…
ଟାଙ୍ଗୀ ଚାନ୍ଦପୁର ପୁରୁଣା ଜାତୀୟ ରାଜପଥର ପ୍ରଶସ୍ତି କରଣ…….ଟାଙ୍ଗୀ ଚାନ୍ଦପୁର ପୁରୁଣା ୧୬ ନମ୍ବର ଜାତୀୟ ରାଜପଥ ଦୁଇ ଲେନ ବିଶିଷ୍ଟ ହୋଇଥିବା ଯୋଗୁଁ ସଦା ସର୍ବଦା ରହୁଛି ଲୋକ ମାନଙ୍କର ପ୍ରବଳ ଭିଡ଼ l ଲୋକେ ମାନେ ଯା ଆସ କରିବାରେ ଅକଥନୀୟ ନିର୍ଯ୍ୟାତନା ଭୋଗୁଛନ୍ତି lଏପରିକି ଜରୁରୀ କାଳୀନ ଯାନ ୧୦୮ ଆମ୍ବୁଲାନ୍ସ ସହ ଅଗ୍ନିଶମ ଗାଡି ଏହି ରାସ୍ତା ଅତିକ୍ରମ କରିବାକୁ ବହୁ ସମୟ ଲାଗୁଛି lତେଣୁ ବିଭିନ୍ନ ସମୟରେ ଧନ ଜୀବନ କ୍ଷତିଗ୍ରସ୍ତ ହେଉଛି l ତେଣୁ ଏହି ଦୁଇ ଲାଇନ ରାସ୍ତାକୁ ଚାରି ଲାଇନ ରାସ୍ତା ରେ ପରିଣତ କରିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l କନ୍ଧନୟାଗଡ଼ ବାଇପାସ ଠାରୁ ଟାଙ୍ଗୀ ବାଇପାସ ପର୍ଯ୍ୟନ୍ତ ସହର ମଧ୍ୟ ଦେଇ ଯାଇଥିବା ୪ କିଲୋମିଟର ରାସ୍ତାକୁ ୪ଲାଇନ ରାସ୍ତା ରେ ପରିଣତ କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି l ଏହି ଅବସରରେ ନୂତନ ରାସ୍ତା ନିର୍ମାଣ ପାଇଁ ଅଜି ଭିତ୍ତି ପ୍ରସ୍ତର ସ୍ଥାପନ ହୋଇ ଯାଇଅଛି ଟାଙ୍ଗୀ ସ୍ଥିତ ଦୁର୍ଗା ଚରଣ ଚିଲିକା ମହାବିଦ୍ୟାଳୟ ନିକଟରେ lଏଥିପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ବିଧାନ ସଭାର ବାଚସ୍ପତି ସୁରମା ପାଢ଼ୀ, ପୁରୀ ସାଂସଦ ଡା ସମ୍ବିତ ପାତ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ପ୍ରମୁଖ ଚମ୍ପାଗଡ଼ ଠାରୁ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି ଟାଙ୍ଗୀ ପର୍ଯ୍ୟନ୍ତ ଆସିଥିଲେ lଏହା ପରେ ଅତିଥିମାନେ
ଅନୁଷ୍ଠିତ ଭିତ୍ତିପ୍ରସ୍ତର ଉତ୍ସବରେ ଯୋଗଦେଇ ନଡ଼ିଆ ବାଡେଇ ଭିତ୍ତିପ୍ରସ୍ତର ସ୍ଥାପନକରିଥିଲେ lଦଳୀୟ କର୍ମୀ ଓ ବୁଦ୍ଧିଜୀବୀ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଛ ଉତ୍ତରୀୟ ଦେଇ ସଭା ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ l
ଏହା ପରେ ଟାଙ୍ଗୀ କଲେଜ ପଡିଆରେ ଅନୁଷ୍ଠିତ ଜନସଭାକୁ ଅତିଥି ମାନେ ଯୋଗଦେଇ ଉଦବୋଧନ ଦେଇଥିଲେ l ଦୁଇ ଜିଲ୍ଲାର ଶହ ଶହ ଜନତା ଏହି ଉନ୍ନୟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଚିନ୍ମୟ କୁମାର ପୃଷ୍ଟି, ଚାନ୍ଦପୁର ମଣ୍ଡଳ ସଭାପତି ସୁବର୍ଣ ସିଂ, ମଣ୍ଡଳ ସଭାପତି ନିର୍ମଳ ମତ୍ତଗଜ ସିଂ,ପୂର୍ବତନ ସରପଞ୍ଚ ବେଣୁଧର ରଣା,
ଯୁବନେତା ପ୍ରଦୀପ ସେନାପତି,ପ୍ରମୋଦ କୁମାର ସାହୁ, ଅମୁଲ୍ୟ କୁମାର ସାହୁ, ଗୋପାଳ ନାୟକ, ସୌଭାଗ୍ୟ ଛୋଟରାୟ, ଗୌତମ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l
ଏଥିପାଇଁ ୧୪ କୋଟି ଟଙ୍କା ଅର୍ଥ ବ୍ୟୟ ବରାଦ କରାଯାଇଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରମୋଦ କୁମାର ଆଚାର୍ଯ୍ୟଙ୍କୁ ରାସ୍ତା ନିର୍ମାଣ ଦାୟିତ୍ୱ ପ୍ରଦାନ କରାଯାଇଛି l୨୦୨୫ ଜାନୁୟାରୀରେ ରାସ୍ତା କାର୍ଯ୍ୟ ସମାପନ ହେବାପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଅଛି l