ରାଉରକେଲା// ସମୀକ୍ଷା ନିୟୁଜ //ସସ୍ମିତା ପ୍ରଧାନ : ସେକ୍ଟର 15 ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ମା ଖୁଦୁରୁକୁଣୀ ମେଲଣ ଅନୁଷ୍ଠିତ ହୋଇଯାଇଛି। ମା ଖୁଦୁରୁକୁଣୀ ମେଲଣ ସମିତି ତରଫରୁ ସଭାନେତ୍ରୀ ଉର୍ମିଳା ଡାଳୁଆଙ୍କ ସଭାପତି ଓ ସାଧାରଣ ସମ୍ପାଦିକା ସୁନନ୍ଦା ନାୟକ ଙ୍କ ଆବାହକତ୍ଵରେ ଆୟୋଜିତ ଏହି ମେଳଣ କାର୍ଯ୍ୟକ୍ରମରେ ବିଭିନ୍ନ ସେକ୍ଟରରୁ ପ୍ରାୟ 40 ଟି ମୂର୍ତ୍ତି ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି ଓ ସମାଜସେବୀ ସର୍ବଶ୍ରୀ ହରିହର ରାଉତରାୟ, କନକଲତା ଦାସ, ରୀତାଞ୍ଜଳୀ ରାୟ,କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏହା ଦ୍ବାରା ସଂସ୍କୃତି, ଭାଇଚାରା ଓ ସୈାହାର୍ଦ୍ଧପୂର୍ଣ୍ଣ ବାତାବରଣ ସୃଷ୍ଟି ହୁଏ ବୋଲି ମତ ରଖିଥିଲେ l
ଅତିଥି ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ନୂଆ ଢଙ୍ଗରେ ଆରମ୍ଭ ହୋଇଥିବା ଏହି ମେଳଣ ଗୋଟିଏ ମଞ୍ଚରେ ମା ଓ ଭଉଣୀ ମାନଙ୍କୁ ଯୋଡିବାରେ ପ୍ରୟାସ କରିଛି। ଯାହା ଏକ ଉତ୍ତମ ପଦକ୍ଷେପ। କବି ଶ୍ରୀ ରାଉତ ଓ ସୁଶାନ୍ତ କୁମାର ନାୟକ ଙ୍କ ମଞ୍ଚ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କୋଷାଧ୍ୟକ୍ଷ ଗୀତାଞ୍ଜଳି ସାମଲ, ଉପଦେଷ୍ଟା ବିଷ୍ଣୁଚରଣ ବିଶ୍ବାଳ, ଗୈାରାଙ୍ଗ ସେଠୀ, ଧବଳେଶ୍ଵର ବରାଳ, ରାଧାକୃଷ୍ଣ ମନ୍ଦିର ର ସଭାପତି ଜୟନ୍ତୀ ଦାସ, ରେଖା କୋଠାରୀ, ସଂଗୀତା ମିଶ୍ର, ପ୍ରସନ୍ନ ତ୍ରିପାଠୀ, ସସ୍ମିତା ପ୍ରଧାନ, ଅଶୋକ ଲେଙ୍କା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ମୂର୍ତ୍ତି ଗୁଡ଼ିକର ବିଚାରକ ଭାବେ ସର୍ବଶ୍ରୀ ତାପସ ପଣ୍ଡା, ହେମନ୍ତ ବିଶ୍ବାଳ,ଅନନ୍ତ ସାମଲ, ରାଜଲକ୍ଷ୍ମୀ ପ୍ରଧାନ, ସ୍ୱାଗତିକା ବିଶ୍ବାଳ, ହୃଷି ପ୍ରଧାନ ପ୍ରମୁଖ ମୂଲ୍ୟାଙ୍କନ କରି ଅତିଥିଙ୍କ ଦ୍ବାରା ପୁରସ୍କୃତ କରିଥିଲେ। ଅନୁଷ୍ଠାନର ସମସ୍ତ ସଦସ୍ୟ, ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ଶେଷରେ ସମ୍ପାଦିକା ଶ୍ରୀମତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲ