ବ୍ରହ୍ମପୁର ୧୫/୦୨/୨୦୨୪ (ଅନନ୍ତ ନାରାୟଣ ମହାନ୍ତି,ଗଞ୍ଜାମ ଜିଲ୍ଲା ପ୍ରତିନିଧି) ବ୍ରହ୍ମପୁର ମହାନଗର ନିଗମର ୩୭ନଂ ୱାର୍ଡରେ ନିିର୍ମାଣ ହୋଇଥିବା ଡ୍ରେନଗୁଡିକ ମୁକୁଳା ପଡିଛି। ବହୁ ଦିନ ହେଲା ଡ୍ରେନକାର୍ଯ୍ଯ ସରିଥିଲେ ମଧ୍ଯ ମହାନଗର ନିଗମ ସେହି ଡ୍ରନ ଗୁଡିକୁ ଡଙ୍କୁଣି ଦେଇ ଆବୃତ କରିବାରେ ନିଘା ନାହିଁ।
ଅନୁସନ୍ଧାନରୁ ଜଣାପଡିଛି ଯେ ଡ୍ରେନକୁ ମୁକୁଳା ରଖି ସ୍ଥାନୀୟ କର୍ପୋରେଟରଙ୍କୁ ଲୋକଙ୍କ ଆଗରେ ବଦନାମ କରିବାର ଏକ ପ୍ରକାର ଚକ୍ରାନ୍ତ କରୁଛନ୍ତି ମହାନଗର ନିଗମର ଅଧିକାରୀ। ଏହି ୱାର୍ଡଟି ଭାରତୀୟ ଜନତା ପାର୍ଟି ହାତରେ ଥିବା ଯୋଗୁଁ ସେଠାର ବିକାଶ କାମରେ ମହାନଗର ନିଗମ ଆଗ୍ରହ ଦେଖାଉନାହିଁ। ମୁକୁଳା ଡ୍ରେନଯୋଗୁଁ ଅଞ୍ଚଳର ଗାଈଗୋରୁ ମରଣାନ୍ତକ ସମସ୍ଯାର ସମ୍ମୁଖିନ ହେଉଥୁବା ପ୍ରସଂଗକୁ ସ୍ଥାନୀୟ କର୍ପୋରେଟର ବହୁବାର କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ଯ ମହାନଗର ନିଗମ ପଦକ୍ଷେପ ନେଉନଥୁବା ଜଣାପଡିଛି। ଏପରି ରାଜନୈତିକ ବିବାଦ ଯୋଗୁଁ ଗାଈଗୋରୁ ମାନେ ହନ୍ତସନ୍ତ ହେଉଛନ୍ତି।