ରେଳ ଷ୍ଟେସନରୁ ମାଆ ଓ ତିନି ବର୍ଷର ଶିଶୁ ପୁତ୍ର ନିଖୋଜ ଘଟଣା: ଭଦ୍ରକ ଚରମ୍ପାରୁ ଉଦ୍ଧାର, ମୋବାଇଲ୍ ଫୋନ୍ ଇନଷ୍ଟାଗ୍ରାମ ରୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ

ସନ୍ତୋଷ କୁମାର ପଟ୍ଟନାୟକଙ୍କ/ସାମ୍ବାଦିକ/ସମୀକ୍ଷା ନ୍ୟୁଜ
ବଲାଙ୍ଗୀର/ଟିଟିଲାଗଡ, ତା ୧୮-୦୪:ମୋବାଇଲ୍ ଯୋଗେ ଜଣେ ବିବାହିତ ନାରୀ ତାର ୩ ବର୍ଷ ର କୋଳ ଶିଶୁ କୁ ନେଇ ନିଜ ପ୍ରେମିକ ସହ ଫେରାର ହୋଇ ଯାଇଥିଲେ ।

ଟିଟିଲାଗଡ଼ – ରାଉରକେଲା ରେଳବାଇ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ ଟିଟିଲାଗଡ଼ ସରକାରୀ ରେଳବାଇ ପୋଲିସ ଥାନାରେ ଏକ ନିଖୋଜ ମାମଲାର ରୁଜୁ ହୋଇ ଥିଲା ।
ଟିଟିଲାଗଡ଼ ରେଳବାଇ ଥାନା ଅଧିକାରୀ ବିନୟ କୁମାର ଭୋଇ ପ୍ରକାଶ କରିଛନ୍ତି ଯେ, ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ ଚୋରମରା ଗ୍ରାମର ମଙ୍ଗଳୁ ରଣାଙ୍କ ସ୍ତ୍ରୀ ପୂର୍ଣ୍ଣମୀ ରଣା (୨୩) ଏବଂ ତାଙ୍କରି ତିନି ବର୍ଷର ପୁଅ ସହିତ ( ମାଆ ଓ ପୁଅ )ଗତ ଆଠ ତାରିଖ ଅପରାହ୍ନ ଚାରିଟା ସମୟରେ ଟିଟିଲାଗଡ଼ ରେଳ ଷ୍ଟେସନରୁ ନିଖୋଜ ହୋଇଯାଇଥିବା ସମ୍ପର୍କରେ ଗତ ୯/୪/୨୦୨୪ ରାତ୍ର ୧୦.୩୦ସମୟରେ GRP ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା । କେଶ ନମ୍ବର ୨୦/୯.୪.୨୦୨୪ U/S ୩୬୩IPC କ୍ରମେ ଏକ ମକଦ୍ଦମା ରୁଜୁ କଲା ପରେ ଥାନାର ASI ଉମାକାନ୍ତ ଯୋଶୀ ଏବଂ ASI ରମେଶ ଚନ୍ଦ୍ର ଖଟେଇ ଭଦ୍ରକ ଜିଲ୍ଲାର ଚରମ୍ପା ଅଞ୍ଚଳରୁ ଉଦ୍ଧାର କରି ଆଣି ତାହା ସହିତ ଥିବା ଯୁବକ ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ଅଞ୍ଚଳର କସବା ଗ୍ରାମର ପ୍ରଦୀପ ଦାସ ନାମକ ଯୁବକକୁ ଟିଟିଲାଗଡ଼ ସରକାରୀ ରେଳବାଇ ପୋଲିସ ଆଣି ଅଟକ ରଖିଥିଲେ । ,ମୋବାଇଲ ଫୋନ ର ଇନଷ୍ଟାଗ୍ରାମ ଜରିଆରେ ପ୍ରେମ ସମ୍ପର୍କ ଯୋଗୁଁ ତାହା ସହିତ ପଳାୟନ କରିଥିବା ଜଣାପଡିଛି !
ଉକ୍ତ ଯୁବକ କୁ ଟିଟିଲାଗଡ କୋର୍ଟ ଚାଲାଣ କରାଯାଇ ଥିବା ବେଳେ,ଉକ୍ତ ଫେରାର ମହିଳା ଓ ଶିଶୁ ପୁତ୍ର କୁ ବଲାଙ୍ଗୀର ଶିଶୁ ଓ ମାତୃ ୟୁନିଟ କୁ ପଠାଯାଇଛି ,

Leave a Reply

Your email address will not be published. Required fields are marked *