ଯୋଡ଼ା ବେଆଇନ ପାର୍କିଂ ନେଲା ଆଉ ଏକ ଜୀବନ

ଯୋଡ଼ା:- କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଟଣ୍ଟୋ ନିକଟସ୍ତ ଜିନ୍ଦଲ ଛକରେ ବେଆଇନ ପାର୍କିଂ ପାଇଁ ଦୃଘଟଣା ଘଟି ଏକ ଡ୍ରାଇଭର ମୃତ। ଟଣ୍ଟୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସିରିଜ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ୩ଟି ଟେଲର ଓଲଟି ପଡ଼ିଥିଲା।ଗୋବିନ୍ଦ କର୍ଗୋ ଲଜେଷ୍ଟିକ ନାମକ ଟ୍ରଲର କମ୍ପାନୀ ଦୀର୍ଘଦିନ ହେବ ଏହି ରାସ୍ତାକୁ ନିଜର ପାର୍କିଂରେ ପରିଣତ କରିଦେଇଛି ବୋଲି ନିକଟରେ ବସବାସ କରୁଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ଏହି ଦୁର୍ଘଟଣାରେ ଜଣେ ଟ୍ରଲର ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାରେ ହାଇୱା ସମେତ ୩ଟି ଟ୍ରେଲର ରାସ୍ତା କଡକୁ ଓଲଟି ପଡିଥିଲା ।
ଏକ ହାଇୱା ଟ୍ରକ୍ ଗୁଆଲି ଅଞ୍ଚଳରୁ ଲୁହାପଥର ଗୁଣ୍ଡ ବୋଝେଇ କରି ବଲାଣୀ ରେଳ ସାଇଡିଂ ଅଭିମୁଖେ ଯାଉଥିଲା। ମାତ୍ର କାଶିଆ ଛକ ନିକଟରେ ଗାଡ଼ିର ଆଗ ଚକ ଫାଟିଯାଇଥିଲା। ଫଳରେ ଭାରସାମ୍ୟ ହରାଇ ହାଇୱାଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରେଲରକୁ ପଛପଟୁ ଧକ୍କା ଦେଇଥିଲା
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଲାଇନରେ ଠିଆ ହୋଇଥିବା ୩ଟି ଟ୍ରେଲର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା । ହାଇୱା ପ୍ରଥମେ ଧକ୍କା ମାରିଥିବା ଟ୍ରେଲରଟି ଏହି ଦୁର୍ଘଟଣାରେ ବହୁତ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ସମୟରେ ଟ୍ରଲର ଡ୍ରାଇଭର କ୍ୟାବିନ ଭିତରେ ଶୋଇଥିବା ବେଳେ ଚାପି ହୋଇ ମୃତ୍ୟୁମୁଖରେ ପଡ଼ିଗଲେ।
ଏହି ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭର ଗୁରୁତର ଅବସ୍ଥାରେ ଚାପି ହୋଇ ହୋଇ ଯାଇଥିବା ବେଳେ ଆଉ ବାହାରି ପାରି ନ ଥିଲେ। ଘଟଣା ସ୍ଥଳରେ ବଡ଼ବିଲ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥଲା। ଗ୍ୟାସ କଟର ସାହାଯ୍ୟରେ ଗୁରୁତର ଡ୍ରାଇଭରକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବଡବିଲ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା ।
ପୁଲିସ ଘଟଣାର ତଦନ୍ତ ଜାରୀ ରଖିଥିଲେହେଁ ମୃତକ କିମ୍ବା ଗୁରୁତରଙ୍କ ପରିଚୟ ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *