ଷ୍ଟ୍ରିଟ୍‌ ଲାଇଟ୍‌ ଯୋଜନାରେ ୪୫୦ କୋଟି ଚଳୁ- ସୂଚନା ଅଧିକାର କର୍ମୀ

-ଅଞ୍ଜନ କୁମାର ରଣା //ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
କେଉଁଝର, 1/7/2024: ତତ୍କାଳୀନ ରାଜ୍ୟ ସରକାରଙ୍କ ଦ୍ବାରା ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ବାରା ପ୍ରତି ପଂଚାୟତରେ ଷ୍ଟ୍ରିଟ ଲାଇଟ୍‌ ଲାଗିବା ପାଇଁ ଚତୁର୍ଦ୍ଦଶ ଅର୍ଥ କମସନ ସୁପାରିସ ରେ ଯୋଜନା ହୋଇଥିଲା। ଏହି ଯୋଜନାରେ ରାଜ୍ୟର ପ୍ରତି ପଂଚାୟତରେ ପ୍ରତିବର୍ଷ ୧୦ଟି ଷ୍ଟ୍ର୍ରିଟ୍‌ ଲାଇଟ(୮୦ ୱାଟ୍‌) ଲାଗିବା ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏହି କ୍ରମରେ ୨୦୧୪ ମସିହାରୁ ରାଜ୍ୟର ପ୍ରତି ପଂଚାୟତରେ ଏହିଭଳି ଭାବେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଉଅଛି।

ତେବେ ଏହି ଏଲଇଡି ଲାଇଟ୍‌ ଲଗାଇବା ପାଇଁ ଯେଉଁ ଟେଣ୍ଡର ହେଉଛି, ସେଥିରେ ଆରମ୍ଭରୁ ଦୁର୍ନୀତି ହୋଇ ଆସୁଛି।
ସୂଚନା ଅଧିକାର ଆଇନ ରେ ମିଳିଥିବା ତଥ୍ୟ ରୁ ଏହି ଦୁର୍ନୀତି ର ଗୁମର ଖୋଲିଛନ୍ତି ସୂଚନା ଅଧିକାର କର୍ମୀ ହିମାଂଶୁ ଶେଖର ନାୟକ ଓ ବୈଷୟିକ ସୂଚନା ଦାତା ଇଂ ଅଜିତ କୁମାର ଭୂୟାଁ । ଏହି ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥାରେ ଯନ୍ତ୍ରାଂଶ ନ ଲଗାଇ ପ୍ରାୟ ୨୬୬ କୋଟି ୫୩ ଲକ୍ଷ , ମରାମତି ନ କରି ୧୯ କୋଟି ୫୧ ଲକ୍ଷ ୨୩ ହଜାର ୬୮୦ ଟଙ୍କା ଏବଂ ଏନର୍ଜି ମିଟର ନ ଲଗାଇବା କାରଣ ଅଧିକ ବିଲ୍‌ ବାବଦରେ ୧୬୩ କୋଟି ୫ ଲକ୍ଷ ୬୦ ହଜାର ଟଙ୍କାର ଦୁର୍ନୀତି ହୋଇଛି। ଅର୍ଥାତ ଏହି ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥାରେ ରାଜ୍ୟରେ ମୋଟ ଦୁର୍ନୀତିର ପରିମାଣ ହେଉଛି ୪୫୦ କୋଟ ଟଙ୍କା।

Leave a Reply

Your email address will not be published. Required fields are marked *