ଅଞ୍ଜନ କୁମାର ରଣା //ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
କେନ୍ଦୁଝର, 13/05/24: ବର୍ଷ ବର୍ଷ ଧରି ସ୍ୱଂୟ ସହାୟକ ଗୋଷ୍ଠୀ ର କୋଭିଡ଼ି ସମୟ ର ଖାଦ୍ୟ ରୋଷେଇ କରି ଦେଇଥିବା ଟଙ୍କା ପାଇ ନ ଥିବା ବେଳେ ଏନେଇ ବିଡ଼ିଓ ଙ୍କ କର୍ଯ୍ୟାଳୟ ସମୁଖରେ ମହିଳା ଙ୍କ ଧାରଣା ଦେଇ ଥିବା ଦେଖିବାକୁ ମିଳି ଛି । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସ୍ୱଂୟ ସହାୟକ ଗୋଷ୍ଠୀ ଗୁଡ଼ିକ ବିଗତ କୋଭିଡ଼ି ୨୦୨୧ମସିହା ରେ ବ୍ଲକ ମିଶନ ଶକ୍ତି ପକ୍ଷ ରୁ ସ୍ୱଂୟ ସହାୟକ ଗୋଷ୍ଠୀ ମାଧ୍ୟମରେ ଅସାହାୟ,ବୃଦ୍ଧ,ଗରିବ ଲୋକ ମାନ ଙ୍କୁ ଖାଦ୍ୟ ରୋଷେଇ କରି ଖାଇବାକୁ ଦେଇ ଥିବା ସାହାରପଡା ବ୍ଲକ ଅନ୍ତର୍ଗତ ୪ଟି ପଞ୍ଚାୟତ ରାଇଡିହା ,ମାଛଗୋଡ଼,ବଡ଼ବିଲ, ଦମାହୁଦା ପଞ୍ଚାୟତ ର ସ୍ୱଂୟ ସହାୟକ ଗୋଷ୍ଠୀ ତାଙ୍କ ରୋଷେଇ ଖାଦ୍ୟ ର ଟଙ୍କା ପାଇ ପାରି ନ ଥିବା ବେଳେ ଯାହା ଫଳରେ ଆଜି ୪ଟି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ବିଡ଼ିଓ ମାଧବ ଚନ୍ଦ୍ର ବିରୁଆ ଙ୍କୁ ଏକ ଲିଖିତ ଅଭିଯୋଗ ଦେବା ପରେ କାର୍ଯ୍ୟଳୟ ସମୁଖ ରେ ଧରଣା ଦେଇଥିଲେ । ମହିଳା ଙ୍କ ଜିଦ୍ ଟଙ୍କା ନ ପାଇଲେ ଧାରଣା ରୁ ଉଠି ବୁ ନାହିଁ । ଏନେଇ ଆମେ ସାହାରପଡା ବିଡ଼ିଓ ମାଧବ ଚନ୍ଦ୍ର ବିରୁଆ ଙ୍କୁ ପଚାରି ବାରୁ କ୍ୟାମେରା ସାମନା ରେ କିଛି କହିବାକୁ ମନା କରିଥିଲେ । ଖବର ପାଇ ବ୍ଲକ ମିଶନ ଶକ୍ତି ଦାୟତ୍ୱ ରେ ଥିବା ବି.ପି.ଏମ୍ ମନୋରଞ୍ଜନ ମହାପାତ୍ର ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ବହୁ ବୁଝାସୁଝା ପରେ ଉପରସ୍ଥ ଅଧିକାରୀ ଙ୍କୁ ପରାମର୍ଶ କରି ଟଙ୍କା ଦେବାର ପ୍ରତିଶ୍ରୁତି ପରେ ବିଡିଓ ଙ୍କ କାର୍ଯ୍ୟଳୟ ସମୁଖରୁ ମହିଳା ଙ୍କ ଧାରଣା ଉଠିଥିଲା ।