ଅଞ୍ଜନ କୁମାର ରଣା//ସ୍ୱତନ୍ତ୍ର ପ୍ରତିନିଧି//ସମୀକ୍ଷା ନିୟୁଜ
ଉଦଳା, ମୟୁରଭଞ୍ଜ. 06/08/24: ଇନ୍ସପେକ୍ଟର ବାବୁ ମାଗିଥିଲେ ଲାଞ୍ଚ, ସାର୍ଟିଫିକେଟ କରାଇ ଦେବାକୁ ମାଗିଥିଲେ ୨୦ ହଜାର ଲାଞ୍ଚ। ହେଲେ ସିବିଆଇ ଜାଲରେ ପଡିଲେ ପୋଷ୍ଟାଲ ଇନ୍ସପେକ୍ଟର। ସିବିଆଇ ଆଣ୍ଟିକରପସନ ବିଭାଗ ଜାଲରେ ଉଦଳା ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ପୃଷ୍ଟି। ଉଦଳା ପୋଷ୍ଟାଲ ସର୍କଲ ଅଧୀନ କୁଶଳଦା ପଥୁରୀକଟା ପୋଷ୍ଟ ଅଫିସର ଜିଡ଼ିଏସ ବିପିଏମ ମଳୟ କୁମାର ବେହେରା ବିଭାଗରେ ଚାକିରୀ କରିଥିବା ବେଳେ ଏବେ ସେ ଶିକ୍ଷକ ଭାବେ ଚାକିରୀ ପାଇଛନ୍ତି। ଉକ୍ତ ଚାକିରୀ କରିବା ନିମନ୍ତେ ପୋଷ୍ଟାଲ ବିଭାଗ ପକ୍ଷରୁ ରେଜିଗନେସନ ସହିତ ପୋଷ୍ଟ ୱାର୍କ ଭେରିଫିକେସନ ସାର୍ଟିଫିକେଟର ଆବଶ୍ୟକତା ରହିଥିଲା। ଯେଉଁ ପୋଷ୍ଟ ୱାର୍କ ଭେରିଫିକେସନ ସାର୍ଟିଫିକେଟ ପାଇବା ପାଇଁ ବିପିଏମ ମଳୟ କୁମାର ବେହେରା ଉଦଳା ପୋଷ୍ଟାଲ ଇନ୍ସପେକ୍ଟରଙ୍କ ନିକଟରେ ପହଞ୍ଚିଥିଲେ। ହେଲେ ସାର୍ଟିଫିକେଟ ଦେବା ନିମନ୍ତେ ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ପୃଷ୍ଟି ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯାହାକି ଆଜି ସନ୍ଧ୍ୟାରେ ଉଦଳାରେ ଇନ୍ସପେକ୍ଟରଙ୍କ ଭଡା ବାସଭବନ ନିକଟରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ସିବିଆଇ ଆଣ୍ଟିକରପସନ ଟିମ। ଧରା ପଡିବା ପରେ ପୋଷ୍ଟାଲ ଇନ୍ସପେକ୍ଟର ଘଟଣାସ୍ଥଳରେ ଟଙ୍କା ଫୋପାଡ଼ି ଦେଇ ଖସି ଯିବାକୁ ଉଦ୍ୟମ କରିଥିଲେ, ହେଲେ ସିବିଆଇ ହାବୁଡ଼ରୁ ବର୍ତ୍ତି ପାରି ନ ଥିଲେ।
*ସୁନ୍ଦରଗଡ଼ର ସୁନ୍ଦର କାହାଣୀ* ସୁନ୍ଦରଗଡ଼ ଜିଲ୍ଲା ଇତିହାସ ସମ୍ପର୍କରେ *ଶ୍ରୀ ଅଞ୍ଜନ କୁମାର ଭଟ୍ଟ* (M- 6370828556)ଙ୍କ ସ୍ୱତନ୍ତ୍ର ଉପସ୍ଥାପନା l ଭାଷ୍ୟକାର *ଶ୍ରୀ ଦୁର୍ଗେଶ ନନ୍ଦନ ମହାପାତ୍ର* l ଆପଣ @samikshanewslive subscribe କରନ୍ତୁ, ସମସ୍ତ ଖବର ନିଜ ମୋବାଇଲରେ ନିମିଷକେ ପାଇପାରିବେ l ଧନ୍ୟବାଦ 🙏🏼- *ଡ଼ଃ ମହେଶ୍ୱର* , ସମ୍ପାଦକ 9040077035