।। ଯଶୋବନ୍ତ ରଣଜିତ୍ ରାୟ।।
ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍
ଓଡ଼ିଶା ବିଧାନସଭାର ୧୪୭ ଟି ଆସନ ମଧ୍ୟରୁ ଢେଙ୍କାନାଳ ଜିଲ୍ଲାର (୫୬) ସଂରକ୍ଷିତ ବିଧାନସଭା ଆସନ ଟି ଭୋଟର ସଙ୍ଖ୍ୟା ଦୃଷ୍ଟିରୁ ଦିତୀୟ ବୃହତ୍ତମ ଆସନ ଏବଂ ଶିଳ୍ପ ବହୁଳ ନିର୍ବାଚନମଣ୍ଡଳୀ ମାନଙ୍କ ମଧ୍ୟରେ ଅନ୍ୟତମ ବିଧାନସଭା କ୍ଷେତ୍ର ଭାବରେ ବେଶ୍ ପରିଚିତ।ଏହି ଆସନରୁ ଅଦ୍ୟାବଧି ୨୮ ବର୍ଷ ଧରି କ୍ରମାଗତ ଭାବରେ ମହିଳା ପ୍ରତିନିଧି ନିର୍ବାଚିତ ହୋଇଥିବା ଦେଖିବାକୁ ମିଳିଛି। ଏହି ନିର୍ବାଚନ ମଣ୍ଡଳୀରେ ଥିବା ବେକାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଗଢ଼ି ଉଠିଥିବା କଳ କାରଖାନା ରେ ନିଯୁକ୍ତି ଟିଏ ମିଳିବା ତ ଦୂରର କଥା ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ର ଫୋନ୍ କାରଖାନା କତୃପକ୍ଷ ଉଠାନ୍ତି ନାହିଁ ବୋଲି ନିରୁପାୟ ହୋଇ ମତାମତ ଦିଅନ୍ତି ଜନ ପ୍ରତିନିଧି ତେଣୁ ଆଗାମୀ ଦିନରେ ଏକ ଐତିହାସିକ ପରିବର୍ତ୍ତିନ ର ସ୍ୱର ଦେଖିବାକୁ ମିଳିଛି। ହିନ୍ଦୋଳ ବ୍ଲକ ଏବଂ ଓଡ଼ାପଡ଼ା ବ୍ଲକ ମିଶ୍ରଣ ରେ ଗଠିତ ହିନ୍ଦୋଳ ବିଧାନସଭା କ୍ଷେତ୍ର ରେ ଜଣେ ଦକ୍ଷ ଯୁବ ନେତୃତ୍ବକୁ ପ୍ରତିନିଧି ଭାବରେ ବାଛିବାର ଉପାୟ ଆଶାରେ ନିର୍ବାଚନ ମଣ୍ଡଳୀର ଭୋଟର ମାନଙ୍କ ମନରେ ଥିବା ଉତ୍ସାହ ଯୋଗୁଁ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।ଏହି ନିର୍ବାଚନ ମଣ୍ଡଳୀର ସୀମା (କ )ରୁ କମଳାଙ୍ଗ ଠାରୁ ଆରମ୍ଭ ହୋଇ ( କ) ରୁ କଳାଙ୍ଗ ପର୍ଯ୍ୟନ୍ତ ଶେଷ ହୋଇଛି। ତେଣୁ ନିରପେକ୍ଷ ଭାବରେ ଏଠାରୁ ବର୍ତମାନ ପରିସ୍ଥିତିରେ ଦକ୍ଷ ଉଦୀୟମାନ ଯୁବ ନେତୃତ୍ବକୁ ସୁଯୋଗ ମିଳିଲେ ବିଗତ ୨୮ ବର୍ଷ ସାଶନ ରେ ଦୁର୍ବଳ ନେତୃତ୍ୱ ପାଇଁ ପଛେଇ ଥିବା ହିନ୍ଦୋଳ ବିଧାନସଭା କ୍ଷେତ୍ର ରେ ଏକ ପରିବର୍ତ୍ତନ ଆସିପାରିବ ବୋଲି ରାଜ ନୈତିକ ବିଚାରକ ମାନଙ୍କ ମତ। ହିନ୍ଦୋଳ ବିଧାନସଭା କ୍ଷେତ୍ର ରେ ଯଦି ଏହି ସମ୍ଭାବନା କାଏମ୍ ରହେ ତେବେ ଚଳିତ ନିର୍ବାଚନ ଇତିହାସ ରେ ହିନ୍ଦୋଳ ବିଧାନସଭା କ୍ଷେତ୍ର ଐତିହାସିକ ପରିବର୍ତ୍ତିନ ଆଣି ଯୋଡ଼ିବ ଏକ ନୂତନ ପୃଷ୍ଠା। ଆଗାମୀ ଦିନରେ ଭୋଟର ମାନଙ୍କ ମନରେ ଥିବା ଉତ୍ସାହ କେତେ ଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା