ଢେଙ୍କାନାଳ ଜିଲ୍ଲାପାଳଙ୍କୁ ୧୨ ଦଫା ଦାଵିପତ୍ର ଦେଲେ ଆଞ୍ଚଳିକ ଉନ୍ନୟନ ମହାସଂଘ।

ଯଶୋବନ୍ତ ରଣଜିତ୍ ରାୟ// ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍
ଢେଙ୍କାନାଳ,୦୪/୦୮/୨୦୨୪: ଢେଙ୍କାନାଳ ଜିଲ୍ଲା ରେ ଗଢ଼ିଉଠିଥିବା ରୁଙ୍ଗଟା ଇସ୍ପାତ କମ୍ପାନୀ ତାର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ପାଇଁ କାରଖାନା ସମ୍ପ୍ରସାରିତ ନିମନ୍ତେ ଅଧିକ ପ୍ରାୟ ୧୦୯୦ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲୁଥିବା ବେଳେ ଚଳିତ ଅଗଷ୍ଟ ମାସ ୨୦ ତାରିଖ ରୂ ଜମି ଅଧିଗ୍ରହଣ ହେବାକୁ ଥିବା ଗ୍ରାମ ଗୁଡ଼ିକ ରେ ପଲ୍ଲୀସଭା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ଓ ପରିଚାଳନା ବିଭାଗ ତରଫରୁ ସମସ୍ତ ଅଞ୍ଚଳ କୁ ସର୍ବସାଧାରଣ ନୋଟିସ୍ ଆକାରରେ ନିର୍ଦ୍ଦେଶନାମା ଜାରୀ କରାଯାଇଥିବା ବେଳେ ଆଞ୍ଚଳିକ ଉନ୍ନୟନ ମହାସଂଘ ପକ୍ଷରୁ ଜଳ,ଜମି ଜଙ୍ଗଲ ଜୀବନ ଜୀବିକା ଓ ଆଗାମୀ ଭବିଷ୍ୟତ ପିଢ଼ିକୁ ସୁରକ୍ଷା ଦେବାପାଇଁ ୧୨ ଦଫା ସମ୍ବଳିତ ଦାବୀପତ୍ର ଢେଙ୍କାନାଳ ଜିଲ୍ଲାପାଳ ଙ୍କୁ ପ୍ରଦାନ କରି ତାର ଏକ କିତା ନକଲ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ରାଜସ୍ୱ କମିଶନର, ଓ ହିନ୍ଦୋଳ ଉପ ଜିଲ୍ଲାପାଳଙ୍କୁ ଦେଇଥିବା ପ୍ରକାଶ।ଦାବୀ ଗୁଡ଼ିକ ମଧ୍ୟରେ ଜମିର ଉଚିତ୍ ମୂଲ୍ୟ, ବିସ୍ଥାପିତ ଙ୍କୁ ଉପଯୁକ୍ତ ଥଇଥାନ ସହିତ ଜଳ ଆଲୋକ ରାସ୍ତା ସମେତ ସ୍ଥାନୀୟ ବସବାସ ର ସୁଯୋଗ ତଥା କୋଠଘର ଓ ପୂଜାର୍ଚ୍ଚନା ଗୃହର ବ୍ୟବସ୍ଥା,ଏକ ଜମା ଜମି ମାଲିକାନାରେ ଥିବା ପ୍ରତ୍ୟେକ ବିଭକ୍ତ ପରିବାର ପାଇଁ ତଥା ଏକ ଗୁଣ୍ଠ ପରିମିତ ଜମି ବା ତାର ଅଂଶ ବିଶେଷ ପାଇଁ ଯୋଗ୍ୟତା ଭିତ୍ତିକ ଚାକିରୀ ବ୍ୟବସ୍ଥା, ନାଁ ବାଳକ ନାଁ ବାଳିକା କ୍ଷେତରେ ସେମାନଙ୍କର ଶା ବାଳକତ୍ବ ପର୍ଯ୍ୟନ୍ତ ଚାକିରୀ ସଂରକ୍ଷଣ ବ୍ୟବସ୍ଥା ହେବା ସହିତ ସେମାନଙ୍କୁ ଆର୍ଥିକ ସହାୟତା, ଶିକ୍ଷ୍ୟା ବିକାଶ ପାଇଁ ନୂତନ ଶିକ୍ଷାନୁଷ୍ଠାନ ଖୋଲାଯିବା, ସ୍ୱାସ୍ଥ୍ୟ ପାଇଁ ଅତ୍ୟାଧୁନିକ ଚିକିତ୍ସାଳୟ ସ୍ଥାପନ, ସଂସ୍କୃତି , ଆଇନ୍ ଶୃଂଖଳା, ବେକାରୀ ନିଯୁକ୍ତି ସମେତ ଅଣ କୂଶଳୀ ଅର୍ଦ୍ଧ କୂଶଳୀ, କୁଶଳୀ ଓ ଅତି କୁଶଳୀ ଶ୍ରମିକ ମାନଙ୍କୁ ଅସ୍ଥାୟୀ କର୍ମ ଯୋଗାଣ, କନ୍ୟା ସନ୍ତାନ ବିହୀନ ପରିବାର ପାଇଁ ଆର୍ଥିକ ସହାୟତା, କାରଖାନା ରେ କୈାଣସି ଯାନ୍ତ୍ରିକ ତ୍ରୁଟି ନେଇ ଅଞ୍ଚଳରେ କ୍ଷତିଗ୍ରସ୍ତ ର ଭରଣା କରିବା ଇତ୍ୟାଦି।ବିଗତ୨୦୦୭ ମସିହାରେ କାରଖାନା ଜମି ଅଧିଗ୍ରହଣ କରି ଏ ପର୍ଯ୍ୟନ୍ତ ନିଯୁକ୍ତି ନଦେଇ ମିଥ୍ୟା ପ୍ରତିଶୃତି ଦେଇ ଜମିହରା ଙ୍କୁ କମ୍ପାନୀକୁ ଗୁହାରି ପାଇଁ ଗଲେ ଫାଟକ ରେ ଥିବା ସୁରକ୍ଷା ଅଧିକାରୀ ଙ୍କ ଧମକପୂର୍ଣ୍ଣ ବ୍ୟବହାର ରେ ନିରିହ ଜମିହରା ନିରୁପାୟ ହୋଇ ଘରକୁ ଫେରୁଥିବା ଦେଖିବାକୁ ମିଳିଛି।ଏଣୁ କମ୍ପାନୀ ର ଅସଲ ମୁଖା ଖୋଲି ଯିବାରୁ ପଲ୍ଲୀସଭା ରେ ଲିଖିତ ପ୍ରତିଶ୍ରୁତି ଦେଲେ ଜମି ଅଧିଗ୍ରହଣ ପାଇଁ ସହମତି ପ୍ରକାଶ କରିବୁ ବୋଲି ରୋକ୍ ଠୋକ୍ ଭାବରେ ଜମି ଛାଡିବେ ନାହିଁ ବୋଲି ମତ ବ୍ୟକ୍ତ କରିଛନ୍ତି। ଦେଖାଯାଉ ଆଗାମୀ ଦିନରେ କମ୍ପାନୀ ଓ ଜମିହରା ପ୍ରଜା ଙ୍କ ସହିତ ମଧ୍ୟସ୍ଥି ସାଜି ଥିବା ପ୍ରଶାସନ ପକ୍ଷରୁ କ’ଣ କ’ଣ ସୁବିଧା ଦିଆ ଯାଉଅଛି ତାହା ଦେଖିବାକୁ ବାକି ରହିଲା।
*ଶ୍ରୀ ମୋହନ ଚରଣ ମାଝୀ ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ l ଗୁରୁଜୀରୁ ସରପଞ୍ଚ, ସରପଞ୍ଚରୁ ବିଧାୟକ ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହେବାର ତାଙ୍କ ରାଜନୈତିକ ଜୀବନକୁ ନେଇ ସମୀକ୍ଷା ନିୟୁଜର ସ୍ୱତନ୍ତ୍ର ଉପସ୍ଥାପନା କରିଛନ୍ତି ସମୀକ୍ଷା ସମ୍ପାଦକ ଡ଼ଃ ମହେଶ୍ୱର l* ଧନ୍ୟବାଦ 🙏🏼 @samikshanewslive 9040077035

Leave a Reply

Your email address will not be published. Required fields are marked *