ଅଞ୍ଜନ କୁମାର ରଣା /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନିୟୁଜ
ମୟୁରଭଞ୍ଜ ଓ ବାଲେଶ୍ୱର (28/04/24): ପ୍ରଥମେ ଅପହରଣ ପରେ ହତ୍ୟା । ଏଭଳି ଘଟଣା ଘଟିଛି ଶରତ୍ ଥାନା ଅର୍ନ୍ତଗତ କଟୁରିଆ ଗ୍ରାମରେ । କଟୁରିଆ ଗ୍ରାମର ରାମ ସିଂ ଦେୟଗାମ୍ ବିମା କମ୍ପାନୀର କାର୍ଯ୍ୟ କରିବା ସହିତ ନିଜ ବାସଗୃହ ର କିଛି ଅଂଶ ଭଡ଼ା ସୁତ୍ରରେ ଦେଇଥିଲେ । ଅଶୋକ ସେଠୀ ନାମକ ଜୈନେକ ବ୍ୟକ୍ତି ଘର ଭଡ଼ା ନେଇଥିବା ବେଳେ ଅନ୍ୟ ଏକ ଗୃହରେ ଜୈନେକ ଯୁବତୀ ଟେଲର ଦୋକାନ ଖୋଲିଥିଲେ ।ଗତ ୨୫ ତାରିଖ ଦିନ ଅଶୋକ ଓ ଟେଲର ମାଲିକାଣୀ ଙ୍କ ଅନୈତିକ ପ୍ରେମ ସମ୍ପର୍କ ଘର ମାଲିକ ରାମ ଙ୍କ ନଜରରେ ପଡ଼ିବାରୁ ଘର ଛାଡ଼ିବାକୁ ତାଗିଦ୍ କରିଥିଲେ । ରାତିରେ ରାମ ଓ ତାଙ୍କ ପତ୍ନୀ ଶୋଇ ଥିବା ବେଳେ ଶାଣଦେଇ ଗ୍ରାମର ଅଶୋକ ମହାନ୍ତ ରାତି ବାରଟା ସମୟରେ ଡାକି ନେଇଥିଲେ । ପରଦିନ ଅର୍ଥାତ ୨୬ ତାରିଖ ଦିନ ରାମଙ୍କ ପତ୍ନୀ ମାଳତୀ ଶରତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ସକାଳ ସମୟରେ ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ବାଲୁକାଶୁଣି ଜଙ୍ଗଲରେ ଏକ କ୍ଷତବିକ୍ଷତ ଶବ ପଡ଼ିଥିବାର ଦେଖି ବ୍ରହ୍ମପୁର ପୋଲିସ ଶରତ ପୋଲିସ କୁ ଖବର ଦେବାରୁ ଶରତ ପୋଲିସ ଓ ପରିବାର ଲୋକେ ଶବ ଚିହ୍ନଟ କରିବା ସହିତ ଅଶୋକ ମହାନ୍ତ କୁ ଅଟକ ରଖିବା ସହିତ ଏହା ଏକ ପ୍ରେମଜନୀତ ହତ୍ୟାକାଣ୍ଡ ବୋଲି ପ୍ରକାଶ କରିଛି । ହତ୍ୟାରେ ବ୍ୟବହୃତ ଅସ୍ତ୍ର ଓ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଲାଗିଛି ।