ଲଦାଖ: ଲଦାଖଠାରେ ଅନୁଷ୍ଠିତ ହୋଇଥିବା ଅଷ୍ଟମ ଫେଡରେସନ କପ ପେଙ୍କକ ସିଲଟ ଚାମ୍ପିଅନସିପରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ହାସଲ କରି ପୁଣିଥରେ ଖେଳାଳିମାନେ ଓଡିଶାକୁ ଗୌରବର ଶୀର୍ଷରେ ପହଞ୍ଚାଇଛନ୍ତି । ଅଗଷ୍ଟ ୨ ରୁ ୪ ଯାଏ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ଟିମ୍ କୋଚ୍ ମଙ୍ଗରାମ ତମାଗକ ତତ୍ତ୍ଵାବଧାନରେ, ଓଡ଼ିଶାରୁ ୨୩ ଜଣ ପ୍ରତିଭାବାନ ଖେଳାଳି ମନୋନୀତ ହୋଇଥିଲେ। ସେମାନେ ହେଲେ ପିଣ୍ଟୁ ବର୍ମା, ଖୁସବୁ କୁମାରୀ ସୋନି, ନବ କିଶୋର ପାଇକରାୟ, ପ୍ଲିଜାଲିନ ତରାଇ, ଅନନ୍ଦିତା ପାତ୍ର, ଦେବେନ୍ଦ୍ର ନାଥ ଧଲ, ଅନ୍ୱେଷା ହୋତା, ପଲ୍ଲବ ମହାନା, ସାନ ଅଲ୍ ନୱାଜ ଖାନ,ମଙ୍ଗରାମ୍ ତମାଗ,ତାନୀୟା ଠାକୁର, ଦିପାଂଶୁ ବାମେଲ,ଅଂଶୁମାନ ଭୋମିକ, ମନ୍ଥନ ବାଗ, ଆଶିକ ପ୍ରଧାନ, ରୁଦ୍ର ପ୍ରତାପ ଷଡ଼ଙ୍ଗୀ, ଶ୍ରିମଇ ପାତ୍ର, ଆଦ୍ୟାଶା ପଣ୍ଡା, ସାନଭି ପିପାଲିନ, ଜୟଶ୍ରୀ ସାହୁ, କାର୍ତ୍ତିକ ବାହାଦୁର, କିଶାନ ସିଂ,ବିକାଶ ନାୟକ, ଲକ୍ଷ୍ମଣ ଲମା , ରାଜଭିର ସିଂ ପାନୁ। ଏହି ଖେଳାଳି ମାନେ ୫ ସ୍ବର୍ଣ୍ଣ , ୩ଟି ରୋପ୍ୟ ପଦକ ଓ ୮ଟି କାଂସ୍ୟ ପଦକ ହାସଲ କରି ଓଡ଼ିଶାକୁ କ୍ରୀଡା ଜଗତରେ ପରିଚୟ ଦେଇଛନ୍ତି ।ଏହି ପ୍ରତିଯୋଗିତାରେ ଗୁରୁ ପ୍ରେମ୍ ସିଂ ଥାପା ମୁଖ୍ୟ ରେଫ୍ରୀ ଓ ଜିତେନ୍ଦ୍ର କୁମାର ରାଉତ ଏବଂ ଆଶୁତୋଷ ନାୟକ ଜୁରୀ ରେଫ୍ରୀ ଭାବରେ ଦାୟିତ୍ଵ ତୁଲାଇଥିଲେ। ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ, ପେଙ୍କକ ସିଲଟ ଆସୋସିଏସନ୍ ଓଡିଶାର ସଭାପତି ଶ୍ରୀ ତାପସ କୁମାର ରାୟ ଚୌଧୁରୀ, ଉପସଭାପତି ଶ୍ରୀ ମନୋରଞ୍ଜନ ଭଞ୍ଜ, ଅରବିନ୍ଦ ବାରିକ, ସାଧାରଣ ସମ୍ପାଦକ ଗୁରୁ ପ୍ରେମ ସିଂ ଥାପା , ବ୍ୟକ୍ତିଗତ ଉପଦେଷ୍ଟା ଶ୍ରୀମତୀ ସୁମନ ମୋଦି ଆଦି ସମସ୍ତ ପ୍ରତିଯୋଗୀଙ୍କୁ ବିଜୟୀ ହେବାର ଶୁଭକାମନା ଜଣାଇଛନ୍ତି।