ସଇଁତଳା : ସାଂସଦପ୍ରାର୍ଥୀଙ୍କ ନାମାଙ୍କନ ପାଇଁ ଆସିଥିବା ସମର୍ଥକଙ୍କ ଓଲଟିଲା ଗାଡି ୩ ଗୁରୁତର ୭ ଆହତ

ସନ୍ତୋଷ କୁମାର ପଟ୍ଟନାୟକଙ୍କ/ସାମ୍ବାଦିକ/ସମୀକ୍ଷା ନ୍ୟୁଜ୍,
ଟିଟିଲାଗଡ଼, ୧/୫/୨୦୨୪: ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପାଇଁ ବିଜୁ ଜନତା ଦଳ ପକ୍ଷରୁ ଆଜି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇ ଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ହୋଇଛି ଅଘଟଣ। ସଇଁନ୍ତଲା ଥାନା ଅନ୍ତର୍ଗତ କନ୍ଧକେଲଗାଁ ବୁଲାଣିରେ ଭାରସାମ୍ଯ ହରେଇ ଓଲଟି ପଡିଛି ବିଜେଡି ସମର୍ଥକ ମାନେ ବସିଥିବା ବୋଲୋରୋ ଗାଡି। ଗାଡିରେ ପ୍ରାୟ ୧୦ଜଣ ଲୋକ ବସିଥିବା ବେଳେ ୩ ଜଣ ଲୋକ ଗୁରୁତର ହୋଇଛନ୍ତି ଏହି ଦୁର୍ଘଟଣା ରେ। ସେମାନଙ୍କୁ ଅନ୍ଯ ଗାଡି ଗୁଡିକରେ ଆସୁଥିବା ସହଯୋଗୀ ମାନେ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ପ୍ରଥମେ ସଇଁନ୍ତଲା ଡାକ୍ତରଖାନା କୁ ଆଣିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗୀର ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି।ଦୁର୍ଘଟଣା ରେ ଆହତ ସମସ୍ତେ ହେଲେ ଟିଟିଲାଗଡ଼ ବ୍ଲକ ବାଞ୍ଜିପଦର ପଞ୍ଚାୟତ ର ବୋଲି ଜଣାପଡିଛି,

Leave a Reply

Your email address will not be published. Required fields are marked *