ମୁରଲୀଧର ସାହୁ //ଜିଲ୍ଲା ପ୍ରତିନିଧି //ସମୀକ୍ଷା ନିୟୁଜ
ସୁବର୍ଣ୍ଣପୁର, ତା ୨୧/୦୪/୨୪: ଜିଲାରେ ଭୋଟ ହାର ବୃଦ୍ଧି ତଥା ଶତପ୍ରତିଶତ ମତଦାନ ପାଇଁ ଜନସାଧାରଣ ଓ ନୂତନ ଯୁବ ଭୋଟର ମଧ୍ୟରେ ସଚେତନତା ସୃଷ୍ଟି ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ସ୍ବିପ୍ ଅଭିଯାନରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି । ବିଶେଷ କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପଥପ୍ରାନ୍ତ ନାଟକ, ଗୋଷ୍ଠୀ ବୈଠକ ଆୟୋଜନ, ସଚେତନତା ଶୋଭାଯାତ୍ରା କରାଯାଉଛି। ଜିଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସଚେତନତା ସଭା ସହ ନିର୍ବାଚନ ସମ୍ୱନ୍ଧୀୟ ପୋଷ୍ଟର, ଚିତ୍ରାଙ୍କନ ଓ ବିଭିନ୍ନ ଶୈକ୍ଷିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସ୍ଥାନୀୟ ଯୁବ ତଥା ନୂତନ ମତଦାତାଙ୍କ ନିର୍ବାଚନ ରେ ସୁ ନିଶ୍ଚିତ ସାମିଲ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇ ସକ୍ରିୟ ଭୋଟର ଅଂଶଗ୍ରହଣ ଉପରେ ଆଲୋଚନା କରାଯାଉଛି।
ଏହି ପରିପ୍ରେକ୍ଷୀରେ ଆଜି ସୋନପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ ଅଧିକାରୀ, ୬୫-ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଶ୍ରୀ ସୁରଜ କୁମାର ପଟ୍ଟନାୟକ ଙ୍କ ତତ୍ୱାବଧାନର ଅନ୍ତର୍ଗତ ସୋନପୁର ପୌରପରିଷଦ ଅଞ୍ଚଳରେ ଯୁବ ଭୋଟର, ଜିଲ୍ଲା ବଣିକ ସଂଘ ସଦସ୍ୟ, ବୁଦ୍ଧିଜୀବୀ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ, ସରକାରୀ ଅଧିକାରୀ ପ୍ରମୁଖ ଶତାଧିକ ‘ସ୍ଵିପ୍ ଅଭିଯାନ’ରେ ସାମିଲ ପୂର୍ବକ ବାଇକ ରାଲି ରେ ବିଜୁ ପଟ୍ଟନାୟକ ଛକ ରୁ ବାହାରିଥିଲେ l ଏହି ରାଲି କୁ
ଉପ ଜିଲ୍ଲାପାଳ ସୋନପୁର ସୁରଜ କୁମାର ପଟ୍ଟନାୟକ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଥିଲେ l ଆଗକୁ ଜିଲ୍ଲାରେ ଶତ ପ୍ରତିଶତ ମତଦାନ ତଥା ନିରପେକ୍ଷ, ଅବାଧ ଓ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନରେ ସାମିଲ ତଥା ସହଯୋଗ ପୂର୍ବକ ନିର୍ବାଚନ କୁ ସଫଳ କରିବା ନିମନ୍ତେ ପ୍ରଶାସନ ତରଫରୁ ଆଗକୁ ସ୍ୱିପ ଅଭିଯାନ ରେ ୱାକାଥନ୍, ସାଇକେଲ ରାଲି, ଦସ୍ତଖତ ଅଭିଯାନ, ପୋଷ୍ଟ କାର୍ଡ ମାଧ୍ୟମରେ ଚିଠି, ‘ନିର୍ବାଚନ ପାଠଶାଳା’ , ଦଳଗତ ସଚେତନତା ଭିଭିକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇ ଭୋଟରଙ୍କୁ ନିଜ ମତଦାନ ସାବ୍ୟସ୍ତ ପାଇଁ ଅନୁପ୍ରାଣୀତ କରିବା ଏବଂ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗୋଟିଏ ଭୋଟର ମହତ୍ତ୍ଵ ବାବଦରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ‘ସ୍ୱିପ’ ଅଭିଯାନରେ ସାମିଲ ହେବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। କାର୍ଯ୍ୟକ୍ରମ ଅବସରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ ମନୋଜ କୁମାର ପଣ୍ଡା, ପୌର ପରିଷଦ ର କର୍ମଚାରୀ, ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଆସିଷ୍ଟାଣ୍ଟ ଜିଲ୍ଲାପାଳ ନିର୍ବାଚନ ଅଜିତ କୁମାର ତ୍ରିପାଠୀ,ନିର୍ବାଚନ ସହାୟକ ନୀଳାମ୍ବର ଶତପଥୀ, ବଣିକ ସଂଘ ସଭାପତି ଧୀରେନ୍ଦ୍ର ପଟ୍ଟନାୟକ ତଥା ପ୍ରଶାସନିକ ସମ୍ପୃକ୍ତ ଅଧିକାରୀ, ସାମ୍ବାଦିକ ପ୍ରମୁଖ ସାମିଲ ଥିଲେ l