ଯୋଡ଼ା : ମହାଦେବନସା ଠାରେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଉଦଯାପିତ

ପ୍ରମୋଦ କୁମାର ମହାନ୍ତ, ଜିଲ୍ଲା ପ୍ରତିନିଧି / ସମୀକ୍ଷା ନିୟୁଜ
ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଦେଓଝର ପଞ୍ଚାୟତ ଅନ୍ତର୍ଗତ ମହାଦେବନସା ଗ୍ରାମରେ ଥିବା ଶ୍ରୀ ଧନେଶ୍ଵର ମହାଦେବଙ୍କ ପ୍ରାଙ୍ଗଣରେ ବିଶ୍ୱଶାନ୍ତି ନିମିତ୍ତ ଶ୍ରୀ ଶ୍ରୀ ନିତାଇ ଗୌରଙ୍କର ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଯଥା ବିଧି ଅନୁଯାୟୀ ଉଦଯାପିତ ହୋଇଯାଇଛି l ସୂଚନାଯୋଗ୍ୟ ଯେ, ୨୫ ତାରିଖ ଶୁଭ ଅଧିବାସ ହୋଇଥିବା ବେଳେ ୨୯ ତାରିଖ ଦିନ ପୂର୍ଣ୍ଣାହୂତି ସହିତ ନଗର କୀର୍ତ୍ତନ ଅନୁଷ୍ଠିତ ହୋଇ ଉଦଯାପିତ ହୋଇଥିଲା । ନିମନ୍ତ୍ରିତ ହୋଇ ଆସିଥିବା ପୁରୁଷ ସଂକୀର୍ତ୍ତନ ମଣ୍ଡଳୀଙ୍କ ମଧ୍ୟରେ ନରଣଖୁଣ୍ଟା (ବାରିପଦା, ମୟୁରଭଞ୍ଜ), ଡେଣୁଆଁ (ମୟୁରଭଞ୍ଜ) ଏବଂ ମହିଳାରେ ନରସିଂହପୁର (କେନ୍ଦୁଝର), ସାନ ବଗାଦରି-କ (ଅନୁଗୁଳ), ସାନ ବଗାଦରି-ଖ (ଅନୁଗୁଳ) ପ୍ରମୁଖ ଯୋଗଦେଇଥିଲେ । ନାମଯଜ୍ଞକୁ ଦେଖିବା ପାଇଁ ସ୍ଥାନୀୟ ଦେଓଝର, ଅଶେଇଁକଳା, ବିରିକଳା, କଣ୍ଡରା ଓ ଚମକପୁର ଗ୍ରାମପଞ୍ଚାୟତର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା । ପୂଜକ ମନୋଜ କୁମାର କର, ଶୁକଦେବ ଦାଶ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିବାବେଳେ ସଂକଳ୍ପରେ ଭଗବାନ ନାଏକ, ସୁବାଷ ଚନ୍ଦ୍ର ନାଏକ, ମାୟାଧର ବାରିକ, ଜନାର୍ଦ୍ଦନ ନାଏକ, ଗିରିଧାରୀ ନାଏକ, ସାଇବ ବାରିକ, ଗୁରୁଚରଣ ବାରିକ ପ୍ରମୁଖ ରହିଥିଲେ l ନାମଯଜ୍ଞକୁ ॐ ଶ୍ରୀ ଶ୍ରୀ ଧନେଶ୍ଵର ମହାଦେବ ମନ୍ଦିର କମିଟିର ଉପଦେଷ୍ଟା ଜନାର୍ଦ୍ଦନ ନାଏକ, ବୀର ନାଏକ, ବେଣୁ ମାଧବ ନାଏକ, ସୁବାଷ ଚନ୍ଦ୍ର ନାଏକ, ସଭାପତି ଅଜିତ କୁମାର ନାଏକ, ସମ୍ପାଦକ କରୁଣାକର ନାଏକ, କୋଷାଧ୍ୟକ୍ଷ ଦିବ୍ୟ କୁମାର ନାଏକ, ଲକ୍ଷ୍ମଣ ବାରିକ ପ୍ରମୁଖ ପରିଚାଳନା କରିଥିବା ବେଳେ ଗ୍ରାମବାସୀମାନେ ଆବଶ୍ୟକୀୟ ସହଯୋଗ କରିଥିଲେ । ଉପଦେଷ୍ଟା ଜନାର୍ଦ୍ଦନ ନାଏକ ନିମନ୍ତ୍ରିତ ହୋଇ ଆସିଥିବା ସମସ୍ତ ସଂକୀର୍ତ୍ତନ ମଣ୍ଡଳୀ, ସହଯୋଗର ହାତ ବଢ଼ାଇଥିବା ସ୍ଥାନୀୟ ଜିନ୍ଦଲ, କ୍ରାକର୍ସ ଇଣ୍ଡିଆ, ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀର କର୍ତ୍ତୃପକ୍ଷ ତଥା ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇଥିବା ବେଳେ ମୁର୍ଗା ଠାରେ ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ କରିବା ସକାଶେ ସ୍ଥାନୀୟ କମ୍ପାନୀ ମାନଙ୍କ ଦ୍ଵାରା ଆବଶ୍ୟକୀୟ ପଦକ୍ଷେପ ମାନ ଗ୍ରହଣ କରାଗଲେ ଅଞ୍ଚଳବାସୀ ସ୍ବାବଲମ୍ବୀ ହେବା ସହ ଉପକୃତ ହୋଇପାରିବେ ବୋଲି ସମାଜସେବୀ ପ୍ରମୋଦ କୁମାର ମହାନ୍ତ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *