ସୁଶାନ୍ତ ପ୍ରଧାନ //ସୂତନ୍ତ୍ର ପ୍ରତିନିଧି
ଢେଙ୍କାନାଳ (୨୨/୦୨/୨୦୨୪):
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ରେ ନୂତନ ବସଷ୍ଟାଣ୍ଡ ର ରୂପାନ୍ତରିତ ହୋଇଅଛି ସରକାର ଓଡ଼ିଆ ଭାଷା କୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଓଡ଼ିଶା ସରକାର ଓଡିଆ ଭାଷା କୁ ଗୁରୁତ୍ବ ଦେବାକୁ ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଏହାକୁ ହିନ୍ଦୋଳ ରେ ଅଣଦେଖା କରାଯାଇଛି ବୋଲି ଅନେକ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ଏଭଲି ଘଟଣା ସମ୍ପର୍କରେ ଅନେକ ସ୍ଥାନରେ ଦେଖିବାକୁ ମିଳିଥିଲା ଯାହା ହିନ୍ଦୋଳ ବସଷ୍ଟାଣ୍ଡ ମୁଖ୍ୟ ପ୍ରବେଶ ପଥର ମୁଖ୍ୟ ଗେଟ ଉପରେ ଇଂରାଜୀ ଭାଷାରେ ଲେଖାଯାଇଛି ହିନ୍ଦୋଳ ବସଷ୍ଟାଣ୍ଡ, ଏଭଳି ଇଂରାଜୀ ଭାଷାରେ ଲେଖା ଦେଖି ଅନେକ ବୁଦ୍ଧିଜୀବୀ ଏହାକୁ ଓଡ଼ିଆ ଭାଷାରେ ଲେଖିବା ପାଇଁ ମତପ୍ରକାଶ କରିଛନ୍ତି ଖାଲି ସେତିକି ନୁହେଁ ଆମ ବ୍ୟାଙ୍କ ର ହୋଡିଙ୍ଗ ଇଂରାଜୀ ଭାଷାରେ ଲେଖା ଅଛି ଅନେକ ସ୍ଥାନରେ ଏମିତି ଅନେକ ହୋଡିଙ୍ଗ ଲଗାଯାଇଥିବା ଦେଖିବାକୁ ମିଳିଥିଲା ସରକାର ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି କିଭଳି ଓଡ଼ିଆ ଭାଷାରେ ଲିଖିତ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ