ଶୁଶାନ୍ତ ପ୍ରଧାନ /ସ୍ୱତନ୍ତ୍ର ପ୍ରତିନିଧି /ଢେଙ୍କାନାଳ /ସମୀକ୍ଷା ନିୟୁଜ
ତାରିଖ /୦୬/୦୫/୨୦୨୪
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା କ୍ଷେତ୍ର ରେ ଆଜି ପ୍ରାର୍ଥୀପତ୍ର ଦାଖଲ ର ଶେଷ ଦିନରେ ବିଜେପି ର ବିଧାୟକା ପ୍ରାର୍ଥୀ ସୀମାରାଣୀ ନାୟକଙ୍କ ଦ୍ୱାରା ହିନ୍ଦୋଳ ବିଜ୍ଞାପିତ ପରିଷଦ ର କାନ୍ଦରାଶୁଣୀ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ନିର୍ବାଚନ ଅଧିକାରୀ ହିନ୍ଦୋଳ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ତାଙ୍କ ର ସମର୍ଥକ ମାନଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।ଆଜିର ମୁଖ୍ୟ ଆକର୍ଷଣ ଥିଲେ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ରୁଦ୍ରନାରାୟଣ ପାଣି, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ମହାପାତ୍ର ହିନ୍ଦୋଳ ର ପ୍ରଭାରୀ ଢେଙ୍କାନାଳ ର ବିଜେପି ନେତା ଶ୍ରୀଯୁକ୍ତ ସୁନିଲ ଶର୍ମା, ହିନ୍ଦୋଳ ବ୍ଲକ ଏବଂ ଓଡ଼ାପଡ଼ା ବ୍ଲକ, ହିନ୍ଦୋଳ ଏନ୍ ଏ ସି ର ସମସ୍ତ ବିଜେପି ର କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ପୂର୍ବତନ ବିଜେପି ରାଜ୍ୟ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଯଶୋବନ୍ତ ରଣଜିତ୍ ରାୟ, ଶ୍ରୀଯୁକ୍ତ ଶୁଶାନ୍ତ ପତି, ଶ୍ରୀଯୁକ୍ତ ତରୁଣ କୁମାର ପଟନାୟକ, ଶ୍ରୀଯୁକ୍ତ ମନୋଜ ମହାରଣା, ସଂଯୁକ୍ତ ପ୍ରକାଶ ନାଥ, ଶ୍ରୀଯୁକ୍ତ ମନୋଜ ପଟନାୟକ, ଶ୍ରୀଯୁକ୍ତ,ଅଶୋକ ରାଉତ, ଶ୍ରୀଯୁକ୍ତ ଜୀବନ ମିଶ୍ର, ଶ୍ରୀଯୁକ୍ତ ମନୋଜ ମହାରଣା, ଶ୍ରୀଯୁକ୍ତ, ପ୍ରଶାନ୍ତ ପ୍ରଧାନ, ଶ୍ରୀମାନ ଶଶୀଭୂଷଣ ସାହୁ, ଶ୍ରୀମତୀ ସୁନିତା ନାଥ, ଶ୍ରୀମତୀ ରୀନା ବେହେରା ଙ୍କ ସମେତ ବହୁତ ଜୋନ୍ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ଆଜିର ସମାବେଶ ବିଗତ ଦିନମାନଙ୍କରେ ହୋଇଥିବା ସମାବେଶ ଗୁଡ଼ିକ ର ରେକର୍ଡ ଭାଙ୍ଗିବା ଭଳି ହୋଇଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଏହି ସମାବେଶ ର ହିନ୍ଦୋଳ ବିଧାନସଭା କ୍ଷେତ୍ର ରେ କି ପରିବର୍ତ୍ତନ ଆଣିପାରୁଛି ତାହା ଦେଖିବାକୁ ବାକି ରହିଲା।। ଦୁଇ ଦୁଇ ଥର ବିଜେଡି ବିଧାୟିକା ୨୦୧୪ ଓ ୨୦୧୯ ରେ ସେ ବିଜୟୀ ହୋଇଥିଲେ ହେଲେ ବିଜେଡି ସରକାର ଏଥର ତାଙ୍କୁ ପ୍ରାଥି ଭାବେ ଗ୍ରହଣ ନ କରି ପୁର୍ବତନ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଙ୍କୁ ଏହି ଆସନ ରେ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଛିଡା କରିବା ଏକ ସଂଘର୍ଷ ନିର୍ବାଚନ ହେବାକୁ ଯାଉଛି ହେଲେ କେତେଦୁର ଏହି ନିର୍ବାଚନ ରେ ବିଜୟୀ କିଏ ହେଉଛି ଦେଖିବାକୁ ବାକି ରହିଲା