କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାରରେ ଅନ୍ତେବାସୀଙ୍କ ପ୍ରତିଭା ପ୍ରଦର୍ଶନ

ମୁକେଶ କୁମାର ବେହେରା//ସାମ୍ବାଦିକ //ସମୀକ୍ଷା ନିୟୁଜ
ଭବାନୀପାଟଣା(୦୬/୦୮/୨୦୨୪): ଜେଲ୍ ଭିତରେ ଅନ୍ତେବାସୀଙ୍କ ମଧ୍ୟରେ ବିବିନ୍ନ ପ୍ରତିଯୋଗୀତା। ଆଗାମୀ ଦିନରେ ପୁରସ୍କୃତ ମଧ୍ୟ ହେବେ। ଜେଲ୍ ଭିତରେ ଅନ୍ତେବାସୀଙ୍କ ପ୍ରତିଭା ପ୍ରଦର୍ଶନ, ସମ୍ବଲପୁରୀ ଗୀତରେ ମଚେଇଲେ ଧମଲ୍। ଖବର ଟି ହେଉଛି କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାର ର। ଅଗଷ୍ଟ ୬ ତାରିଖ ଜେଲ୍ ଭିତରେ ଅନ୍ତେବାସୀଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏକାଏକି ଏବଂ ଦଳଗତ ଭାବରେ ୮ ଗୋଟି ପର୍ଫର୍ମେନ୍ସ ହୋଇଥଲା। ତେବେ କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାର ରେ ରହୁଥିବା ଶତାଧିକ ଅନ୍ତେବାସୀଙ୍କ ମଧ୍ୟରୁ ଅନେକ ବିଭିନ୍ନ ଘଟଣା ରେ ଦୋଷୀ ସାବ୍ୟସ୍ତ ହେଇ ଜେଲ୍ ଭିତରେ ରହୁଛନ୍ତି। କିନ୍ତୁ ସେମାନଙ୍କ ଭିତରେ ଅନେକ ପ୍ରତିଭା ମଧ୍ୟ ରହିଛି। ଏପରି ସଂସ୍କାର ମୁଲକ ପଦକ୍ଷେପ ଯୋଗୁଁ ଅନ୍ତେବାସୀଙ୍କ ଭିତରେ ଉତ୍ତମ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିବ। ଗତ ଅଗଷ୍ଟ ୪ ତାରିଖରେ ଭଳି ବଲ୍ ପ୍ରତିଯୋଗିତା ମଧ୍ୟ ହେଇଥିଲା। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଶ୍ରୀ ସୁଭଗୌତମ୍ ମିଶ୍ର ଉଦ୍ଘାଟନ କରିଥିଲେ। ଆଗାମୀ ଦିନରେ ଲୁଡୋ, ଚେଶ୍, କେରେମ୍, ଝୋଟି, ଗୀତ, ରଚନା, ବତୃତା ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା ମଧ୍ୟ ହେବ। ଆଗାମୀ ସ୍ଵାଧୀନତା ଦିବସରେ ପ୍ରଥମ୍, ଦୂତିୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଅନ୍ତେବାସୀ ମାନଙ୍କୁ ପୁରସ୍କୃତ କରାଯିବ। ପ୍ରଥମ ଏବଂ ଦୁତିୟ ସ୍ଥାନ ଅଧିକାର କରିଥିବା ଅନ୍ତେବାସୀ ମାନେ ସର୍କିଲ ଲେଭେଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଏବଂ ସେଥିରେ ପୁରସ୍କୃତ ହେଇଥିବା ଅନ୍ତେବାସୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଉକ୍ତ କାର୍ଯ୍ୟକ୍ରମ ଜେଲ ସୁପରିଟଣ୍ଡେଣ୍ଟ ଶ୍ରୀ ସରୋଜ କୁମାର ବିଶ୍ଵାଳ ଙ୍କ ସହ କଏଦୀ ମଙ୍ଗଳ ଅଧିକାରୀ, ଜେଲର ଏବଂ ଜେଲ ର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।
*ଶ୍ରୀ ମୋହନ ଚରଣ ମାଝୀ ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ l ଗୁରୁଜୀରୁ ସରପଞ୍ଚ, ସରପଞ୍ଚରୁ ବିଧାୟକ ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହେବାର ତାଙ୍କ ରାଜନୈତିକ ଜୀବନକୁ ନେଇ ସମୀକ୍ଷା ନିୟୁଜର ସ୍ୱତନ୍ତ୍ର ଉପସ୍ଥାପନା କରିଛନ୍ତି ସମୀକ୍ଷା ସମ୍ପାଦକ ଡ଼ଃ ମହେଶ୍ୱର l* ଧନ୍ୟବାଦ 🙏🏼 @samikshanewslive 9040077035

Leave a Reply

Your email address will not be published. Required fields are marked *