ରାଜନୈତିକ ଉଷ୍ମତା ବଳୟରେ ଢେଙ୍କାନାଳ ଜିଲ୍ଲା

ଯଶୋବନ୍ତ ରଣଜିତ୍ ରାୟ//ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍
ଢେଙ୍କାନାଳ (୨୮/୦୨/୨୦୨୪): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଢେଙ୍କାନାଳ ଜିଲ୍ଲା ରେ ତିନି ପ୍ରମୁଖ ରାଜନୈତିକ ଦଳରେ ଉଷ୍ମତା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।ଶାସକ ବିଜେଡି ତାର ଗଡ଼ ରକ୍ଷା କରିବା ପାଇଁ ଚଳିତବର୍ଷ ଲୋକସଭା ସହିତ କେତେକ ବିଧାନ ସଭାରେ ନୂତନ ପ୍ରାର୍ଥୀ ଙ୍କୁ ଲଢେଇବା ପାଇଁ ଅଙ୍କକଷା ଆରମ୍ଭ କରି ଦେଇଛି। ଲୋକସଭା ପ୍ରାର୍ଥୀ ଦୌଡ଼ରେ ଅନୁଗୋଳ ବିଧାୟକ ଶ୍ରୀ ରଜନୀକାନ୍ତ ସିଂ,ପରଜଙ୍ଗ ବିଧାୟକ ଶ୍ରୀ ନୃସିଂହ ଚରଣ ସାହୁ ଏବଂ ନିକଟରେ ଦଳରେ ଯୋଗଦେଇଥିବା ଡଃ ଅବିନାଶ ସାମଲ ଙ୍କ ନାମ ଚର୍ଚ୍ଚା ଜୋର ଧରିଛି। ପ୍ରମୁଖ ବିରୋଧୀ ଦଳ ଭାବରେ ବିଜେପି ରଣନୀତି ରେ ଆଉ ପାଦେ ଆଗରେ ଥିବା ଦେଖିବାକୁ ମିଳିଛି। ଢେଙ୍କାନାଳ ଲୋକସଭା ପାଇଁ ବିଜେପି ଚତୁରତାର ସହିତ ଦଳର ପୁରୁଣା ନେତା ମାନଙ୍କୁ ଗୁରୁତ୍ୱ ଦେଇ ଅନୁକମ୍ପା ଭୋଟ୍ କୁ ନିଜ ସପକ୍ଷରେ ଆଣି ଜିଲ୍ଲାରେ ଲୋକସଭା ସମେତ ଚାରି ବିଧାନ କୁ ହାତେଇବାକୁ ଗୋଟି ଚାଳନା ଆରମ୍ଭ କରିଦେଇଛି, ଫଳରେ ଲୋକସଭା ପ୍ରାର୍ଥୀ ଭାବରେ ପୂର୍ବତନ ରାଜ୍ୟସଭା ସାଂସଦ ଙ୍କୁ ପ୍ରାର୍ଥୀ ଭାବରେ ଚୁଡାନ୍ତ ନିଷ୍ପତି ନେଇଥିବା ବିଶେଷ ସୁତ୍ରରୁ ପ୍ରକାଶ। ଅନ୍ୟତମ ସର୍ବ ପୂରାତନ ଦଳ କଂଗେସ ଜିଲ୍ଲା ରେ ଗୋଷ୍ଠୀ ବିବାଦରେ ଛନ୍ଦି ହୋଇ ପଡିଥିବା ସହିତ ରାଜା କାମାକ୍ଷା ପ୍ରସାଦ ସିଂହଦେଓ ଙ୍କ ବଦଳରେ ଜଣେ ଦକ୍ଷ ନେତାଙ୍କୁ ଲୋକସଭା ପ୍ରାର୍ଥୀ ଭାବରେ ଛିଡ଼ା କରିବାକୁ ଯୋଜନା କରୁଥିବା ବେଳେ ସମସ୍ତ ନିଷ୍ପତ୍ତି ହାଇ କମାଣ୍ଡ ଙ୍କ ଉପରେ ଛାଡ଼ି ଦେଇଥିବା ଯୋଗୁଁ କୈାଣସି ପ୍ରାର୍ଥୀ ଙ୍କ ନାମ ଚର୍ଚ୍ଚା ରେ ଆସୁନଥିବା ଦେଖାଯାଏ। ବିଧାନସଭା କ୍ଷେତ୍ର ରେ ପରଜଙ୍ଗ ଓ ଢେଙ୍କାନାଳ ସଦର ଶାସକ ବିଜେଡି ଓ ବିଜେପି ରୁ ପୁରୁଣା ପ୍ରାର୍ଥୀ ଙ୍କୁ ଲଢେଇବା ପାଇଁ ଦଳ ନିଷ୍ପତ୍ତି ନେଇଥିବାବେଳେ କାମାକ୍ଷାନଗରର ଏବଂ ହିନ୍ଦୋଳ ବିଧାନସଭା କ୍ଷେତ୍ର ରେ ବିଜେଡ଼ି ଓ ବିଜେପି ଦୁଇ ଦଳରେ ନୂତନ ପ୍ରାର୍ଥୀ ଦିଆଯିବା ର ସମ୍ଭାବନା ରହିଛି ତେଣୁ ଜିଲ୍ଲା ରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଥିବା ବେଳେ କଂଗେସ ଦଳରେ ନିରବତା ଯୋଗୁଁ କିଛି ଭିତିରି ରଣନୀତି ନିର୍ଦ୍ଧାରଣ କରୁଥିବା ମଧ୍ୟ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *