ଅଞ୍ଜନ କୁମାର ରଣା//ସ୍ୱତନ୍ତ୍ର ପ୍ରତିନିଧି //ସମୀକ୍ଷା ନିୟୁଜ
ଉଦଳା,01/08/24: ହାତୀ ଦନ୍ତା ବେପାରୀଙ୍କ ନୂଆ ଫଣ୍ଡା। ହାତୀ ମା ଲକ୍ଷ୍ମୀଙ୍କ ବାହାନ ହୋଇଥିବାରୁ ଦନ୍ତା କୁ ଧୋଇ କଦଳୀ ପତ୍ର ଉପରେ ରଖି ଲକ୍ଷ୍ମୀଙ୍କ ଫୋଟ ସାମନାରେ କରାଯାଉଥିଲା ପୂଜାର୍ଚନା, ପୂଜାର୍ଚନା ପରେ ହୋଇ ଥାନ୍ତା ବିକ୍ରି ହେଲେ ମାଡି ବସିଲା ବନ ବିଭାଗ। ଆଉ ସାମ୍ନାକୁ ଆସିଲେ ବ୍ଲକ ଅଧୀନରେ ପଂଚାୟତରେ କାମ କରୁଥିବା ଜିଓ ଟ୍ୟାଗ ଅଧିକାରୀ। ଜିଓ ଟ୍ୟାଗ ଅଧିକାରୀ ସାଜିଥିଲେ ମାଷ୍ଟର ମାଇଣ୍ଡ। ଗତକାଲି କପ୍ତିପଦା ଓ ଉଦଳା ବନ ବିଭାଗ ସହିତ ଟାସ୍କଫୋର୍ସ ଟିମ ମିଳିତ ଭାବେ କପ୍ତିପଦା ଥାନା ବିଦ୍ୟାଧର ନଗର ଅଞ୍ଚଳରେ ଚଢ଼ାଉ କରିଥିଲେ। ହାତୀ ଦାନ୍ତ ବିକ୍ରି ନିମନ୍ତେ ପୂଜାର୍ଚନା ଚାଲିଥିବା ବେଳେ ମାଡି ବସିଲା ଟିମ। ଗିରଫ ହେଲେ ୭ ଜଣ ଜବତ ହେଲା ୫ ଗୋଟି ହାତୀଦାନ୍ତ। ଏହା ସହିତ ବିକ୍ରି ନିମନ୍ତେ ଡିଲ ଚାଲିଥିବା ବ୍ୟକ୍ତିଙ୍କ ଘରେ ବନ ବିଭାଗ ଚଢ଼ାଉ କରିଥିବା ବେଳେ ୩ ଗୋଟି ବାଇକ ମଧ୍ୟ ଜବତ କରିଛି। ଗିରଫ ୭ ଜଣକ ମଧ୍ୟରେ ପୁରା ଡିଲର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜିଓ ଟ୍ୟାଗ ଅଧିକାରୀ ନିରଞ୍ଜନ ବେହେରାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ମାନଙ୍କ ମଧ୍ୟରେ ୪ ଜଣ ମୟୁରଭଞ୍ଜ କପ୍ତିପଦା ଏବଂ ଉଦଳା ଅଂଚଳର ହୋଇଥିବା ବେଳେ କିଣିବାକୁ ଆସିଥିବା ଯୁବକମାନେ ବାଲେଶ୍ୱର ଅଞ୍ଚଳର। ଗିରଫ ୭ ଜଣଙ୍କୁ ପଚରାଉଚରା ପରେ ଏହି ହାତୀଦାନ୍ତ ବେପାରରେ ଆନ୍ତଃଜିଲ୍ଲା, ରାଜ୍ୟ ଲିଙ୍କ ଥିବା ସୂଚନା ପାଇବା ପରେ ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ଅଞ୍ଚଳରେ ଚଢ଼ାଉ କରାଯାଇ ଅନ୍ୟ ୪ ଜଣଙ୍କୁ ଉଠାଇ ଆଣି ଅଟକ ରଖି ପଚରାଉଚରା କରୁଛି ସ୍ପେସିଆଲ ଫୋର୍ସ। ଗିରଫ ହୋଇଥିବା ୭ ଜଣଙ୍କୁ ପଚରାଉଚରା ପରେ ସେମାନେ ୪ ବର୍ଷ ରୁ ଅଧିକ ହେବ ବିଭିନ୍ନ ସ୍ଥାନରୁ ହାତୀଦାନ୍ତ ଆଣି ତାହାକୁ ବିକ୍ରି କରି ଆସୁଛନ୍ତି। କେବଳ ହାତୀଦାନ୍ତ ନୁହେଁ ଅନ୍ୟ ବନ୍ୟଜନ୍ତୁ ଛାଲ କାରବାରରେ ମଧ୍ୟ ଏମାନଙ୍କର ସମ୍ପୃକ୍ତି ରହିଥିବା ବନ ବିଭାଗ ଜାଣିବାକୁ ପାଇଛି। ଅଟକ ଥିବା ୪ ଜଣଙ୍କୁ ଅଧିକ ପଚରାଉଚରା ଚାଲିଥିବା ବେଳେ ସେହିଠାରୁ ପୁରା ହାତୀଦାନ୍ତ ସ୍ମଗଲିଙ୍ଗ ରାକେଟର ପର୍ଦାଫାଶ ହେବ ବୋଲି କହିଛନ୍ତି ଡିଏଫଓ,,