ମେଡିକାଲ କଲେଜ ପାଇଁ ବାଚସ୍ପତିଙ୍କୁ ଦାବିପତ୍ର

ଦୁର୍ଗା ପ୍ରସାଦ ଦାଶ /ଜିଲ୍ଲା ପ୍ରତିନିଧି ଖୋର୍ଦ୍ଧା /ସମୀକ୍ଷା ନିୟୁଜ
ଖୋର୍ଦ୍ଧା,୨୮/୭/୨୪ : ଚାନ୍ଦପୁର ସ୍ଥିତ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟକୁ ମେଡିକାଲ କଲେଜରେ ପରିଣତ କରିବାପାଇଁ ଅଣ୍ଟା ଭିଡ଼ିଛି ସ୍ଥାନୀୟ ବିଜେପି ସଂଗଠନ ସହ ବରିଷ୍ଠ ନାଗରିକ ମଞ୍ଚ lଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ପରିସରରେ ବ୍ୟାପକ ସୁବିଧା ସୁଯୋଗ ରହିଛି ତେଣୁ ଏଥିପାଇଁ ସମସ୍ତେ ସ୍ଥାନୀୟ ବିଧାୟକ ତଥା ମାନ୍ୟବର ବାଚସ୍ପତି ସୁରମା ପାଢ଼ୀଙ୍କୁ ରଣପୁର ସ୍ଥିତ କାର୍ଯ୍ୟାଳୟରେ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି lଏହି କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ସୁବର୍ଣ୍ଣ କୁମାର ସିଂ,ବିଜେପି ନେତା ବିପିନ ବିହାରୀ ନାୟକ, ଗୋପାଳ ନାୟକ,ପ୍ରମୋଦ କୁମାର ସାହୁ, ବିକ୍ରମ କୁମାର ସାହୁ,ନାଗରିକ ମଞ୍ଚର ନାଥୁରାମ ମହାରାଜ,ମନୋଜ ଦାସ, ଧନେଶ୍ୱର ଅଗ୍ରୱାଲ, ବରିଷ୍ଠ ଆଇନଜୀବି ନାରାୟଣ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ l
ମାନ୍ୟବର ବାଚସ୍ପତି ସମସ୍ତ ସହାୟତା ପ୍ରଦାନ କରିବାର ନିର୍ଭର ପ୍ରତିଶ୍ରୁତି ଦେଇଥିବାରୁ ତାଙ୍କ ନିକଟରେ ବରିଷ୍ଠ ନାଗରିକ ମଞ୍ଚ ଏବଂ ବିଜେପି ନେତୃମଣ୍ଡଳୀ ତରଫରୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *