ମୁରଲୀଧର ସାହୁ// ଜିଲ୍ଲାପ୍ରତିନିଧି//ସମୀକ୍ଷା ନ୍ୟୁଜ:
ସୁବର୍ଣ୍ଣପୁର, ୨୫.୦୫.୨୦୨୪ : ଆଜି ଦିନ ୧୦ଘଟିକା ସମୟରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଙ୍ଘ, ସୁବର୍ଣ୍ଣୁରପୁର ତରଫରୁ ବ୍ରହ୍ମଶ୍ରୀ ନାରଦ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ, କନିଷ୍ଠ ସାମ୍ବାଦିକ ତଥା ବୁଦ୍ଧିଜୀବୀ, ସ୍ତମ୍ଭକାର ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶିବ ପ୍ରସାଦ ପ।ତ୍ର ଆର ଏସ ଏସ ର ନଗର ସଙ୍ଘ ଚାଳକ ଓ ରାଧାବଲ୍ଲଭ ଷଡ଼ଙ୍ଗୀଙ୍କ କରକମାଳରେ ଦୀପ ପ୍ରୋଯୋଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ରାଷ୍ଟ୍ରୀୟ ସ୍ଵୟଂସେବକ ସଘଂର ଜିଲ୍ଲା ପ୍ରଚାର ପ୍ରମୁଖ ରଶ୍ମି ରଂଜନ ଦାସ ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ନାରଦଙ୍କ ଜୀବନୀ ଓ ସାମ୍ବାଦିକଙ୍କ ବାସ୍ତବ କର୍ତ୍ତବ୍ୟ ତଥା ନିର୍ଭୀକତା ସହ ସମ୍ବାଦ ପରିବେଷଣ କରିବା, ସ୍ତମ୍ଭକାର ମାନଙ୍କର ନିର୍ଭୀକତା ସହ ସତ୍ୟତା ଉପରେ ନିଜର ଲେଖିବା ଉପରେ ବକ୍ତା ରାଧାବଲ୍ଲଭ ଷଡ଼ଙ୍ଗୀ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଆର ଏସ ଏସ ର ନଗର ସଘଂ ଚାଳକ ଶିବ ପ୍ରସାଦ ପାତ୍ର ଯୋଗଦେଇ ସାମ୍ବାଦିକ ମାନଙ୍କ କର୍ତ୍ତବ୍ୟ ଦେୟନିଷ୍ଠା ସାଧନା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ସାମ୍ବାଦିକ, ଲେଖକ, ସମାଜ ସେବୀ ଆର ଏସ ଏସ ର ସହଜିଲ୍ଲା ସଘଂଚାଳକ ଜୟଦ୍ରଥ ଜଗଦଳ୍ଲା, ବୌଦ୍ଧିକ ପ୍ରମୁଖ ନାରାୟଣ ସାହୁ, ଜଦୁଭାଇ, ବିଶିଭାଇ, ଅଚ୍ୟୁତାନନ୍ଦ ମହାନ୍ତି, ପ୍ରସାଦୁ ପ୍ରଧାନ, ରାଜେନ୍ଦ୍ର ନାୟକ ସମେତ ଅନେକ ସ୍ଵୟଂସେବକ, ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।