ଅଞ୍ଜନ କୁମାର ରଣା /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନିୟୁଜ
କେନ୍ଦୁଝର, (14/05/24): ସ୍ୱାମୀକୁ ହାତଗୋଡ଼ ବାନ୍ଧି ଅଟକ ରଖିଛନ୍ତି ଗ୍ରାମବାସୀ l ଏମିତି ଅଭାବ ନିୟ ଘଟଣା ଦେଖି ବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ବାରିଆ ଥାନା ଅଂଚଳ ରେ ଚାଞ୍ଚଲ୍ୟ l ବାରିଆ ଥାନା ଷଡ଼ଙ୍ଗୀ ଗ୍ରାମରେ ସ୍ତ୍ରୀ କୁ ମାଡ଼ ମାରି ହତ୍ୟା କରିବା ପରେ ଘଟଣା କୁ ଲୁଚାଇବା ପାଇଁ ବସ୍ତା ରେ ମୃତଦେହ କୁ ପୁରାଇ ସିଲେଇ କରି ଘର ଭିତରେ ଚାବି ପକାଇ ରଖିଥିଲା ସ୍ୱାମୀ ପ୍ରଦୀପ ବେଣ୍ଟକାର, ମୃତକ ହେଲେ ବର୍ଷାଲି ବେଣ୍ଟକାର ଗତକାଲି ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ଝଗଡା ହେବା ପରେ ଏଭଳି ଜଘନ୍ୟ କାଣ୍ଡ ଭିଆଇଛି ସ୍ୱାମୀ ଘଟଣା ଜଣା ପଡିବା ପରେ ଗ୍ରାମବାସୀ ସ୍ୱାମୀ ପ୍ରଦୀପ କୁ ହାତ ବାନ୍ଧି ଅଟକ ରଖିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ନଥିବା ରୁ ଗାଁ ରେ ଉତ୍ତେଜନା ଦେଖାଦେଇଥିଲା ପରେ ବାରିଆ ପୋଲିସ ପହଁଚି ମୃତଦେହ କୁ ଜବତ କରି ଅଭିଯୁକ୍ତ ସ୍ଵାମୀ କୁ ହେପାଯତ କୁ ନେଇ ତଦନ୍ତ ଆରମ୍ଭ କରିଛି