ଯାଇଥାଏ ରଜ୍ଜୁ ସହାୟତରେ lସେହି ଡଙ୍ଗlରେ ବିରାଜ ମlନ କରନ୍ତି ତିନ ଠାକୁର l ଘଣ୍ଟ ଘଣ୍ଟା . ତୁରୀ ଭେରୀ ବିରବାଦ୍ୟ ବଜାଇ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ lଚିଲିକାର ଉତାଳ ନୀଳ ଜଳ ରାଶିରେ ଚାଲିଥାଏ ଡ଼ଙ୍ଗା lଭକ୍ତ ମାନେ ଦର୍ଶନ କରନ୍ତି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ l
ସରକାରୀ ସ୍ତରରେ ବ୍ୟାପକ ବନ୍ଦୋବସ୍ତ କରାଗଲେ ପୀଠର ବ୍ୟାପକ ଉନ୍ନତି ହେବା ସହ ଜଗନ୍ନାଥ ଚେତନାର ପ୍ରଚାର ପ୍ରସାର ହୋଇ ପାରିବ l