ସମସ୍ତେ ଜଣେ ଜଣେ ଭଲ ମଣିଷ ହୁଅ- ଜଷ୍ଟିସ୍ ସଞ୍ଜୁ ପଣ୍ଡା

ଅନିଲ କୁମାର ସାହୁ //ପ୍ରତିନିଧି //ସମୀକ୍ଷା ନିୟୁଜ
ନରସିଂହପୁର,-30/6/24 : ନରସିଂହପୁର ର ଅଗ୍ରଣୀ ସାମାଜିକ ସଂଗଠନ ସାର୍ପ ପକ୍ଷରୁ 17 ତମ ମେଧାବୀ ଅଭିନନ୍ଦନ ନରସିଂହପୁର ପର୍ଯ୍ୟଟନ ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇ ଯାଇଛି।
ସାର୍ପ ସମ୍ପାଦକ ବିଜୟ କୁମାର ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶା ହାଇକୋର୍ଟ ର ପ୍ରାକ୍ତନ ମୁଖ୍ୟ ବିଚାରପତି
ଜଷ୍ଟିସ୍ ସଞ୍ଜୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନେ ପ୍ରଥମେ ଜଣେ ଜଣେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେବା ସହ ଦେଶ ଓ ଜାତିର ନାଁ ଗୌରବ ବଢାଇବା ପାଇଁ ମତବ୍ୟକ୍ତ କରିଥିଲେ।
ଚଳିତ ବର୍ଷ UPSC ପରୀକ୍ଷାରେ
ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ତଥା ଓଡ଼ିଶାରେ ଟପ୍ପର ହୋଇଥିବା
ଅନିମେଷ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏହି ଅଞ୍ଚଳ ଶିକ୍ଷା କ୍ଷେତ୍ରରେ ବେଶ ସୁନାମ ଅର୍ଜନ କରିଛି ଏହି ଅଞ୍ଚଳର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଦେଶ ବିଦେଶ ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ଛାତ୍ରୀଛାତ୍ରୀ ମାନେ ନିଜର ଲକ୍ଷ ସ୍ଥିର କରି ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ ଉଦ୍ୟମ କରିବା ପାଇଁ ପରାମର୍ଶ ଦେଇଥିଲେ।
ସେହିପରି ଆନ୍ତଜାତୀୟ ଆଧ୍ୟାତ୍ମିକ
ସତ୍ୟ ଚେତନା କେରଳ ଆଶ୍ରମ ର ପ୍ରତିଷ୍ଠାତା ସ୍ୱାମୀ
ସ୍ୱାମୀ ଆତ୍ମାନନ୍ଦ ଜୀ ମହାରାଜ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଆଧ୍ୟାତ୍ମିକ ମାର୍ଗରେ ବ୍ରତୀ ହେବା ସହ ନିଜର ମନ ଓ ଇନ୍ଦ୍ରିୟ କୁ ସ୍ଥିର ରଖିଲେ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହେବ ବୋଲି ସ୍ୱାମୀ ଅତ୍ମାନନ୍ଦ କହିଥିଲେ।
ସରକାରୀ କାର୍ଯ୍ୟ ବ୍ୟସ୍ତତା ପାଇଁ ଆସି ପାରିନଥିବା କଟକ ଭୁବନେଶ୍ୱର ଟୁଇନ ସିଟି କମିଶନର ତଥା ଅତିରିକ୍ତ ଡ଼ିଜି ସଞ୍ଜୀବ ପଣ୍ଡା
ଆଭାସୀ ମାଧ୍ୟମରେ ଛାତ୍ର ଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।
ସାର୍ପ ସଭାପତି ତଥା ପ୍ରାକ୍ତନ ଅଧକ୍ଷ
କୁଳମଣି ବାରିକି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।
ଏହି ଅବସରରେ ଜଷ୍ଟିସ୍ ସଞ୍ଜୁ ପଣ୍ଡା ଙ୍କୁ ପୁଷ୍ପଗୁଚ୍ଛା ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ
ଅନିମେଶ ପ୍ରଧାନ
ଓ ସ୍ୱାମୀ ଆତ୍ମାନନ୍ଦ ମହାରାଜ ଙ୍କୁ
ଅରlଟ ଗୌରବ ସମ୍ମାନ ରେ ସମ୍ମାନିତ କରାଯାଇଥିଲା।
ସାର୍ପ ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା
ସ୍ବର୍ଗତ ମନୋରଞ୍ଜନ ମହାପାତ୍ର ଙ୍କ ବାପା ସୁଦର୍ଶନ ମହାପାତ୍ର
ମା ବାସନ୍ତୀ ମହାପାତ୍ର ଙ୍କ ସହିତ
କୃପାସିନ୍ଧୁ ହାଇ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଶୈଳବାଳା ସାମଲ
ନରସିଂହପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧକ୍ଷା ନିବେଦିତା ଜେନାଙ୍କୁ ଶିକ୍ଷକ ଗୌରବ ସମ୍ମାନ,
କୃପାସିନ୍ଧୁ ହାଇ ସ୍କୁଲ ର ଛାତ୍ର ରୋହନ ସାହୁ ଓ
ଚିନ୍ତାମଣି ହାଇ ସ୍କୁଲ ଛାତ୍ର
ସୁଜିତ କୁମାର ରଣା
ଚମ୍ପେଶ୍ଵର ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ରାଜଶ୍ରୀ ମିଶ୍ର ଓ
ହରିପୁର ହାଇ ସ୍କୁଲ ଛାତ୍ରୀ ଲିଖିପ୍ତା ବିଶ୍ବାଳ ଓ ବଡମ୍ବା ନରସିଂହପୁର ର ବ୍ଲକ ଟପ୍ପର ଙ୍କୁ ଛାତ୍ର ଗୌରବ ସମ୍ମାନ ରେ ସମ୍ମାନିତ କରାଯାଇଥିଲା l
ଟୁଇନ ସିଟି କମିଶନର ସଞ୍ଜୀବ ପଣ୍ଡା ଙ୍କ ପକ୍ଷରୁ 10 ଜଣ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ 50 ହଜାର ଟଙ୍କାର ମେଧାବୃତ୍ତି ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା।
ଉଭୟ ବଡମ୍ବା ନରସିଂହପୁର ବ୍ଲକର ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ରେ ବ୍ଲକ ଟପ୍ପର ହୋଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହତ ଉଭୟ ବ୍ଲକ ର ମାଟ୍ରିକ ପରୀକ୍ଷାରେ A1 A2 ଗ୍ରେଡ଼ ରେ ପାସ୍ କରିଥିବା 256 ଛାତ୍ରଛାତ୍ରୀ ଙ୍କ ସହିତ 264 ଜଣ ଛାତ୍ରଛାତ୍ରୀଙ୍କୁ ମେଡାଲ,ସାଠିପିକେଟ, ଓ ପୁରସ୍କାର ପ୍ରଦାନ କରାଯାଇଥିଲା।
ସନତ ମିଶ୍ର,ପ୍ରିୟମ୍ବଦା ଦେବୀ
ଝରଣା ବିଶ୍ୱାଳ,ଇରlସିଶ ଦାସ
ମୋନାଲିସା ତ୍ରିପାଠୀ, ସୁଭଦ୍ରା ଲେଙ୍କା,
ମଞ୍ଜୁଲତା ଦେବତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥଲେ।

Leave a Reply

Your email address will not be published. Required fields are marked *