ମୁରଲୀଧର ସାହୁ //ଜିଲ୍ଲା ପ୍ରତିନିଧି//ସୁବର୍ଣ୍ଣପୁର -ମହାଦେବପାଳି- ଗ୍ରାମ ପଂଚାୟତ ବିନିକା ବ୍ଳକ ଅନ୍ତର୍ଗତ ଲୋକକଲା ଗ୍ରାମ କର୍ତ୍ତଙ୍ଗରେ ଅକ୍ଷୟ ତୃତୀୟା ରୁ ଆରମ୍ଭ ହୋଇଥିବା କୃଷ୍ଣ ଲିଳା ଓ ବ୍ରଜଳିଳା ଗତକାଲି ବୁଧବାର ଉଗ୍ରସେନଙ୍କ ରାଜ୍ୟାଭିଷେକ ସହ ଉଯ୍ୟାପିତ ହୋଇଛି ।ଦିର୍ଘ ବର୍ଷ ଧରି ଗୁରୁ ସ୍ବର୍ଗତ ପ୍ରାଣବନ୍ଧୁ ବସ୍ତିଆଙ୍କ ନିଦେର୍ଶନା ରେ ଅନୁଷ୍ଠିତ ହୋଇ ଆଶୁଥିବା କୃଷ୍ଣ ଲିଲା ଓ ବ୍ରଜଳିଳା ନାଟକ ଏବର୍ଷ ତାଙ୍କ ପୁତ୍ର ସରୋଜ ବସ୍ତିଆ ନିଦେର୍ଶନା ଦେଇଥିବା ବେଳେ ଅଶ୍ପିନୀ କୁମାର ସାହୁ ଓ ବଂଶୀଧର ରଣା ସହଯୋଗ କରିଥିଲେ । ୨୦ ଦିନ ଧରି ଚାଳିଥିବା ଏହି ଲିଳା ନାଟକରେ ନନ୍ଦ ଯୋଶୋଦାଙ୍କ ତପସ୍ୟା ଠାରୁ ଆରମ୍ଭ କରି ଉଗ୍ରସେନଙ୍କ ରାଜ୍ୟାଭିଷେକ ପର୍ଯ୍ୟନ୍ତ କଳାକାର ମାନେ ନିଖୁଣ ଅଭିନୟ କରିଥିଲେ । ପ୍ରତିଦିନ ରାତିରେ ଆଖପାଖରୁ ଦର୍ଷକଙ୍କ ଭିଡ ଲାଗିବା ସହ ଆଦ୍ଧାତ୍ମିକ ପରିବେଶ ସୃଷ୍ଟି ହେବା ସହ ଦର୍ଷକ ନାଟ୍ୟକଲାର ମଜା ନେଉଥିଲେ ।ଏଥିରେ ପ୍ରମୁଖ ଭୂମିକାରେ ମନୋରଞ୍ଜନ ପଧାନ, ସନ୍ତୋଷ ସାହୁ ,ପରଦେଶୀ ରଣା, ହଳଧର ଭୋଇ , ଅରୁଣ ବାଘ ,ଗଦାଧର ବାଘ ରାଧେଶ୍ୟାମ ବାଘ , ମନୋରଞ୍ଜନ ସାହୁ ରହିଥିବାବେଲେ ନିଳକଣ୍ଠ କର୍ଣ , ଉତ୍ତମ ପୁରୋହିତ , ଭାଗବତିଆ ଘିବିଳା , ଚନ୍ଦ୍ର ମହାଳିଙ୍ଗ , ସୁଳୁଠୁ ପୁଜାହାରୀ , ଭବାନୀ ସେଠୀ , ମିନା ସାହୁ ,ଦୁଖନାଶନ ନାଗ ,ଲକ୍ଷ୍ମଣ ବାଘ ,ଅବଧାନ ମଣ୍ଡା ,ଶାର୍ଦୁଲ ସାହୁ , ଆର୍ତ୍ତତ୍ରାଣ ତଳିଆ , ଆର୍ତ୍ତତ୍ରାଣ ବାରିକ ଙ୍କ ସହ ଲିଳାନାଟକୁ ଆକର୍ଷଣୀୟ କରିବାକୁ ପ୍ରତି ଦିନ ଗ୍ରାମବାସୀ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ । ଶେଷରେ ଭଗବାନଙ୍କ ଠାରେ କ୍ଷମା ପ୍ରାଥନା କରି ଭୋଗ ଲାଗଇ ଗ୍ରାମର ସମସ୍ତ ଗ୍ରାମରବସି ଆନନ୍ଦରେ ପ୍ରସାଦ ସେବନ କଲେ।